Indus Valley Times

ବିଶୁଦ୍ଧ ବାୟୁରେ ନିଶ୍ବାସ ନେବାକୁ ଦିଅନ୍ତୁ; ବାଣ ନୁହେଁ, ମିଠା କିଣିବାରେ ଟଙ୍କା ଖର୍ଚ୍ଚ କରନ୍ତୁ: ସୁପ୍ରିମକୋର୍ଟ

 Breaking News

ବିଶୁଦ୍ଧ ବାୟୁରେ ନିଶ୍ବାସ ନେବାକୁ ଦିଅନ୍ତୁ; ବାଣ ନୁହେଁ, ମିଠା କିଣିବାରେ ଟଙ୍କା ଖର୍ଚ୍ଚ କରନ୍ତୁ: ସୁପ୍ରିମକୋର୍ଟ

ବିଶୁଦ୍ଧ ବାୟୁରେ ନିଶ୍ବାସ ନେବାକୁ ଦିଅନ୍ତୁ; ବାଣ ନୁହେଁ, ମିଠା କିଣିବାରେ ଟଙ୍କା ଖର୍ଚ୍ଚ କରନ୍ତୁ: ସୁପ୍ରିମକୋର୍ଟ
October 20
17:50 2022

ନୂଆଦିଲ୍ଲୀ, ୨୦/୧୦: ଦିଲ୍ଲୀରେ ଏଥର ବାଣ ଫୁଟିବ କି ନାହିଁ? ଲୋକେ ଆତସବାଜୀ କରିବେ ନା ନାହିଁ? ଏନେଇ ସୁପ୍ରିମକୋର୍ଟରେ ମାମଲା ପହଞ୍ଚିଥିବା ବେଳେ ଆସିଛି କୋର୍ଟଙ୍କ ରୋଚକ ରାୟ। ଉଚ୍ଚତମ ନ୍ୟାୟଳୟ କହିଛନ୍ତି, ‘ ଦିଲ୍ଲୀବାସୀଙ୍କୁ ପ୍ରଥମେ ପ୍ରଦୂଷଣମୁକ୍ତ ବାୟୁରେ ନିଶ୍ୱାସ ନେବାକୁ ଦିଆଯାଉ। ଲୋକେ ବାଣ ନ କିଣି ମିଠା କିଣିବାରେ ଟଙ୍କା ଖର୍ଚ୍ଚ କରନ୍ତୁ ।’
ଦିଲ୍ଲୀରେ ବାଣ ଫୁଟାଇବା ଉପରେ ବ୍ୟାନ୍କୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ବିଜେପି ନେତା ମନୋଜ ତିୱାରୀ। ଏପରିକି ଦୀପାବଳିକୁ ଆଉ ମାତ୍ର ଦୁଇ ଦିନ ଥିବାରୁ ତାଙ୍କ ଆବଦେନ ଉପରେ ତୁରନ୍ତ ଶୁଣାଣି ପାଇଁ ଅପିଲ୍ କରିଥିଲେ ମନୋଜ।
ନିଜ ଆବଦେନରେ ମନୋଜ ଦର୍ଶାଇଥିଲେ ଯେ, ଜୀବନ ଅଧିକାରର ବାହାନା କରି ଧର୍ମର ସ୍ୱାଧୀନତାକୁ ଛଡ଼ାଇ ନିଆଯାଇପାରିବ ନାହିଁ। ତେଣୁ ବାଣ ବିକ୍ରିକୁ ଅନୁମତି ଦେବାକୁ ସେ କୋର୍ଟକୁ ଅନୁରୋଧ କରିଥିଲେ। ତେବେ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି।
ଏହା ପୂର୍ବରୁ ଆଜି ହିଁ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପଲ୍ୟୁସନ କଣ୍ଟ୍ରୋଲ କମିଟିର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଥିଲେ। ଏହି ପ୍ରସଙ୍ଗ ସୁପ୍ରିମକୋର୍ଟରେ ବିଚାରଧୀନ ଥିବାରୁ ଏହା ଉପରେ ଶୁଣାଣି ହେବ ନାହିଁ ବୋଲି ହାଇକୋର୍ଟ କହିଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀରେ ବାଣ କିଣିବା ଏବଂ ଫୁଟାଇବା ଉପରେ ରୋକ ଲାଗିଛି। ଏହାର ଉଲ୍ଲଂଘନ କଲେ ୨୦୦ ଟଙ୍କା ଜରିମାନା ଏବଂ ୬ ମାସ ଜେଲ ଦଣ୍ଡର ନିୟମ ରହିଛି। ଶୀତ ଦିନ ଆରମ୍ଭ ହେବା ସହ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅଧିକ ହୋଇଥାଏ। ଏହି କାରଣରୁ ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛନ୍ତି।
ରାଜଧାନୀରେ ବାଣ ଉତ୍ପାଦନ, ଜମା ରଖିବା ଏବଂ ବିକ୍ରି ଅପରାଧ। ନିୟମର ଉଲ୍ଲଂଘନ କଲେ ୫୦୦୦ ହଜାର ଟଙ୍କା ଜରିମାନା ଏବଂ ୩ ବର୍ଷ ଯାଏଁ ଜେଲ ହୋଇପାରେ ବୋଲି ଗତକାଲି ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ମଧ୍ୟ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031