Indus Valley Times

ବଜେଟ୍ ୨୦୨୩-୨୪ : କୃଷି ଓ ଗ୍ରାମୀଣ ଷ୍ଟାର୍ଟ ଅପ୍ ଗୁଡ଼ିକୁ ପ୍ରେତ୍ସାହନ ଦିଆଯିବ

 Breaking News

ବଜେଟ୍ ୨୦୨୩-୨୪ : କୃଷି ଓ ଗ୍ରାମୀଣ ଷ୍ଟାର୍ଟ ଅପ୍ ଗୁଡ଼ିକୁ ପ୍ରେତ୍ସାହନ ଦିଆଯିବ

ବଜେଟ୍ ୨୦୨୩-୨୪ : କୃଷି ଓ ଗ୍ରାମୀଣ ଷ୍ଟାର୍ଟ ଅପ୍ ଗୁଡ଼ିକୁ ପ୍ରେତ୍ସାହନ ଦିଆଯିବ
February 01
12:06 2023

ନୂଆଦିଲ୍ଲୀ,୧/୨: ଲୋକସଭାରେ ଆଜି ଠିକ୍ ଦିନ ୧୧ଟାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅମୃତ କାଳ ବା ସ୍ୱାଧୀନତାର ୭୫ ବର୍ଷ ପୂରିବା ପରେ ପ୍ରଥମ ବଜେଟ କେନ୍ଦ୍ର ସରକାର ଉପସ୍ଥାପନ କରୁଛନ୍ତି। ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତାବର୍ଷ ସାଧାରଣ ନିର୍ବାଚନ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି ୨୦୨୩-୨୪ ବଜେଟ ପ୍ରସ୍ତୁତ କରାଯାଇଛି।
ନିର୍ମଳା ସୀତାରମଣ ୫ମଥର ପାଇଁ ଆଜି ଗୃହରେ ବଜେଟ ଉପସ୍ଥାପନ କରିଛନ୍ତି। ସେ ତାଙ୍କ ବଜେଟ ଭାଷଣରେ କେନ୍ଦ୍ର ସରକାର ଦେଶର ଅଭିବୃଦ୍ଧି ପାଇଁ ନେଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବିଶ୍ୱ ଅର୍ଥନୀତି ତଳକୁ ଖସୁଥିବା ବେଳେ ଭାରତର ଅର୍ଥନୀତି ଠିକ୍ ଟ୍ରାକରେ ରହିଛି। ମହାମାରୀ କରୋନା ବେଳେ ଆମେ ମାଗଣା ଖାଦ୍ୟ ସାମଗ୍ରୀ ଲୋକଙ୍କୁ ଯୋଗାଇ ଦେଇଥିଲୁ। ପିଏମ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଦେଶର ୮୦ କୋଟିରୁ ଅଧିକ ଲୋକ ଏହି ଯୋଜନା ଦ୍ୱାରା ୨୮ ମାସ ମାଗଣାରେ ରାସନ ଯୋଗାଇ ଦିଆଯାଇଛି।
ଏଥିସହ ଆଉ ବର୍ଷେ ଯାଏ କେନ୍ଦ୍ର ସରକାର ମାଗଣା ରାସନ ଯୋଜନାକୁ ବୃଦ୍ଧି କରିଛନ୍ତି। ବସୁ ଧୈବ କୁଟୁମ୍ଭକମ ନୀତିରେ ସରକାର ଜି-୨୦ ସମ୍ମିଳନୀର ଅଧ୍ୟକ୍ଷତା କରୁଛନ୍ତି। ଏହା ବିଶ୍ୱସ୍ତରରେ ଭାରତର ଦବଦବାକୁ ପ୍ରଦର୍ଶିତ କରୁଛି।
୨୦୧୪ରୁ ଭାରତ ସରକାର ସମସ୍ତ ନାଗରିକ କେମିତି ଉପଯୁକ୍ତ ଅଧିକାର ପାଇବେ, ତା’ ଉପରେ ଗୁରୁତ୍ୱ ଦେଇ ଚାଲିଛନ୍ତି। ବର୍ତ୍ତମାନ ଦେଶର ମୁଣ୍ଡ ପିଛା ଆୟ ଦୁଇ ଗୁଣିତ ହୋଇ ୧.୯୭ ଲକ୍ଷରେ ପହଞ୍ଚିଛି। ଏହି ୯ ବର୍ଷ ମଧ୍ୟରେ ଭାରତର ଅର୍ଥନୀତିକ ଆକାର ୧୦ମ ସ୍ଥାନରୁ ଆସି ୫ ସର୍ବବୃହତ୍ତ ଅର୍ଥନୀତିରେ ପହଞ୍ଚିଛି।
ଦେଶରେ ୧୨୦ କୋଟି ଲୋକଙ୍କୁ ୨୨୦ କୋଟି ଡୋଜ୍ ଟିକା ଦିଆଯାଇଛି। ଚାଲୁ ବିତ୍ତ ବର୍ଷରେ ଭାରତର ଅର୍ଥନୀତିକ ଅଭିବୃଦ୍ଧି ୭.୦% ରହିବ। ଏହା ସମସ୍ତ ବଡ଼ ଅର୍ଥନୀତିକ ଦେଶ ତୁଳନାରେ ଅଧିକ। ସାରା ବିଶ୍ୱରେ ମହାମାରୀ ଓ ଯୁଦ୍ଧର ବିଭୀଷିକା ଦେଖା ଯାଇଥିବା ବେଳେ ଭାରତର ଅର୍ଥନୀତି ଭଲ ସ୍ଥିତିରେ ରହିଛି। ମିଶନ ମୋଡ୍ରେ ପର‌୍ୟ୍ୟଟନ ଶିଳ୍ପର ପ୍ରଚାର ପ୍ରସାର କରାଯାଉଛି। କୃଷି କ୍ରେଡିଟ୍ ଟାର୍ଗେଟ ୨୦ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି।ଇୟ ଭଚ୍ଚ
ସେହିପରି ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଏସ୍ଡିପିଓ ଗୁପ୍ତେଶ୍ବର ଭୋଇଙ୍କୁ ମଧ୍ୟ ବଦଳି ହୋଇଛି। ଶ୍ରୀ ଭୋଇଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଥିଲା ବେଳେ ତାଙ୍କ ସ୍ଥାନରେ ଚିନ୍ତାମଣି ପ୍ରଧାନଙ୍କୁ ନୂତନ ଦାୟିତ୍ବ ମିଳିଛି। ଚିନ୍ତାମଣୀ ଏବେ ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଏସ୍ଡିପିଓ ଭାବେ କାର‌୍ୟ୍ୟରତ ଅଛନ୍ତି।
ସୂଚନାଯୋଗ୍ୟ, ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ୨୯ ତାରିଖ ଦିନ ପ୍ରାୟ ସାଢ଼େ ୧୨ଟାରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଠାରେ ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଇଥିଲେ। ସେ ସେହି କାର୍ଯ୍ୟକ୍ରମସ୍ଥଳରେ ପହଞ୍ଚି ମଂଚାସୀନ ହେବା ପୂର୍ବରୁ ତାଙ୍କୁ ବ୍ରଜରାଜନଗର ଗାନ୍ଧିଛକ ଫାଣ୍ଡିରେ ମୁତୟନ ହୋଇଥିବା ପୁଲିସ ଏଏସ୍ଆଇ ଗୋପାଳକୃଷ୍ଣ ଦାସ ଗୁଳି କରିଥିଲେ।
ନବ ଦାସଙ୍କ ଛାତିରେ ଗୁଳି ବାଜିଥିବାରୁ ସେ ଘଟଣାସ୍ଥଳରେ ହିଁ ତଳେ ପଡ଼ିଯାଇଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ବରକୁ ଏୟାରଲିଫ୍ଟ କରାଯାଇଥିଲା। ଭୁବନେଶ୍ବରସ୍ଥିତ ଆପଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ଏହି ଘଟଣାରେ ଅଭିଯୁକତ ଏଏଏସ୍ଆଇ ଗୋପାଳକୃଷ୍ଣଙ୍କୁ ପୁଲିସ ଗିରଫ କରିଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031