Indus Valley Times

ବୌଦ୍ଧ ଜିଲ୍ଲାରେ ଆନ୍ଦୋଳନ ରତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମର୍ଥନ ଜଣାଇଲା କଂଗ୍ରେସ ଦଳ

 Breaking News

ବୌଦ୍ଧ ଜିଲ୍ଲାରେ ଆନ୍ଦୋଳନ ରତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମର୍ଥନ ଜଣାଇଲା କଂଗ୍ରେସ ଦଳ

ବୌଦ୍ଧ ଜିଲ୍ଲାରେ ଆନ୍ଦୋଳନ ରତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସମର୍ଥନ ଜଣାଇଲା କଂଗ୍ରେସ ଦଳ
September 19
10:51 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ ,୧୯/୯: ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ର ଆଜି ବୌଦ୍ଧ ଏବଂ ହରଭଙ୍ଗା ବ୍ଲକ ରେ ଆନ୍ଦୋଳନ କରି ଧାରଣାରେ ବସିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ନିକଟରେ ପହଂଚି କଂଗ୍ରେସ ଦଳର ନୈତିକ ସମର୍ଥନ ଜଣାଇଥିଲେ ।
ଶ୍ରୀ ମିଶ୍ର ବୌଦ୍ଧ ଏବଂ ହରଭଙ୍ଗା ବିଇଓ କାର୍ଯ୍ୟାଳୟ ସମ୍ମୁଖରେ ଚାଲି ଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ଧାରଣା ସ୍ଥଳରେ ପହଂଚି ତାଙ୍କସହ ଆଲୋଚନା କରି ଥିଲେ । ତାଙ୍କ ଦାବୀ ଆପତ୍ତି ବହୁ ପୁରୁଣା ହୋଇ ଗଲାଣି , ୨୦୧୭ ମସିହାରୁ ତିନି ଦଫା ଦାବୀ କୁ ସରକାରଙ୍କୁ ଏହି ଶିକ୍ଷକ ସମାଜ ବିଭିନ୍ନ ସ୍ତରରେ ଦାବୀ ଜଣାଇ ଆସୁଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ସରକାର କୌଣସି ଏକ ପଦକ୍ଷେପ ଗ୍ରହଣ ନ କରିବା ଏକ ଦୁଃଖ ଏବଂ ପରିତାପର ବିଷୟ , ତେଣୁ ଶିକ୍ଷକଙ୍କ ଦାବୀ ଯଥାର୍ଥ, ତେଣୁ ସରକାର ତୁରନ୍ତ ଏହି ନାର୍ଯ୍ୟ ଦାବୀକୁ ସହୃଦୟତା ସହ ମାନିନେବା ଦରକାର ବୋଲି ଶ୍ରୀ ମିଶ୍ର କହିଥିଲେ।
ସଭାପତି ଙ୍କ ସହ ମୁଖ୍ୟ ମୁଖପାତ୍ର ଶାନ୍ତନୁ କୁମାର ମହାପାତ୍ର , ଉପସଭାପତି ସମରେଶ ମିଶ୍ର, ପିସିସି ସଭ୍ୟ ଗଣେଶ ଅଗ୍ରୱାଲ , ପଙ୍କଜ କର୍ଣ୍ଣ , ଅର୍ଜୁନ ମହାନନ୍ଦିଆ, ପ୍ରମୋଦ ପ୍ରଧାନ, ଜୟନ୍ତ ପାଣିଗ୍ରାହୀ, ସମରେନ୍ଦ୍ର ମହାକୁଳ, ଗୋପାଳ ବାଘ ପୌଲସ୍ତି ପ୍ରଧାନ, ନେତ୍ରା ଦୀପ ପ୍ରମୁଖ କଂଗ୍ରେସ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ,୧୯/୯ : ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତିଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ମହାସମାରୋହରେ ପାଳନ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଦ୍ୱାରା ଉପକୃତ ହିତାଧିକାରୀମାନଙ୍କ ଗହଣରେ ବୌଦ୍ଧ ମାତଙ୍ଗେଶ୍ୱର ମନ୍ଦିରଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରି ପୂଜାର୍ଚ୍ଚନା କରାଯିବା ସହିତ ବେଦପାଠ ଓ ଦୀପଦାନ କରାଯାଇଥିଲା ।
ସେହିପରି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ବିଶ୍ୱକର୍ମା ଯୋଜନାର ଶୁଭାରମ୍ଭରେ ଜିଲ୍ଲାସ୍ତରରେ ଓ ସମସ୍ତ ମଣ୍ଡଳସ୍ତରରେ ନେତୃବୃନ୍ଦଙ୍କ ସହିତ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପକୃତ ହୋଇଥିବା ଲାଭାର୍ଥୀମାନେ ଅଂଶଗ୍ରହଣ କରିବା ସହିତ କାର୍ଯ୍ୟକ୍ରମର ସିଧାପ୍ରସାରଣରେ ଭାଗ ନେଇଥିଲେ ।
ଏହି ଯୋଜନାରେ ୧୮ ପ୍ରକାର ପାରମ୍ପରିକ କୌଳିକ ବୃତି କରୁଥିବା ବର୍ଗର ବିଶ୍ୱକର୍ମା ଭାଇ ଭଉଣୀମାନଙ୍କୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ଗ୍ୟାରେଣ୍ଟିରେ ୫ ପ୍ରତିଶତ ସୁଧରେ ଋଣ ପ୍ରଦାନ,୧୫ ହଜାର ଟଙ୍କାର ଟୁଲ କିଟ୍ ଏବଂ ଦକ୍ଷତା ବୃଦ୍ଧି ପାଇଁ ତାଲିମ ପ୍ରଦାନ ସହିତ ଦୈନିକ ୫ ଶହ ଟଙ୍କା ଷ୍ଟାଇପେଣ୍ଡ ଓ ପ୍ରମାଣପତ୍ର ସହିତ ବଜାର ସୁବିଧା ମଧ୍ୟ ଯୋଗାଇଦିଆଯିବ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା ଓ କର୍ମୀ ଯୋଗଦେଇଥିଲେ ।
ଅନଲାଇନରେ ୯୯ ହଜାର ୯୯୦ଟଙ୍କା ଠକେଇ ଥାନାରେ ଅଭିଯୋଗ
ବୌଦ୍ଧ,୧୯/୯: ବୌଦ୍ଧ ସହରର ବୁଟୁପାଲିର ଜଣେ ଯୁବକଙ୍କ ଠାରୁ ୯୯ ହଜାର ୯୯୦ ଟଙ୍କା ଅନଲାଇନରେ ଠକେଇ ହୋଇଥିବା ନେଇ ବୌଦ୍ଧ ଥାନାରେ ଅଭିଯୋଗ ହୋଇଛି । ସୂଚନା ମତେ, ବୌଦ୍ଧ ସହରର ବୁଟୁପାଲି କୁଶ ନାଏକଙ୍କ ପାଖକୁ ଗତ କାଲି ଅନଲାଇନରେ ଏକ ଜିନିଷ ଆସିଥିଲା । ସେ କୌଣସି ଜିନିଷ ଅନଲାଇନରେ ମଗାଇନାହିଁ ବୋଲି ଡେଲିଭର ବାଲାକୁ କହିଥିଲେ । ଡେଲିଭର ବାଲା ମୁଁ କିଛି ଜାଣି ନାହିଁ ବୋଲି କହିଥିଲା ।
ସେ ଡେଲିଭରବାଲାକୁ ଜିନିଷ ଫେରସ୍ତ କରିବାକୁ ଚାହୁଁଥିଲେ । ସେହି ସମୟରେ ସେହି ଅନଲାଇନରୁ ଗୋଟିଏ କଲ ଆସିଲା । ସେହି ଡରଲିଭରି ଜିନିଷ ଫେରାଇବାର ବାଟ ଦେଖାଉଥିଲା । ସେହି ସମୟରେ ଗୋଟିଏ ଓଟିପି ନମ୍ବର ଆସିଲା । ସେ ସେହି ଓଟିପି ନମ୍ବର ମାଗିଲା । ନମ୍ବର ଦେବା ପରେ ତାଙ୍କର ଜମାଖାତାରୁ ୯୯ ହଜାର ୯୯୦ ଟଙ୍କା ଉଠାଇନେଲା ବୋଲି ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ବୌଦ୍ଧ ନଗରରେ ସାମାଜିକ ସଦଭାବନା ବୈଠକ
