Indus Valley Times

ବନ ବିଭଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା: ନିଲମ୍ବିତ ହେବେ ଗିରଫ ୬ କର୍ମଚାରୀ

 Breaking News

ବନ ବିଭଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା: ନିଲମ୍ବିତ ହେବେ ଗିରଫ ୬ କର୍ମଚାରୀ

ବନ ବିଭଗ ହେପାଜତରେ ଧନେଶ୍ୱର ବେହେରା ମୃତ୍ୟୁ ମାମଲା: ନିଲମ୍ବିତ ହେବେ ଗିରଫ ୬ କର୍ମଚାରୀ
February 09
15:03 2023

କଟକ, ୯/୨: ବନ ବିଭାଗ ହେପାଜତରେ ସାତଗୋଛିଆ ଗାଁ ଧନେଶ୍ୱର ବେହେରାଙ୍କ ମୃତ୍ୟୁ ମାମଲାରେ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ସମେତ ୬ ବନ କର୍ମଚାରୀଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଅନ୍ୟ କର୍ମଚାରୀମାନେ ହେଲେ ଫରେଷ୍ଟର ମନୋଜ ଦାସ, ଦୀପକ ସେଠୀ, ଫରେଷ୍ଟ ଗାର୍ଡ ସୁନାୟକ ମାଝୀ, କୁନା ବେହେରା ଏବଂ ପ୍ରଭାତ ପ୍ରଧାନ। ମାମଲାରେ ୨ ବୋଲେରୋ ସହ ମାଡ଼ ମାରିବାରେ ବ୍ୟବହୃତ ୪ ଠେଙ୍ଗା ଜବତ କରାଯାଇଥିବା ନେଇ ବୁଧବାର ଆଠଗଡ଼ ଏସ୍ଡିପିଓ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବଡ଼ମ୍ବା ରେଞ୍ଜ ମାଣିଆବନ୍ଧ ବିଟ ହିନ୍ଦୋଳ ବଡ଼ର ହିପିଣ୍ଡା ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତାହାତୀର ମୃତଦେହ ମିଳିବା ପରେ ଧନେଶ୍ୱରଙ୍କୁ ରବିବାର ବଡ଼ମ୍ବା ରେଞ୍ଜର ବନ କର୍ମଚାରୀମାନେ ତାଙ୍କୁ ଘରୁ ଉଠାଇ ନେଇଥିଲେ। ତାଙ୍କୁ ବଡ଼ମ୍ବା ରେଞ୍ଜର ସୁବ୍ରତ ବେହେରାଙ୍କ ହେପାଜତରେ ରଖି ପଚରାଉଚରା କରାଯାଉଥିବା ବେଳେ ସୋମବାର ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଗ୍ରାମବାସୀ ୬୫ ନଂ ଜାତୀୟ ରାଜପଥ ବଡ଼ବାରସିଂହ ନିକଟରେ ଅବରୋଧ କରିଥିଲେ। ଏପରିକି ପ୍ରବଳ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ବଡ଼ମ୍ବା ଥାନାରେ ଅଭିଯୋଗ ହୋଇଥିଲା। ଘଟଣାରେ ଦୁଇଦିନ ଧରି ପୋଲିସ ୧୪ ବନ ବିଭାଗ ଅଧିକାରୀଙ୍କୁ ଆଠଗଡ଼ ଥାନାରେ ରଖି ପଚରାଉଚରା ଜାରି ରଖିଥିଲା। ଏହି ଘଟଣାରେ ପ୍ରାଥମିକ ପର‌୍ୟ୍ୟାୟରେ ଉକ୍ତ ୬ଜଣଙ୍କୁ ଗିରଫ କରାଯାଇଥିବା ଆଠଗଡ଼ ଏସ୍ଡିପିଓ

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031