Indus Valley Times

ଜୁନ୍ ୧୮ ନୁହେଁ,୨୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ

 Breaking News

ଜୁନ୍ ୧୮ ନୁହେଁ,୨୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ

ଜୁନ୍ ୧୮ ନୁହେଁ,୨୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ
June 16
18:52 2025

ଭୁବନେଶ୍ୱର, ୧୬/୬ : ଜୁନ୍ ୧୮ ନୁହେଁ,୨୦ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ୍ ଖୋଲିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି। ସ୍କୁଲ ଖୋଲିବା ପରେ ପୁଣି ମିଳିବ ମଧ୍ୟାହ୍ନ ଭୋଜନ । ପ୍ରବଳ ଖରାକୁ ଦେଖି ରାଜ୍ୟରେ ସ୍କୁଲ ବନ୍ଦ ରହିଛି। ରାଜ୍ୟରେ ଖରାଛୁଟି ବଢିବ କି ନାହିଁ ସେ ସମ୍ପର୍କରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଜର ପ୍ରତିକ୍ରିୟାରେ ଏହି ସୂଚନା ଦେଇଛନ୍ତି।
ସ୍କୁଲରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଭଲ ଖାଦ୍ୟ ମିଳିବ । ଯେମିତି ସ୍ୱାସ୍ଥ୍ୟକର ପରିବେଶ ଭିତରେ ଉତ୍ତମ ଖାଦ୍ୟ ମିଳିବ ତା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଚିଠି କରିଛନ୍ତି ।
ସ୍କୁଲରେ ପିଲାଙ୍କ ମିଡ୍ ଡେ ମିଲକୁ ନେଇ ଅନେକ ସମୟରେ ଅଭିଯୋଗ ହୋଇଥାଏ । କେଉଁଠି ପାଣିଆ ଡାଲି କଥା ଉଠେ ତ ଆଉ କେଉଁଠି ପୋକରା ଚାଉଳରେ ଭାତ କଥା ଆସେ । ଏହାକୁ ରୋକିବା ପାଇଁ ଏବେ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସବୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ଜଣାଇଛି । ସ୍କୁଲ ଖୋଲିବା ପୂର୍ବରୁ ରୋଷେଇ ସ୍ଥାନ ପରିଷ୍କାର କରିବା ସହ ମାନ ପରୀକ୍ଷଣ ପାଇଁ ରେଜିଷ୍ଟର ରଖିବାକୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ।
ବିଶେଷ କରି ମଧ୍ୟାହ୍ନ ଭୋଜନ ମାନ ପରଖିବେ ଅଭିଭାବକ । ରୋଷେଇ ସାମଗ୍ରୀ ଯାଞ୍ଚ କରିବେ ପ୍ରଧାନଶିକ୍ଷକ । ଜିଲ୍ଲା ଶିକ୍ଷା ଅଧିକାରୀ ଓ ବ୍ଲକ୍ ଶିକ୍ଷା ଅଧିକାରୀ କରିବେ ବୈଠକ। ସ୍କୁଲ୍‌ରେ ରହିବ ମାନ ପରୀକ୍ଷଣ ରେଜିଷ୍ଟର । ସ୍କୁଲ୍ ଖୋଲିବା ପୂର୍ବଦିନ ରୋଷେଇ ସ୍ଥାନ ପରିଷ୍କାର ହେବ । ମଧ୍ୟାହ୍ନ ଭୋଜନରୁ ବଞ୍ଚିତ ହେବେନି କୌଣସି ଛାତ୍ରଛାତ୍ରୀ । ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଅଭିଭାବକ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930