ବୌଦ୍ଧ,୧୯/୯: ବୌଦ୍ଧ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ନଗର ସଂଯୋଜକ ଧରଣୀଧର ପରିଡ଼ା ଙ୍କ ଅଧ୍ୟକ୍ଷତାରେ ସହର ର ସମସ୍ତ ସମାଜ ମୁଖିଆ ଓ କାର୍ଯ୍ୟକର୍ତ୍ତା ଙ୍କୁ ନେଇ ଏକ ସାମାଜିକ ସଦଭାବନା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଅଧିବକ୍ତା ପରିଷଦ ର ପୂର୍ବ କ୍ଷେତ୍ର ସମ୍ପାଦକ କମ୍ଭୁପାଣି ପାଢ଼ୀ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଗୌରବମୟ ଶାଶ୍ଵତ ଭାରତ ବର୍ଷର ବସୁଧୈବ କୁଟୁମ୍ବକମ୍ ବିଚାର ଆଲୋଚନା କରିଥିଲେ। ସାଂପ୍ରତିକ ସମାଜ ବ୍ୟବସ୍ଥାରେ କିଛି ତୃଟି କାରଣରୁ ଗୌରବଶାଳୀ ପରମ୍ପରାରୁ ଆମେ ସମସ୍ତେ ଦୁରେଇଯାଇଛୁ।
ଏଣୁ ପରସ୍ପର ମଧ୍ୟରେ ସଦ୍ଭାବ, ସମନ୍ୱୟ ରଖି ସଂଗଠିତ ଭାବେ ସମାଜ ଉତ୍ଥାନ ପାଇଁ କାର‌୍ୟ୍ୟ କଲେ ଆମଦେଶ ପରମ ବୈଭବଶାଳୀ ହୋଇ ଆମ ଦେଶ ପୁଣି ବିଶ୍ଵ ଗୁରୁ ପଦରେ ଆସିନ ହୋଇ ବିଶ୍ଵ ମୈତ୍ରୀ ପ୍ରତିଷ୍ଠା କରିପାରିବ ବୋଲି ଅନ୍ୟତମ ବକ୍ତା ସାମାଜିକ ସଦଭାବନା ପ୍ରାନ୍ତ ସଂଯୋଜକ ଜନ୍ମେଜୟ ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ।ସହରର ପ୍ରାୟ ୨୦ଟି ସମାଜ ର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ନିଜ ନିଜ ସମାଜ ର ଗୌରବ ଗାଥା ଉପସ୍ଥାପନା କରି ସମାଜ ର ମଙ୍ଗଳ ପାଇଁ କାର‌୍ୟ୍ୟ କରିବା ପାଇଁ ପ୍ରତିଜ୍ଞା କରିଥିଲେ ।
ଭାରତ ମାତା ଓ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପୂଜାର୍ଚ୍ଚନା କରି ସଂଗଠନ ମନ୍ତ୍ର ମାଧ୍ୟମରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ପଦ୍ମଚରଣ ମେହେର ଅତିଥି ପରିଚୟ କରିବା ସହ ମଞ୍ଚ ପରିଚାଳନା କରିଥିଲା ବେଳେ ଦେବାଶିଷ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସଂଯୋଜକ ରଘୁନାଥ ଷଡ଼ଙ୍ଗୀ ,ବିଜୟ କୁମାର ସାହୁ,ଶିବରାମ ସାହୁ,ଲକ୍ଷ୍ମୀକାନ୍ତ ଜାନି,ପ୍ରଦୀପ ସାଥୁଆ,ଦୁର୍ଯ୍ୟୋଧନ ବିଶି,ଦିଲ୍ଲୀପ କୁମାର ସାହୁ ,ଅଖଣ୍ଡ ଭବସାଗର ପ୍ରମୁଖ କାର‌୍ୟ୍ୟକ୍ରମ ପରିଚାଳନା କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031