Indus Valley Times

ବିଜେପିରେ ମିଶିଲେ ଦେବାଶିଷ ନାୟକ, କିଛି ସମୟ ପୂର୍ବରୁ ଛାଡ଼ିଥିଲେ ବିଜେଡି

 Breaking News

ବିଜେପିରେ ମିଶିଲେ ଦେବାଶିଷ ନାୟକ, କିଛି ସମୟ ପୂର୍ବରୁ ଛାଡ଼ିଥିଲେ ବିଜେଡି

ବିଜେପିରେ ମିଶିଲେ ଦେବାଶିଷ ନାୟକ, କିଛି ସମୟ ପୂର୍ବରୁ ଛାଡ଼ିଥିଲେ ବିଜେଡି
February 25
18:17 2024

ଭୁବନେଶ୍ୱର, ୨୫/୨ : କଳ୍ପନା ଜଳ୍ପନାର ଅନ୍ତ ଘଟିଲା। ବିଜେଡିରୁ ଇସ୍ତଫା ଦେବାର କିଛି ସମୟପରେ ବିଜେପିରେ ମିଶିଲେ ଯାଜପୁରର ଟାଣୁଆ ନେତା ଦେବାଶିଷ ନାୟକ। ସେ ଆଜି ନିଜର ସମର୍ଥକଙ୍କ ସହ ବିଜେପିରେ ମିଶିଛନ୍ତି।
ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ଆଜି ବିଜେପିରେ ମିଶିଛନ୍ତି।
ଏକଦା ବିଜେଡିର ଟାଣୁଆ ନେତା ଥିଲେ ଦେବାଶିଷ ନାୟକ। ସେ କେବଳ ଟାଣୁଆ ନେତା ନଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଖାସ ଅନୁଗତ ଥିଲେ। ଜନତା ଦଳରରୁ କ୍ୟାରିୟର ଆରମ୍ଭ କରିଥିଲେ। ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ବିଜେଡିରେ ଯୋଗଦେଇଥିଲେ।
ଯାଜପୁର ଜିଲ୍ଲାରେ ପ୍ରଫୁଲ୍ଲ ଘଡ଼ାଇ ଓ କଳ୍ପତରୁ ଦାସଙ୍କ ପରି ନେତାମାନେ ଥିବା ସତ୍ତ୍ୱେ ନିଜର ଦବ୍ଦବା ଦେଖାଉଥିଲେ ଦେବାଶିଷ। ସେ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଥିଲେ।
ଶ୍ରୀ ନାୟକ ଲାଗାତାର ଭାବେ ବରୀ ନିର୍ବାଚନମଣ୍ଡଳୀର ୨୦୦୦ରୁ ୨୦୦୪, ୨୦୦୪ରୁ ୨୦୦୯, ୨୦୦୯ରୁ ୨୦୧୪ ଓ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।
ଏପରିକି ନବୀନ ପଟ୍ଟନାୟକଙ୍କ କ୍ୟାବିନେଟ୍ରେ ମନ୍ତ୍ରୀ ମଧ୍ୟ ହୋଇଥିଲେ। ରାଜ୍ୟ ରାଜନୀତିରେ ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ ସମୟରେ ଦେବାଶିଷ ସବୁଠାରୁ ବେଶୀ ସକ୍ରିୟ ଥିଲେ।
ତେବେ ୨୦୧୯ ମସିହା ସାଧାରଣ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରିନଥିଲା ବିଜେଡି। ଯେଉଁଥିପାଇଁ ସେ ଦଳରେ ଥାଇ ନଥିଲା ପରି ଲାଗୁଥିଲେ। ଜିଲ୍ଲାର କୌଣସି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରୁନଥିଲେ। ତାଙ୍କ କାର୍ଯ୍ୟକଳାପରୁ ଲାଗୁଥିଲା ସେ ବିଜେଡି ଛାଡ଼ି ପାରନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031