ବାଣ ଭିଡିବା ବେଳେ ଅଘଟଣ : ବାଣେଶ୍ୱରପଡ଼ାରେ ବାଣ ବିସ୍ଫୋରଣରେ ଶିଶୁ ସମେତ ୩ ଗୁରୁତର
November 03
15:32
2021
ଆଠଗଡ, ୩/୧୧ : ବାଣ ଭିଡିବା ବେଳେ ଅଘଟଣ । ବାଣଫୁଟି ୩ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବାଣେଶ୍ବରପଡା ଗାଁର ଅଘଟଣ । ବାଣ ଭିଡିବା ବେଳେ ବିସ୍ଫୋରଣ ହୋଇଛି । ଫଳରେ ୩ ଜଣ ଗୁରୁତର ହୋଇଛନ୍ତି । ତିନି ଗୁରୁତରଙ୍କ ମଧ୍ୟରେ ଜଣେ ଛୋଟ ଶିଶୁ ଥିବା ସୂଚନା ମିଳିଛି । ଗୁରୁତରଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।