Indus Valley Times

ବିଜେପି ମନ୍ତ୍ରୀଙ୍କର ଅଜବ ବିବୃତ୍ତି, କହିଲେ-ପ୍ରତିଦିନ ମାଛ ଖାଆନ୍ତୁ, ଐଶ୍ବର୍ଯ୍ୟାଙ୍କ ପରି ସୁନ୍ଦର ହୋଇଯିବେ

 Breaking News

ବିଜେପି ମନ୍ତ୍ରୀଙ୍କର ଅଜବ ବିବୃତ୍ତି, କହିଲେ-ପ୍ରତିଦିନ ମାଛ ଖାଆନ୍ତୁ, ଐଶ୍ବର୍ଯ୍ୟାଙ୍କ ପରି ସୁନ୍ଦର ହୋଇଯିବେ

ବିଜେପି ମନ୍ତ୍ରୀଙ୍କର ଅଜବ ବିବୃତ୍ତି, କହିଲେ-ପ୍ରତିଦିନ ମାଛ ଖାଆନ୍ତୁ, ଐଶ୍ବର୍ଯ୍ୟାଙ୍କ ପରି ସୁନ୍ଦର ହୋଇଯିବେ
August 21
19:02 2023

ମହାରାଷ୍ଟ୍ର,୨୧/୮: ମାଛ ଖାଉଥିବାରୁ ବଲିଉଡ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟ ବଚ୍ଚନ ଚମକୁଛନ୍ତି। ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାରରେ ଜନଜାତି ବିକାଶ ମନ୍ତ୍ରୀ ଡକ୍ଟର ବିଜୟକୁମାର ଗାବିତ୍ ତାଙ୍କର ଏହି ବିବୃତିକୁ ନେଇ ଏବେ ବିବାଦୀୟ ହୋଇପଡ଼ିଛନ୍ତି। ମାଛ ଖାଇଲେ କେଉଁ ସବୁ ଲାଭ ମିଳେ ତାହା ଜଣାଇବାକୁ ଯାଇ ସେ କହିଛନ୍ତି ଯେ ମାଛ ଖାଉଥିବାରୁ ପ୍ରସିଦ୍ଧ ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କ ଆଖି ଏବଂ ଚର୍ମ ଚମକୁଛି।
ସୂଚନା ମୁତାବକ, ଧୁଲେ ଜିଲ୍ଲାର ଅନ୍ତୁରଲିରେ ଆଦିବାସୀ ମତ୍ସ୍ୟଜୀବୀଙ୍କୁ ମାଛଧରା ସାମଗ୍ରୀ ବଣ୍ଟନ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ ଜନଜାତି ବିକାଶ ମନ୍ତ୍ରୀ ଡକ୍ଟର ବିଜୟ କୁମାର ଗାବିତ୍ ଉପସ୍ଥିତ ମତ୍ସ୍ୟଜୀବୀଙ୍କୁ ସମ୍ବୋଧିତ କରିଥିଲେ। ଏହି ସମୟରେ ମନ୍ତ୍ରୀ ଗାବିତ୍ କହିଥିଲେ, ଆପଣ ଐଶ୍ବର୍ଯ୍ୟା ରାୟଙ୍କ ଆଖି ଦେଖିଛନ୍ତି କି?
ମାଙ୍ଗାଲୁରୁର ସମୁଦ୍ର କୂଳରେ ରହୁଥିବା ଅଭିନେତ୍ରୀ ଐଶ୍ବର୍ଯ୍ୟା ରାୟଙ୍କର ଆଖି ସୁନ୍ଦର ଏବଂ ଉଜ୍ଜ୍ୱଳ, କାରଣ ସେ ପ୍ରତିଦିନ ମାଛ ଖାଉଛନ୍ତି। ମହିଳା ଏବଂ ପୁରୁଷମାନେ ମାଛ ଖାଇଲେ ଚିକ୍କଣ ଦେଖାଯିବା ଆରମ୍ଭ କରନ୍ତି। ତାଙ୍କ ଆଖି ଉଜ୍ଜ୍ୱଳ ଦେଖାଯାଏ। ସେମାନେ ଏତେ ସୁନ୍ଦର ଦେଖାଯାନ୍ତି ଯେ କେହି ସେମାନଙ୍କୁ ଦେଖି ପାଗଳ ହୋଇଯିବେ। ମାଛରେ ଏକ ପ୍ରକାର ତେଲ ଅଛି। ଏହି ତେଲ ପାଇଁ ଆଖି ଉଜ୍ଜ୍ୱଳ ଏବଂ ଶରୀରର ଚର୍ମ ଚିକ୍କଣ ଦିଶେ। ଏଭଳି କହିବା ସହ ମନ୍ତ୍ରୀ ତାଙ୍କ ଅଭିଭାଷଣରେ ମତ୍ସ୍ୟଚାଷର ଲାଭ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031