Indus Valley Times

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ମୁତାବକ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ

 Breaking News

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ମୁତାବକ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶ ମୁତାବକ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ
October 14
10:09 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୪/୧୦ : ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପତ୍ର ସଂଖ୍ୟା ୯୮୮୩ ତା ୧୨.୦୯.୨୦୨୫ – ଅନୁଯାୟୀ ଆଜି ଖୋର୍ଦ୍ଧା ପୌର ପରିଷଦ ଫରେଷ୍ଟ କଲୋନୀ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୫ କାର୍ଯ୍ୟକ୍ରମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଏହି କ୍ଲଷ୍ଟର୍ ର ୧୨ ଟି ବିଦ୍ୟାଳୟ ଏବଂ ଗୋଟିଏ ମହାବିଦ୍ୟାଳୟରରୁ ପ୍ରାୟ ୩୫୦ରୁ ଉର୍ଦ୍ଧ୍ବ ଶିକ୍ଷାର୍ଥୀ ମାନେ ଯୋଗ ଦେଇଥିଲେ।
ଚତୁର୍ଥରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ବକ୍ତୃତା, ପ୍ରବନ୍ଧ, ସଙ୍ଗୀତ,ଚିତ୍ରାଙ୍କନ,ସୃଜନଶୀଳ ଲିଖନ, କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦି ପ୍ରତିଯୋଗିତା ମାନ କରାଯାଇଥିବା ବେଳେ
ପ୍ରଥମ, ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ଗଣିତ ଦୌଡ଼, ଗଣିତ କୁଇଜ୍, ଚିତ୍ରାଙ୍କନ ଓ ଗଳ୍ପକଥନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।
ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ଉତ୍ତୀର୍ଣ୍ଣ ହୋଇଥିବା ପିଲାଙ୍କୁ ସମ୍ମାନିତ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି କୃତି ସମ୍ପନ୍ନ ଶିକ୍ଷାର୍ଥୀମାନଙ୍କୁ ଚୟନ ପ୍ରକିୟାରେ ବିଚାରକ ମଣ୍ଡଳୀ ରୂପେ ଏହି ଖୋର୍ଦ୍ଧାର ବହୁ ଖ୍ୟାତିପୂର୍ଣ୍ଣ ସୁଯୋଗ୍ୟ ବ୍ୟକ୍ତିତ୍ଵମାନେ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ କନକ ଲକ୍ଷ୍ମୀ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ନିଜର ଅନ୍ତର୍ନିହିତ ଗୁଣାବଳୀର ବିକାଶ ପୂର୍ବକ ନିଜ ପରିବାର ତଥା ଖୋର୍ଦ୍ଧା ଜିଲ୍ଲାର ସୁନାମ ବୃଦ୍ଧି କରିବା ନିମନ୍ତେ ଅନୁପ୍ରେରିତ କରିଥିଲେ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରଥ କାର୍ଯ୍ୟକ୍ରମରେ ସଭାପତିତ୍ବ କରିବା ସହିତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବାର ମହତ୍ତ୍ଵ ବୁଝାଇଥିଲେ ।
ଖୋର୍ଦ୍ଧା ପୌର ପରିଷଦର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୋର‌୍ୟ୍ୟ ରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇ ନିଜର ବହୁମୂଲ୍ୟ ବକ୍ତବ୍ୟ ମାଧ୍ୟମରେ ଶିଶୁମାନଙ୍କର ସୃଜନାତ୍ମକ ବିକାଶ ଦିଗରେ ଆଲୋକପାତ କରିଥିଲେ।
ମୁଖ୍ୟବକ୍ତା ଭାବେ ଆମରି ସତ୍ୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ପ୍ରମୋଦ ଚନ୍ଦ୍ର ଦାଶ ଉଦ୍ ବୋଧନରେ ପ୍ରକାଶ କରିଥିଲେ ବିକଶିତ ସମାଜ ଗଢ଼ିବାକୁ ହେଲେ ଶିଶୁମାନଙ୍କୁ ନିଜର କର୍ମକୁ ଦୃଢ଼ ନିଷ୍ଠାର ସହ ସମ୍ପାଦନ କରିବାକୁ ହେବ।
ସମ୍ମାନିତ ଅତିଥି ରୂପେ ଶ୍ରୀଯୁକ୍ତ ବିରଞ୍ଚି ନାରାୟଣ ସାହୁ ନିଜର ଅଭିଭାଷଣରେ କହିଥିଲେ ଯେ ଏହିପରି ସୁଯୋଗର ସମ୍ପୂର୍ଣ୍ଣ ସଦୁପଯୋଗ କରିବା ଆବଶ୍ୟକ ରହିଛି ।
ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜିକା ଶ୍ରୀମତୀ ରେବତୀ ପଣ୍ଡା ଶିଶୁମାନଙ୍କ ଉଦ୍ଦେଶ୍ୟରେ ଏହି ଉପଦେଶ ଦେଇଥିଲେ ଯେ ଉତ୍କୃଷ୍ଟ ଚିନ୍ତାଧାରା ଓ ନିଜ ପରିଶ୍ରମ ମାଧ୍ୟମରେ ସଫଳତାକୁ ସ୍ପର୍ଶ କରିହେବ।
ଉକ୍ତ ବିଦ୍ୟାଳୟ ତଥା କ୍ଲଷ୍ଟରର ସମସ୍ତ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ସୁଚାରୁ ରୂପେ ସଂଯୋଜନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930