Indus Valley Times

ବିଳମ୍ବିତ ରାତିରେ ପୁଣି ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର

 Breaking News

ବିଳମ୍ବିତ ରାତିରେ ପୁଣି ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର

ବିଳମ୍ବିତ ରାତିରେ ପୁଣି ୨ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋଲିସର ଏନ୍‌କାଉଣ୍ଟର
May 26
10:48 2026

ବ୍ରହ୍ମପୁର, ୨୬/୫ : ପୁଣି ବ୍ରହ୍ମପୁରରେ ଡବଲ ଏନକାଉଣ୍ଟର। ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ମାମଲାରେ ଫେରାର ଅଭିଯୁକ୍ତକୁ ଏନକାଉଣ୍ଟର କରିଛି ପୋଲିସ। ସରୋଜର ବାମ ଗୋଡ଼ରେ ଓ ରଞ୍ଜନର ଡାହାଣ ଗୋଡ଼ରେ ଗୁଳି ବାଜିଛି। ଆହତ ଦୁଇ ଅଭିଯୁକ୍ତଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ୧୦ ଦିନରେ ବ୍ରହ୍ମପୁର ପୋଲିସ ୫ ଏନକାଉଣ୍ଟର କଲାଣି। ତେବେ ଅପରାଧିଙ୍କ ଉପରେ ବ୍ରହ୍ମପୁର ପୋଲିସର ଆକ୍ସନ ଗୁଣ୍ଡ ଏବଂ ମାଫିଆଙ୍କ ମଧ୍ୟରେ ଏକ କୋକୁଆ ଭୟ ସୃଷ୍ଟି କଲାଣି।
ସୂଚନା ଅନୁସାରେ, ଗତ ୧୫ ତାରିଖରେ ସତ୍ୟନାରାୟଣପୁର ଗାଁର ସୁଧୀର ପାତ୍ରଙ୍କୁ ଦୁର୍ବୁତ୍ତ ମାନେ ଅପହରଣ କରିନେଇଥିଲେ। ଏପ୍ରିଲ ୨୨ ତାରିଖରେ ବୁଗୁଡ଼ା ଜଙ୍ଗଲ ଭିତରୁ ତାଙ୍କର ମୃତଦେହ ମିଳିଥିଲା। ଏହାପରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ମୁକେଶ ସାହୁ, ସୁମିତ ସିଂ, ରଞ୍ଜନ ମଲ୍ଲିକ ଓ ସରୋଜ ପଣ୍ଡାଙ୍କୁ ବ୍ରହ୍ମପୁରର ସ୍ୱତନ୍ତ୍ର ପୋଲିସ ଟିମ୍ ରାଜସ୍ଥାନର ଭିଲୁଆଡାରୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣୁଥିଲା।
ରତ୍ନପୁର ଠାରେ ରଞ୍ଜନ ଓ ସରୋଜ ପରିସ୍ରା କରିବାକୁ ଓହ୍ଲାଇ ଥିଲେ। ହଠାତ ଜଣେ ପୋଲିସ କର୍ମଚାରୀଙ୍କ ପିସ୍ତଲ ନେଇ ଦୁଇ ରାଉଣ୍ଡ ଗୁଳି ଫୁଟାଇ ଫେରାର ହେବାକୁ ଚେଷ୍ଟା କରିଥିଲେ ରଞ୍ଜନ ଓ ସରୋଜ। ପୋଲିସ ନିଜର ସୁରକ୍ଷା ପାଇଁ ଦୁଇ ରାଉଣ୍ଡ ଗୁଳି ଫୁଟାଇଥିଲା। ଯେଉଁଥିରେ ସରୋଜର ବାମ ଗୋଡ଼ରେ ଓ ରଞ୍ଜନର ଡାହାଣ ଗୋଡ଼ରେ ଗୁଳି ବାଜିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31