Indus Valley Times

ବାଲିଗୁଡା ରେ ବଡ଼ଦିନ ପର୍ବ ଓ ଶହୀଦ ଖଗେଶ୍ୱର ମଳିକଙ୍କ ସ୍ମୁତିରେ ଶହୀଦ ଦିବସ ପାଳିତ

 Breaking News

ବାଲିଗୁଡା ରେ ବଡ଼ଦିନ ପର୍ବ ଓ ଶହୀଦ ଖଗେଶ୍ୱର ମଳିକଙ୍କ ସ୍ମୁତିରେ ଶହୀଦ ଦିବସ ପାଳିତ

December 26
10:13 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୬/୧୨: କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ରେ ବଡ଼ଦିନ ପର୍ବ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି । ଖ୍ରୀଷ୍ଟ ଧର୍ମାବଲାମ୍ବୀମାନଙ୍କ ପାଇଁ ବର୍ଷସାରା ର ଅନ୍ୟତମ ପବିତ୍ର ପର୍ବ। ଏ ନେଇ ସବୁଆଡ଼େ ହର୍ଷୋଲ୍ଲାସ ର ମାହୋଲ। ଶନିବାର ରାତିରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ।
ଏଥିପାଇଁ ସମଗ୍ର କନ୍ଧମାଳ ଜିଲ୍ଲାର ଗ୍ରାମାଞ୍ଚଳର ଚର୍ଚ୍ଚ ଚାରିଆଡ଼େ ବେଶ୍ ସାଜସଜ୍ଜା ହୋଇଛି। ଭଳିକି ଭଳି ରଙ୍ଗବେରଙ୍ଗ ଆଲୋକମାଳା ସହିତ କ୍ରୀସମାସ୍ ଟ୍ରି, ଷ୍ଟାର୍, କ୍ରିସମାସ୍ ଗୁହାଳ ଘର ଓ ବିଭିନ୍ନ ସାଜସଜ୍ଜା ସାମଗ୍ରୀ ଦ୍ୱାରା ଚର୍ଚ୍ଚାକୁ ସଜାଯାଇଛି। ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ଚର୍ଚ୍ଚରେ ପାଳିଛନ୍ତି ବଡ଼ଦିନ ଓ ପ୍ରାର୍ଥନା କରିଛନ୍ତି, ପରସ୍ପରକୁ ଶୁଭେଚ୍ଛା ଜଣାଇ କେକ୍ ଓ ମିଷ୍ଟାନ୍ନ ବାଣ୍ଟିଛନ୍ତି। ବନ୍ଧୁମିଳନରେ ସମସ୍ତେ ସମବେତ ହୋଇ ଖୁସି ମନାଇଥିଲେ ।
କରୋନା କଟକଣା ଯୋଗୁଁ ଦୁଇବର୍ଷ ହେବ ବଡ଼ଦିନ ପର୍ବ ଫିକା ପଡିଥିଲା ଚଳିତ ବର୍ଷ ଯାତ୍ରା ପାଳନ ପାଇଁ ସୁଯୋଗ ମିଳିଥିବାରୁ ଖ୍ରୀଷ୍ଟଧର୍ମାବଲମ୍ବୀ ଭାଇ ଭଉଣୀ ମାନେ ଆନନ୍ଦ ଉଲ୍ଲାସର ସହିତ ପର୍ବ ପାଳନ କରିଛନ୍ତି କ୍ଷ ବିଭିନ୍ନ ଚର୍ଚ୍ଚ ଉପାସନା ଗୃହରେ ସାମୁହିକ ପ୍ରାର୍ଥନା ଓ ନୃତ୍ୟ ଗୀତରେ ପ୍ରକମ୍ପିତ ହେଉଛି ଅନ୍ୟପଟେ ଆଦିବାସୀ ନେତା ଶହୀଦ ଖଗେଶ୍ୱର ମଳିକ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।
ଗତ ଡିସେମ୍ବର ୨୦୦୭ ମସିହାରେ କୁଇ ସମାଜ ବିଭିନ୍ନ ଦାବୀ ନେଇ ଆନ୍ଦୋଳନକୁ ଓଲ୍ହାଇଥିଲା ବାରଖମା ରେ ଏକ ରାଲିରେ ଯାଉ ଥିବା ବେଳେ ଦୁର୍ବୁତ୍ତ ଙ୍କ ହତ୍ୟାର ଶିକାର ହୋଇଥିଲା । ସେହି ଦିନକୁ ମନେପକାଇବା ପାଇଁ ଏବଂ ଆଦିବାସୀ ନିଜ ଅଧିକାର ପାଇଁ ଲଢେଇ କରିବାକୁ ଦୀର୍ଘ ପନ୍ଦର ବର୍ଷ ହେବ ଏହି କାର୍ଯ୍ୟକ୍ରମ କରି କରି ଆସୁଛି ।
ପାରମ୍ପରିକ ରୀତିନୀତି ରେ ଶହୀଦ ଖଗେଶ୍ୱରର ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହିତ ପୂଜାର୍ଚ୍ଚନା କରାଯାଇଥିଲା ଏବଂ ଅଞ୍ଚଳ ର ସମସ୍ତ ଆଦିବାସୀ ନେତା ଯୋଗଦେଇ ଶହୀଦ ଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ନିଜ ଅଧିକାର ପାଇଁ ଖଗେଶ୍ୱରଙ୍କ ଭଳି ପ୍ରାଣ ଦେବାକୁ ପ୍ରସ୍ତୁତ ବୋଲି କହିଥିଲେ ।
ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବ୍ଲକ ଅଧକ୍ଷା ନିଶାବତୀ ମଳିକ, ସମ୍ମାନିତ ଅତିଥିଭାବେ ରେବୀଙ୍ଗିଆ ସରପଞ୍ଚ ରଞ୍ଜୁଲତା ମଳିକ, କୁଇ ସମାଜ ସଭାପତି ଧନସିଂ ମାଝୀ, ଯୁଗେଶ୍ୱର ମାଝୀ, ମନୋଜ ମଳିକ, ଶ୍ରୀକାନ୍ତ ମଳିକ, ସିଲି ମାଝୀ, ପ୍ରମୁଖ ଯୋଗଦେଇଥିବା ବେଳେ ପାର୍ଥବ କହଁର ରଘୁନାଥ ମଳିକ କାର‌୍ୟ୍ୟକ୍ରମ କୁ ଆୟୋଜନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031