Legatus

ବାହାନଗା ଟ୍ରେନ୍ ଟ୍ରାଜେଡି; ଚାର୍ଜଶିଟ୍ ଦାଖଲ କଲା ସିବିଆଇ

 Breaking News

ବାହାନଗା ଟ୍ରେନ୍ ଟ୍ରାଜେଡି; ଚାର୍ଜଶିଟ୍ ଦାଖଲ କଲା ସିବିଆଇ

ବାହାନଗା ଟ୍ରେନ୍ ଟ୍ରାଜେଡି; ଚାର୍ଜଶିଟ୍ ଦାଖଲ କଲା ସିବିଆଇ
September 02
19:28 2023

ଭୁବନେଶ୍ବର/ବାଲେଶ୍ବର,୨/୯: ବହୁଚର୍ଚ୍ଚିତ ବାଲେଶ୍ବର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ତଦନ୍ତକାରୀ ସଂସ୍ଥା ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ) ଗିରଫ ହୋଇଥିବା ୩ ଜଣ ରେଳ ଅଧିକାରୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।
ସିବିଆଇ ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଆଇପିସିର ଦଫା ୩୦୪(୨), ୩୪ରେ ରେଳ ବିଭାଗର କର୍ମଚାରୀ ଅରୁଣ କୁମାର ମହାନ୍ତ(ଏସଇଇ (ସିଗନାଲ୍) ଇନଚାର୍ଜ), ମହମ୍ମଦ ଅମୀର ଖାନ (ଏସଇଇ ସିଗନାଲ୍ )ଓ ପପୁ କୁମାର (ଟେକନିସିଆନ୍) ଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି। ଏହି ଅଭିଯୁକ୍ତମାନଙ୍କୁ ୨୦୨୩ ଜୁଲାଇ ୭ରେ ଗିରଫ କରାଯାଇଥିଲା ଏବଂ ବର୍ତ୍ତମାନ ସେମାନେ ଜୁଡିସିଆଲ୍ କଷ୍ଟୋଡିରେ ଅଛନ୍ତି।
ସୂଚନାଯୋଗ୍ୟ, ଗତ ଜୁନ୍ ୨ ତାରିଖ ସନ୍ଧ୍ୟା ପ୍ରାୟ ୭ଟାରେ ବାହାନଗା ଟ୍ରେନ୍ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ଏହି ମର୍ମନ୍ତୁଦ ଘଟଣାର ତଦନ୍ତ ଭାର ନେବାପରଠୁ ସିବିଆଇ ଏହା ପଛର କାରଣ ଖୋଜିଥିଲା।
ଷ୍ଟେସନ୍ ମ୍ୟାନେଜରଙ୍କ ସହ ୧୨ ଜଣ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଏକାଧିକ ଥର ପଚରାଉଚରା କରିବା ସହ ବୟାନ୍ ରେକର୍ଡ କରିଥିଲେ ତଦନ୍ତକାରୀ ଟିମ୍।
ଦୁର୍ଘଟଣା ମନୁଷ୍ୟକୃତ ନା ଯାନ୍ତ୍ରିକ ତ୍ରୁଟିଜନିତ; ତାହା ଜାଣିବା ପାଇଁ ବୈଷୟିକ ଅଧିକାରୀଙ୍କ ସହାୟତା ବି ଲୋଡ଼ାଯାଇଥିଲା। ଷ୍ଟେସନ୍ର ପ୍ୟାନେଲ୍ ବୋର୍ଡ, ରିଲେ ରୁମ୍ ଓ ସିଗ୍ନାଲ୍ ରୁମ୍ ସିଲ୍ ହୋଇଥିବା ବେଳେ କିଛି ଯାନ୍ତ୍ରିକ ଉପକରଣ ମଧ୍ୟ ଜବତ ହୋଇଥିଲା।
ଦୁର୍ଘଟଣା ପରେ ସିବିଆଇ ୩ ଜଣ ରେଳ କର୍ମଚାରୀଙ୍କୁ ଗିରଫ କରିଥିଲା। ୭ ଜଣ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ସିବିଆଇ ତରଫରୁ ଅଦାଲତରେ କୁହାଯାଇଛି କି, ବାହାନଗା ରେଳ ଷ୍ଟେସନର ଉତ୍ତର ଗୁମୁଟି କାର୍ଯ୍ୟ ସମୟରେ ଲେବଲ କ୍ରସିଂ ଗେଟ୍ ନଂ-୯୪ର ଅପରେଶନକୁ ୧୧୦ ଭୋଲ୍ଟ ଏସି ରୁ ୨୪ ଭୋଲ୍ଟ ଡିସିକୁ ପରିବର୍ତ୍ତନ କରାଯାଇଥିଲା । ଏଥିପାଇଁ ଅନ୍ୟ ଲେବଲ କ୍ରସିଂ ଗେଟ ସଂଖ୍ୟା ୭୯ କୁ ବିଶିଷ୍ଟ ସର୍କିଟ ସ୍କେଟକୁ ବ୍ୟବହାର କରାଯାଇଥିଲା ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31