Indus Valley Times

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଖରିଫ କପା ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ କ୍ରୟ କମିଟିର ବୈଠକ ଅନୁଷ୍ଠିତ

 Breaking News

ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଖରିଫ କପା ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ କ୍ରୟ କମିଟିର ବୈଠକ ଅନୁଷ୍ଠିତ

October 18
10:52 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୮/୧୦ : (ଶୁକ୍ରବାର) ଦିନ ପୂର୍ବାହ୍ନ ୧୦.୩୦ ମି. ସମୟରେ ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଖରିଫ ୨୦୨୫ କପା ସଂଗ୍ରହ ପାଇଁ ଜିଲ୍ଲା ସ୍ତରୀୟ କପା କ୍ରୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲାପାଳ ବିଭୁତି ଭୁଷଣ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପି ଭି ରମଣ ରାଓ ସମସ୍ତ ସଦସ୍ୟ ମାନଙ୍କୁ ସ୍ବାଗତ କରିବା ସହ ବୈଠକ କୁ ପରିଚାଳନା କରିଥିଲେ ।
ଚଳିତ ବର୍ଷ କପା ଚାଷ କରିଥିବା ଚାଷୀ ମାନେ କପା କିପରି ସୁରୁଖୁରୁରେ କିଣି ପାରିବେ ତାହା କଟନ ର ଏକ ଆପ ଜରିଆରେ “କପାସ କିଶାନ ଆପ୍” ମାଧ୍ୟମ ରେ ଅକ୍ଟୋବର ମାସ ଶେଷ ସୁଦ୍ଧା ଚାଷୀ ମାନେ ନିଜ ନିଜ ନାମ ପଂଜିକରଣ ପାଇଁ ପରାମର୍ଶ ଦିଆଯାଇଥିଲା ।
କପା କ୍ରୟ ପାଇଁ ମନମୁଣ୍ଡା ମାର୍କେଟ ୟାର୍ଡ ରେ କପା କ୍ରୟ ମଣ୍ଡି ଖୋଲାଯିବ ଓ ଚାଷୀ ମାନେ ଧାର୍ଯ୍ୟ ମୂଲ୍ୟ ରେ କପା ବିକ୍ରୟ କରିପାରିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।
ବୈଠକରେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ବୌଦ୍ଧ ବିଧାୟକ ଙ୍କ ପ୍ରତିନିଧି ମନୋଜ କୁମାର ପ୍ରଧାନ ଓ କଣ୍ଟାମାଳ ବିଧାୟକଙ୍କ ପ୍ରତିନିଧି ବିପ୍ର ଚରଣ ମହାନ୍ତି, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ଜିଲ୍ଲା ଯୋଗାଣ ଅଧିକାରୀ, ସମବାୟ ସମିତି ସମୁହର ଉପ ନିବନ୍ଧକ, କଟନ କର୍ପୋରେଟର ଅଫ ଇଣ୍ଡିଆ, RMC, ବୌଦ୍ଧ, ବଲାଙ୍ଗୀର ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, କୃଷି ବିଭାଗ ର ଅଧିକାରୀ, କର୍ମଚାରୀ, ବିଭିନ୍ନ ବ୍ଲକ ରୁ ଆସିଥିବା ଚାଷୀ ମାନେ ଉପସ୍ଥିତ ଥିଲେ ।
ଏହି ବୈଠକ ରେ କପା ଚାଷୀ ଙ୍କ କପା କିଣିବା ନିମନ୍ତେ କପା ଚାଷର ସରକାରୀ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୮୧୧୦/- ସ୍ଥିର କରାଯାଇଛି ।
ସମସ୍ତ ଙ୍କ ମିଳିତ ସହଯୋଗ ରେ ଧାର୍ଯ୍ୟ ତାରିଖ ମଧ୍ୟରେ ଚାଷୀ ଙ୍କ ନାମ ପଞ୍ଜିକରଣ ଶେଷ କରିବାକୁ ପ୍ରସ୍ତାବ ଦେଇଥିଲେ ।
ଏ ବର୍ଷ କପା ଚାଷୀ ମାନେ ମଣ୍ଡି ମାଧ୍ୟମରେ ବିକିବା ପାଇଁ ପରାମର୍ଶ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930