Indus Valley Times

ବାଲେଶ୍ୱର: ବିର୍ଲା ଟାୟାର୍ସ, ଇସ୍ପାତ ଏଲୟଜ୍ ଲିମିଟେଡ ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବିରେ ନଭେମ୍ବର ୧୪ରୁ ଆମରଣ ଅନଶନ: ବିକ୍ରମ ପଣ୍ଡା

 Breaking News

ବାଲେଶ୍ୱର: ବିର୍ଲା ଟାୟାର୍ସ, ଇସ୍ପାତ ଏଲୟଜ୍ ଲିମିଟେଡ ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବିରେ ନଭେମ୍ବର ୧୪ରୁ ଆମରଣ ଅନଶନ: ବିକ୍ରମ ପଣ୍ଡା

ବାଲେଶ୍ୱର: ବିର୍ଲା ଟାୟାର୍ସ, ଇସ୍ପାତ ଏଲୟଜ୍ ଲିମିଟେଡ ପୂର୍ଣ୍ଣ କାର୍ଯ୍ୟକ୍ଷମ ଦାବିରେ ନଭେମ୍ବର ୧୪ରୁ ଆମରଣ ଅନଶନ: ବିକ୍ରମ ପଣ୍ଡା
November 04
19:51 2022

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର,୪/୧୧: ବାଲେଶ୍ୱରରୁ ୯୦ ଦଶକରେ ସାରା ଓଡିଶାରେ ଆରମ୍ଭ ହୋଇଥିଲା ଶିଳ୍ପ ବିପ୍ଳବର ପ୍ରକୁତ ରୂପରେଖ । ଫଳ ସ୍ୱରୂପ ଭାରତର ବହୁ ନାମୀ ଦାମୀ କମ୍ପାନୀର ବ୍ୟବସାୟ ପ୍ରତିଷ୍ଠାନ ଏହି ଜିଲ୍ଲାରେ ଆରମ୍ଭ ହେବାକୁ ଲାଗିଲା । ସେଥିରେ ବିର୍ଲା ଟାୟାର୍ସ, ଇସ୍ପାତ ଏଲ୍ଲୋୟେସ, ଇମାମି ପେପର୍ ମିଲ ଭଳି ବହୁ ବଡ ବଡ ସଂସ୍ଥା ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ଫଳ ସ୍ଵରୂପ ବାଲେଶ୍ୱର ଲୋକଙ୍କ ଆର୍ଥିକ, ସାମାଜିକ,ସାଂସ୍କୃତିକ ମାନ ଦଣ୍ଡର ବିକାଶ ହେବାକୁ ଲାଗିଲା ।
କିନ୍ତୁ ଦୁଃଖ ଓ ପରିତାପର ବିଷୟ ଇକା ଦଶନ୍ଧି ପରେ ଏହି ଶିଳ୍ପ ସଂସ୍ଥା ଗୁଡ଼ିକ ର ଅବକ୍ଷୟ ଆରମ୍ଭ ହେବାକୁ ଲାଗିଲା। ଯାହା ଦ୍ଵାରା ହଜାର ହଜାର ଶ୍ରମିକ କର୍ମଚାରୀ ବେକାର ହେବାକୁ ଲାଗିଲେ ତା ସହ ସେମାନଙ୍କ ପରିବାର ର ସ୍ଥିତି ବଡ ଦୟନୀୟ ହେବାକୁ ଲାଗିଲା।
ବର୍ତମାନ ବାଲେଶ୍ୱର ଏଲୟେଜ ଓ ବିର୍ଲା ଟାୟାର୍ସ ସମୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳ ସ୍ଵରୂପ ଶ୍ରମିକ କର୍ମଚାରୀ ମାନଙ୍କ ପରିବାର ଦାରିଦ୍ର‌୍ୟ ସୀମାରେଖା ତଳେ ଗତି କରିବା ସହ ଦାଦନ ଖଟିବାକୁ ସୁରଟ, ହାଇଦ୍ରାବାଦ୍, ଚେନ୍ନାଇ ପ୍ରଭୃତି ସ୍ଥାନ କୁ ଯାଉଛନ୍ତି ପିଲା ଛୁଆପରିବାର ଧରି ବୁଢ଼ା ବାପା ମାଆ ଙ୍କୁ ଛାଡି ।
ଯେଉଁ ବ୍ୟକ୍ତିମାନଙ୍କୁ ବାଲେଶ୍ୱର ର ଭୋଟର ସଂସଦ ଓ ବିଧାନସଭା କୁ ପଠାଉଛନ୍ତି ସେମାନେ କାରଖାନା ସମ୍ବନ୍ଧରେ ପାଟି ଫିଟାଉନାହାଁନ୍ତି ଯାହା ସାରା ବାଲେଶ୍ୱର ପାଇଁ ଘୋର ଲଜ୍ଜ୍ୟା ଓ ପରିତାପର ବିଷୟ ।
ଆଜି ନେଡି ଗୁଡ଼ କହୁଣୀକୁ ବୋହିଯାଇଛି। ଏଣୁ ଆମ୍ଭେ (ବିକ୍ରମ ପଣ୍ଡା ଏବଂ ତାଙ୍କର ସୋହଯୋଗି) ବାଲେଶ୍ୱର ର ସ୍ୱାଭିମାନ ଜନତା ଏହି ଦୁଇଟି ଅନୁଷ୍ଠାନ ପୁନହଁ କାର୍ଯ୍ୟକ୍ଷମ ହେବା ଦାବିରେ ଆସନ୍ତା ୧୪ନଭେମ୍ବର ସ୍ଵାଧୀନ ଭାରତ ର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନରେ ବାଲେଶ୍ୱର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନ ଆରମ୍ଭ କରିବାର ନିଷ୍ପତ୍ତି କରି ଅଛୁ। ଏହି ମହାନ କାର୍ଯ୍ୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରୁଛ। ଏହି ସଭା ରେ ସର୍ବପରି ସଂଯୁକ୍ତା ରାଣୀ ବେହେରା, ହୃତିକ୍ ନାୟକ, ଏସ କେ ଅର୍ଫା, ସୁଶାନ୍ତ ରଣ, ମୋନାଜ୍ କୁମାର୍ ଦ୍ଭବସଳ, ସାହେବା ଅକ୍ତର ଏବଂ କାର୍ଯ୍ୟ କ୍ରମ ର ମୁଖ୍ୟ ବିକ୍ରମ ପଣ୍ଡା ଉପସ୍ଥିତ ରହି ସମସ୍ତଙ୍କର ସହଯୋଗ ଲୋଡିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031