Indus Valley Times

ବାଲିଗୁଡ଼ା :ବିଜୁ ଜୟନ୍ତୀ ଅବସରରେ ସାଇକେଲ ଶୋଭାଯାତ୍ରା

 Breaking News

ବାଲିଗୁଡ଼ା :ବିଜୁ ଜୟନ୍ତୀ ଅବସରରେ ସାଇକେଲ ଶୋଭାଯାତ୍ରା

March 05
22:47 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୫/୩: ଆଜି ବିଜେଡ଼ି ପାଳୁଛି ୧୦୭ତମ ବିଜୁ ଜୟନ୍ତୀ । ଏହି ଅବସରରେ ରାଜ୍ୟବ୍ୟାପୀ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ସଭାପତି ଟୁନା ଦାସଙ୍କ ନେତୃତ୍ୱରେ ବିଜୁ ଯୁବ ଛାତ୍ର ଜନତା ଦଳର ଶତାଧିକ ଯୁବକ ସ୍ଥାନୀୟ ବିଜେଡ଼ି କାର୍ଯ୍ୟାଳୟ ସମ୍ମୁଖରୁ ସାଇକେଲ ଶୋଭାଯାତ୍ରାରେ ବାହାରି ସ୍ଲୋଗାନ ମାନ ଦେଇ ସମଗ୍ର ସହର ପରିକ୍ରମା କରିଥିଲେ ।
ଏଥିରେ ବିଧାୟକ ଚକ୍ରମଣି କହଁର, ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୁଗ୍ମ ସମ୍ପାଦକ ଚିଣ୍ଟୁ ନାୟକ,ନଗର ସଭାପତି ଅବନୀକାନ୍ତ ନାୟକଙ୍କ ସମେତ ଶତାଧିକ ଯୁବକ ସାମିଲ୍ ହୋଇଥିଲେ । ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଲଢ଼ିବା,ଏକ ସମୃଦ୍ଧ,ସଶକ୍ତ,ସ୍ଵାଭିମାନୀ \”ନବୀନ ଓଡ଼ିଶା\” ଗଢ଼ିବା ପାଇଁ ଆମେ ସଙ୍କଳ୍ପ ବଦ୍ଧ ବୋଲି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର କହିଛନ୍ତି ।
ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ବିଜୁବାବୁଙ୍କ ୧୦୭ତମ ଜୟନ୍ତୀ ପାଳିତ
ବାଲିଗୁଡ଼ା,୫/୩: ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୭ ତମ ଜନ୍ମ ଜୟନ୍ତୀ । ସାରା ରାଜ୍ୟରେ ମାର୍ଚ୍ଚ ୫ ତାରିଖକୁ ବିଜେଡ଼ି ପକ୍ଷରୁ ବିଜୁବାବୁଙ୍କ ଜୟନ୍ତୀ ଭାବରେ ପାଳନ କରାଯାଇଛି ।
ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ କୁର୍ତ୍ତମଗଡ଼ ଠାରେ ତୁମୁଡ଼ିବନ୍ଧ ବ୍ଲକ୍ ସଭାପତି ପ୍ରମୋଦ ସାହୁଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ପକ୍ଷରୁ ମହା ଆଡମ୍ବରରେ ବିଜୁ ବାବୁଙ୍କ ଜୟନ୍ତୀ ପାଳନ ହୋଇଯାଇଛି । ସକାଳେ ବିଜୁ ଯୁବ, ଛାତ୍ର ଜନତା ଦଳର ଯୁବକମାନେ ସାଇକେଲ ଶୋଭାଯାତ୍ରା କରିଥିଲେ ।
ଏହାପରେ କୁର୍ତ୍ତମଡ଼ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ କନ୍ଧମାଳ ଜିଲ୍ଲା ବିଜେଡ଼ି ପର‌୍ୟ୍ୟବେକ୍ଷକ ବିଜୟ ନାୟକ ଯୋଗଦେଇ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ଜୀବନୀ ବିଷୟରେ ଉପସ୍ଥିତ ନେତା ଓ କର୍ମୀଙ୍କୁ ଆଲୋକପାତ କରିଥିଲେ ।
ବିଜୁ ବାବୁ ଓଡିଶା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ବର୍ତ୍ତମାନ ସମୟରେ ତାଙ୍କ ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାପାଙ୍କ ସ୍ବପ୍ନକୁ ପୁରଣ କରିବାରେ ଲାଗିଛନ୍ତି । ସାଢ଼େ ଚାରିକୋଟି ଓଡ଼ିଶାବାସୀଙ୍କ ସ୍ବାର୍ଥ ଓ ସ୍ବାଭିମାନ ପାଇଁ ଲଢ଼ିବା, ଏକ ସମୃଦ୍ଧ, ସଶକ୍ତ, ସ୍ଵାଭିମାନୀ \”ନବୀନ ଓଡ଼ିଶା\” ଗଢ଼ିବା ପାଇଁ ଆମେ ଆଜି ସଙ୍କଳ୍ପ ନେବା ସଙ୍ଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବାସହ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଏବଂ ଓଡ଼ିଶାର ଉନ୍ନତି ପାଇଁ ସହଯୋଗ କରିବାକୁ ସମସ୍ତଙ୍କୁ ନିଜ ବକ୍ତବ୍ୟ ମାଧ୍ୟମରେ କହି ଉପସ୍ଥିତ ସମସ୍ତ କର୍ମୀଙ୍କୁ ଉପଦେଶ ଦେଇଛନ୍ତି ବିଜୟ ନାୟକ ।
ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ରାଜ୍ୟ କାର‌୍ୟ୍ୟକାରିଣୀ ସଦସ୍ୟ କୃଷ୍ଣମୋହନ ପାଣିଗ୍ରାହୀ,ଜିଲ୍ଲା ଉପ ସଭାପତି କ୍ଲେଶ ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ବାସୁଦେବ ପଣ୍ଡା,ସମ୍ପାଦକ ସରୋଜ ବିଆରସିଂ,ଯୁଗ୍ମ ସମ୍ପାଦକ ଶଙ୍କର ମହାପାତ୍ର, ପୁର୍ବତନ ବିଧାୟକ ରାଜୀବ ପାତ୍ର, ବାଲିଗୁଡ଼ା ଏନ୍ଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ, ବାଲିଗୁଡ଼ା ନଗର ସଭାପତି ଅବନୀକାନ୍ତ ନାୟକଙ୍କ ସମେତ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ଚାରିଗୋଟି ବ୍ଲକ୍ ବାଲିଗୁଡ଼ା,କ.ନୁଆଗାଁ, ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକର ସମସ୍ତ ନେତୃବୃନ୍ଦ, ନିର୍ବାଚିତ ପ୍ରତିନିଧି, ବହୁ ସଂଖ୍ୟାରେ ପୁରୁଷ ଓ ମହିଳା କର୍ମୀ ଏବଂ ବିଜୁ ପ୍ରେମୀ କାର‌୍ୟ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।
ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତା ଉଦଘାଟିତ :
ବାଲିଗୁଡ଼ା,୫/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଉପଖଣ୍ଡ କ୍ରୀଡ଼ା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ରାଜ୍ୟସ୍ତରୀୟ ଦିବାରାତ୍ର ଭଲିବଲ୍ ପ୍ରତିଯୋଗିତାର ଶୁଭାରମ୍ଭ ହୋଇଛି ।
ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ଏମ.ଏସ.ମଧୁମିତା, ଏବଂ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ଏସଡିପିଓ ରାକେଶ ବର୍ମା ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଛନ୍ତି ।
ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୨ଟି ଟିମ୍ ଯଥା: ଭଞ୍ଜନଗର, ଗଜପତି, ବାରଖମା, ପାଣିଗଣ୍ଡା, ବ୍ରହ୍ମପୁର ପାଓ୍ବାର-ସିକ୍ସ , ଅଡ଼ବା ଷ୍ଟାର-ସିକ୍ସ , ଦାରିଙ୍ଗବାଡ଼ି,କଳିଙ୍ଗା,ରାଇକିଆ, ଓ୍ବାରିଅର-୬ ତୁମୁଡ଼ିବନ୍ଧ, କାରଗିଲ୍-ସିକ୍ସ ବ୍ରହ୍ମପୁର, ଗୁମା-ସିକ୍ସ ପ୍ରମୁଖ ଯୋଗ ଦେବାକୁ ସ୍ଥିର କରାଯାଇଥିବା ବେଳେ ଉଦଘାଟନୀ ମ୍ୟାଚରେ ଭଞ୍ଚନଗର ଓ ଗଜପତି ମଧ୍ୟରେ ପ୍ରଥମ ମ୍ୟାଚ ଏବଂ ପାଣିଗଣ୍ଡା ଓ ବାରଖମା ମଧ୍ୟରେ ଦ୍ବିତୀୟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା ।
ଉଦଘାଟନୀ ଉତ୍ସବରେ ଉପଖଣ୍ଡ କ୍ରୀଡ଼ା ସଂଘର ସଭାପତି ତଥା ଉପଜିଲ୍ଲାପାଳ ଓ ଏସଡିପିଓ ଷ୍ଟାଡିୟମରେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ମ୍ୟାଚ୍ ଦେଖିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଶେଷ ଦିନ ଅର୍ଥାତ୍ ମାର୍ଚ୍ଚ ୧୨ ତାରିଖରେ ଦିନ ୩ଟା ସମୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବାର କାର‌୍ୟ୍ୟସୂଚୀ ରହିଛି । ଉପଖଣ୍ଡ କ୍ରୀଡ଼ା ସଂଘ ସମ୍ପାଦକ ଡଃ.ଶୁଶାନ୍ତ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବା ବେଳେ ରେଫରି ଭାବେ ରଶ୍ମି ରଞ୍ଜନ ତ୍ରିପାଠୀ, ବୁଲୁ ସାହୁ, ରୁପକ ନାୟକ, ସୌମ୍ୟ ରଞ୍ଜନ ନାୟକ,ଦେବେନ୍ଦ୍ର ଦଣ୍ଡିଆ, ଉଦ୍ଧବ ଦିଗାଲ,ଭାଗବତ ପାଣ୍ଡେ (ସ୍କୋର ବୋର୍ଡ) ,ମାନସ ରଞ୍ଜନ ଅମାୟତ ନିୟୋଜିତ ହୋଇଥିବା ବେଳେ ସଂଘର ସମସ୍ତ ସଦସ୍ୟ ଏଥିରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ।

 

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031