Indus Valley Times

ବୌଦ୍ଧରେ ସଡକ ସୁରକ୍ଷା ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ

 Breaking News

ବୌଦ୍ଧରେ ସଡକ ସୁରକ୍ଷା ସପ୍ତାହ ପାଳନ ପାଇଁ ପ୍ରସ୍ତୁତି ବୈଠକ

December 26
22:27 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୧୨ : ସଡକ ସୁରକ୍ଷା ପ୍ରସ୍ତୁତି ବୈଠକ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଶେଷ ଭାବରେ ପିକ୍ ନିକ୍ ସମୟରେ ଦୁର୍ଘଟଣା ଅଧିକ ଆଶଙ୍କା ରହୁଥିବାରୁ ସମସ୍ତ ପ୍ରକାର ସତର୍କତା ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।
ଦୁର୍ଘଟଣା ପ୍ରବଣ ସ୍ଥାନ ଗୁଡିକୁ ସାଇନବୋର୍ଡ ଦ୍ୱାରା ଚିହ୍ନଟ କରାଯିବା କାର୍ଯ୍ୟ ତୁରନ୍ତ ସମାପନ କରିବାକୁ ଜିଲାପାଳ ଶ୍ରୀପଣ୍ଡା ନିର୍ଦ୍ଦେଶ ଦେଇଥିଲେ । ସେହିପରି ପୁର୍ତ୍ତ ବିଭାଗ ପକ୍ଷରୁ ଅନେକ ଦୁର୍ଘଟଣା ଆଶଙ୍କା ରହୁଥିବା ରାସ୍ତା ଗୁଡିକର ମରାମତି କରାଯାଇଥିବାବେଳେ, ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ବୈଠକରେ ନିଷ୍ପତି ଗ୍ରହଣ କରାଯାଇଥିଲା ।
ଦୁର୍ଘଟଣାର ଶୀକାର ହେଉଥିବା ଆହତ ବ୍ୟକ୍ତିମାନଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଦିଗରେ ଉଚିତ ପଦକ୍ଷେପ ନେବାକୁ ମଧ୍ୟ ଜିଲାପାଳ ଶ୍ରୀପଣ୍ଡା ପରାମର୍ଶ ଦେଇଥିଲେ ।
ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟ ପହଞ୍ଚାଉଥିବା ବ୍ୟକ୍ତିବିଶେଷମାନେ ହଇରାଣ ହେବେନାହିଁ ବରଂ ସରକାର ସେମାନଙ୍କ ପାଇଁ ପୁରସ୍କାର ବ୍ୟବସ୍ଥା କରିଥିବା ନେଇ ସଚେତନତା କରାଯିବା ସହିତ ଡାକ୍ତରମାନେ ଏ ସଂପର୍କରେ ତୁରନ୍ତ ନିର୍ଦ୍ଧାରିତ ଫର୍ମ ପୂରଣ କରି ଆଞ୍ଚଳିକ ପରିବହନ କାର‌୍ୟ୍ୟାଳୟକୁ ଅବଗତ କରାଇବାକୁ ଜିଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା ।
ଗତବର୍ଷ ନଭେମ୍ବର ମାସ ତୁଳନାରେ ଚଳିତ ନଭେମ୍ବର ମାସରେ କମ ଦୁର୍ଘଟଣା ଘଟିଥିବା ରେକର୍ଡ କରାଯାଇଥିବା ନେଇ ବୈଠକରେ ସୂଚନା ଦିଆଯିବା ପରେ ଏନେଇ କମିଟି ପକ୍ଷରୁ ସନ୍ତୋଷ ବ୍ୟକ୍ତ କରାଯିବା ସହିତ ଏହି ଧାରା ବଜାୟ ରହିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା ।
ଏହି ବୈଠକରେ ଆଞ୍ଚଳିକ ପରିବହନ ଅଧିକାରୀ ଶିଶିର କୁମାର ସାହୁ,ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ଡିଏସପି ଏ.କେ.ଡୁଙ୍ଗଡୁଙ୍ଗ,ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ବି.କେ.ଆର.ସି ହେମ୍ବ୍ରମ, ବୌଦ୍ଧ ଏନଏସିର ସହକାରୀ ଯନ୍ତ୍ରୀ ପବିତ୍ର କୁମାର ପ୍ରଧାନ,ପୁର୍ତ ବିଭାଗ କନିଷ୍ଠଯନ୍ତ୍ରୀ ପଞ୍ଚାନନ ସାହୁ,ଜିଲା ଶାରିରୀକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରାଙ୍କ ସମେତ ଆଞ୍ଚଳିକ ପରିବହନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031