Indus Valley Times

ବାଲିଗୁଡ଼ାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ କ୍ୟାଡର୍ ମାଓବାଦୀ ନିହତ

 Breaking News

ବାଲିଗୁଡ଼ାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ କ୍ୟାଡର୍ ମାଓବାଦୀ ନିହତ

ବାଲିଗୁଡ଼ାରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ କ୍ୟାଡର୍ ମାଓବାଦୀ ନିହତ
October 25
17:45 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

ବାଲିଗୁଡ଼ା , ୨୫/୧୦ : ଏନ୍‌କାଉଣ୍ଟରରେ କ୍ୟାଡର ନକ୍ସଲ ନିହତ। ଏଥିସହ AK 47 ଜବତ ହୋଇଛି। ମୃତ ନକ୍ସଲ KKBN ଡିଭିଜନର। ଏପରି ଖବର ଆସିଛି କନ୍ଧମାଳ ଜିଲ୍ଲାରୁ। ଏବେ ମଧ୍ୟ ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚାଲିଛି।
ବାଲିଗୁଡ଼ା ଥାନା ବୁଢ଼ାନଈ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ଜଣାପଡ଼ିଥିଲା। ଏ ପରେ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେସନ୍‌ରେ ଯାଇଥିଲେ। ଜଙ୍ଗଲରେ ସର୍ଚ୍ଚ ଅପରେସନ୍ ଚାଲିଥିବା ବେଳେ ନକ୍ସଲମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ। ଯାହାର ଜବାବ ଦେଇଥିଲେ ସୁରକ୍ଷା କର୍ମୀ। ଉଭୟଙ୍କ ଭିତରେ ଦୀର୍ଘ ସମୟ ଧରି ଚାଲିଥିଲା ଗୁଳି ବିନିମୟ।
ସୁରକ୍ଷା କର୍ମୀଙ୍କ ଗୁଳିରେ ଜଣେ କ୍ୟାଡର ନକ୍ସଲଙ୍କ ମୃତ୍ୟୁ ଘଟିଥିଲା। ମୃତ ନକ୍ସଲ ନେତା ହେଉଛନ୍ତି KKBN ଡିଭିଜନ। ଏଥିସହ ଆଉ କିଛି ନକ୍ସଲ ଆହତ ହୋଇଥିବା ଜଣାପଡ଼ିଛି। ଅନ୍ୟ ନକ୍ସଲମାନେ ଛତ୍ର ଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ସର୍ଚ୍ଚ ଅପେରସନ ବେଳେ ଏକ ନକ୍ସଲ କ୍ୟାମ୍ପ ଠାବ ହୋଇଛି। କ୍ୟାମ୍ପରୁ ଗୋଟିଏ AK 47 ସହିତ ବହୁ ସାମଗ୍ରୀ ଜବତ ହୋଇଛି। ଏବେ ମଧ୍ୟ ଜଙ୍ଗଲରେ କୁମ୍ୱିଂ ଅପରେସନ୍ ଚାଲିଛି।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930