Indus Valley Times

ବୌଦ୍ଧ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ

 Breaking News

ବୌଦ୍ଧ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ

September 26
20:32 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୬/୯: ବୌଦ୍ଧ ସହରସ୍ଥିତ ଟାଉନହଲ ଠାରେ ଶନିବାର ବୌଦ୍ଧଜିଲ୍ଲା ଔଷଧ ବ୍ୟବସାୟୀ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲା ପାଇଁ କର୍ମକର୍ତ୍ତା ଚୟନ କରାଯାଇଛି । ସଭାପତି ଭାବେ ଗିରଧାରୀ ଲାଲା ଅଗ୍ରୱାଲା, ସଂପାଦକ ପ୍ରାଣବନ୍ଧୁ ପ୍ରଧାନ ମନୋନୀତ ହୋଇଥିଲେ । ପରେ ଜିଲ୍ଲା ସଭାପତି ଶ୍ରୀ ଅଗ୍ରୱାଲାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଅତିଥିଭାବେ ୟୁସିଡିଏର ରାଜ୍ୟ ସଭାପତି ବି,ସତ୍ୟନାରାୟଣ, ରାଜ୍ୟ ସଂପାଦକ ପ୍ରଶାନ୍ତ ମହାପାତ୍ର ,ନୟାଗଡ ଓøଷଧ ବ୍ୟବସାୟୀ ସଂଘର ସଭାପତି ପ୍ରହଲ୍ଳାଦ ସାହୁ , କଳାହାଣ୍ଡି ଓøଷଧ ବ୍ୟବସାୟୀ ସଂଘର ଜିଲ୍ଲା ସଭାପତି ଅଶୋକ ରାଉତ, ଅନନ୍ତ ନାରାୟଣ ମହାରଣା ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ସଂଘର ସଦସ୍ୟ ଭାବାନୀ ଶଙ୍କର ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ । ସୁରଜ ଅଗ୍ରୱାଲା ପରିଚାଳନାରେ ସହଯୋଗ କରିଥିଲେ । ନିର୍ବାଚନ ଅଧିକାରୀ ଭାବେ ସଂଘର ବରିଷ୍ଠ ସଦସ୍ୟ ସିଦ୍ଧେଶ୍ୱର ଅଗ୍ରୱାଲା ଓ ମଙ୍ଗଳା ବେହେରା ନିର୍ବାଚନକୁ ପରିଚାଳନା କରିଥିଲେ ।
ଉଦ୍‌ଜାପିତ ହେଲା ଦୁଇ ଦିନିଆ ଜିଲ୍ଲା ସନ୍ତରଣ ପ୍ରତିଯୋଗୀତା,ସନ୍ତରଣରେ ବୌଦ୍ଧ ଜିଲ୍ଲାର କୃତିତ୍ୱ ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ବଜାୟୀ ରଖି ପାରିଛି
ବୌଦ୍ଧ,୨୬/୯: ସନ୍ତରଣରେ ବୌଦ୍ଧ ଜିଲ୍ଲାର କୃତିତ୍ୱ ରାଜ୍ୟରେ ସ୍ୱତନ୍ତ୍ର ସ୍ଥାନ ବଜାୟୀ ରଖି ପାରିଛି । ଜିଲ୍ଲାରେ ସନ୍ତରଣର ଭିତ୍ତିଭୂମୀ ନଥିଲେ ମଧ୍ୟ ଆମ ଜିଲ୍ଲାର ପିଲାମାନେ ସନ୍ତରଣ କ୍ରିଡାରେ ଭଲ ସୁନାମ ଅର୍ଜନ କରିପାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଅମାତ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । । ବୌଦ୍ଧ ଷ୍ଟାଡିୟମ ପରିସରରେ ଥିବା ବିଜୁ ପଟ୍ଟନାୟକ ସନ୍ତରଣାଗାର ଠାରେ ବୌଦ୍ଧ ଏନଏସି ପକ୍ଷରୁ ଆୟୋଜିତ ଦୁଇ ଦିନିଆ ଜିଲ୍ଲା ସ୍ତରୀୟ ସନ୍ତରଣ ପ୍ରତିଯୋଗୀତା ରବିବାର ସଂଧ୍ୟାରେ ଉଦଜାପିତ ହୋଇଯାଇଛି ।
ଏହି ଉଦଜାପିତ ସମାରୋହରେ ମୁଖ୍ୟ ଅତିଥିଭାବେ ବୌଦ୍ଧ ବିଧାୟକ ତଥା ରାଜ୍ୟ ପଞ୍ଚାୟତିରାଜ, ସୁଚନା ଲୋକ ସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ଯୋଗଦେଇ ସନ୍ତରଣକାରୀଙ୍କୁ ଉତ୍ସାହିତ କରିବାସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ରାଜ୍ୟ ସନ୍ତରଣ ସଂଘର ସଭାପତି ପ୍ରଦିପ ପାଢୀ, ବରିଷ୍ଠ କ୍ରିଡବିତ ଦିଲାବର ହୁସେନ, ଲକ୍ଷ୍ମିଧର ମହାକୁଳ, ସୁରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ତନ୍ତରଣ ସଂଘ ସଭାପତି ତଥା ଏନଏସି ଅଧ୍ୟକ୍ଷ ମୃତୁୃ୍ୟଞ୍ଜୟ ମିଶ୍ର ପରିଚାଳନା କରିଥିବା ବେଳେ ସଂପାଦକ ରବିନ୍ଦ୍ର କୁମାର ରାଉତ, କୋଷାଧ୍ୟକ୍ଷ ଜ୍ୟୋତି ରଂଜନ ପଟ୍ଟନାୟକ, କ୍ରିଡା ଶିକ୍ଷକ ରଂଜିତ ରାଉତ, ରବି ବେହେରା ତଥା ଅନ୍ୟାନ୍ୟ ବିଦ୍ୟାଳୟର ଖେଳ ଶିକ୍ଷକମାନେ ଏହି ଦୁଇ ଦିନିଆ ସନ୍ତରଣକୁ ପରିଚାଳନା କରିଥିଲେ । ଏହି ପ୍ରତିଯୋଗୀତାରେ ଜିଲ୍ଲାର ୨୭ଟି ଅନୁଷ୍ଠାନର ୨୦୦ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଭାଗନେଇଥିଲେ । କାର୍ଯ୍ୟକ୍ରମରେ ଏନଏସିର ସମସ୍ତ କର୍ମଚାରୀ ଓ କାଉନସିଲର ମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଦୁଇ ଦିନିଆ ପ୍ରତିଯୋଗୀତାକୁ ଏନଏସି ଅଧ୍ୟକ୍ଷ ଶ୍ରୀ ମିଶ୍ର ଉଦଘାଟନ କରିଥିଲେ ।
ବୌଦ୍ଧ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ମିଳିତ ମଞ୍ଚ ଗଠିତ
ହରଭଙ୍ଗା:୨୬/୯:ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଶିକ୍ଷକ ସଂଘର ସଭାପତି ଦିଲୀପ ପ୍ରଧାନ ଙ୍କ ସଭାପତିତ୍ବରେ ହରଭଙ୍ଗା ବ୍ଲକ ଶିକ୍ଷକ ସଂଘ ଆନୁକୁଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ସବୁ ବର୍ଗର ଶିକ୍ଷକ ଏକ ହୋଇ ଜିଲ୍ଲା ସ୍ତରୀୟ ଶିକ୍ଷକ ମିଳିତ ମଞ୍ଚ ଗଠନ ହୋଇଥିଲା । ଫଳରେ ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା ହେବା ସହ ଶିକ୍ଷକ ଙ୍କ ପଦୋନ୍ନତି ପାଇଁ ଦାବି ଉପସ୍ଥାପନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଥିଲେ ଏବଂ ଶିକ୍ଷକମାନଙ୍କ ସୁରକ୍ଷା ଉପରେ ଆଲୋକପାତ କରିବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରାଯିବା ଆଲୋଚନା ହେବା ସହ ଶିକ୍ଷକ ମାନଙ୍କ ସମସ୍ୟା କୁ ଜିଲ୍ଲା ସ୍ତରରେ ସମାଧାନ କରିବା ପାଇଁ ସଂକଳ୍ପ ହୋଇଥିଲା ।
ଏଥିରେ ହରଭଙ୍ଗା ବ୍ଲକ ସଭାପତି ବିରଞ୍ଚି ନାରାୟଣ ପ୍ରଧାନ , କଣ୍ଟାମାଳ ବ୍ଲକ ସଭାପତି ନୀଳାଚଳ ଭୋଇ, ଜିଲ୍ଲା ସମ୍ପାଦକ ପ୍ରଦୀପ କୁମାର ମହାନ୍ତି,ଶିକ୍ଷକ ନେତା ଶମ୍ଭୂ ପ୍ରସାଦ ଗିରି, ଶିକ୍ଷକ ସାଧୁଚରଣ ଦେହୁରୀ,ରବି ନାରାୟଣ ପ୍ରଧାନ ଙ୍କ ସମେତ ଜିଲ୍ଲାର ପ୍ରାୟ ୨୦୦ ରୁ ଉର୍ଦ୍ଧ୍ବ ଶିକ୍ଷକ ଯୋଗ ଦେଇଥିଲେ ।
ବୌଦ୍ଧ: ଶିକ୍ଷକ ନିଯୁକ୍ତି ନିମନ୍ତେ ଦାବିକଲେ ଗ୍ରାମବାସୀ

ହରଭଙ୍ଗା,୨୬/୯: ହରଭଙ୍ଗା ବ୍ଲକ ଛତ୍ରଙ୍ଗ ପଞ୍ଚାୟତ ଅନ୍ତର୍ଗତ ବଡ଼ଗୁଣ୍ଡୁରୀସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ଅଭାବ କାରଣରୁ ଜିଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଗ୍ରାମବାସୀ ଦାବିପତ୍ର ଦେଇଛନ୍ତି,ସୂଚନା ଥାଉକି ଏହି ବିଦ୍ୟାଳୟରେ ଆଠଟି ଶ୍ରେଣୀରେ ଚାରିଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ।
ନିକଟ ଅତୀତରେ ଆଉ ଜଣେ ଶିକ୍ଷକ ନିଯୁକ୍ତ ହେଇଥିଲେ ମଧ୍ୟ ତାଙ୍କର ଶିକ୍ଷାଦାନର ଅବଧି ମାସେ ନପୁରୁଣୁ ଶିକ୍ଷା ବିଭାଗ ଉପରେ ବିଭିନ୍ନ ପ୍ରକାର ରାଜନୈତିକ ଚାପ ପକାଇ ତରବରିଆ ଭାବେ ବଦଳି କରିଦିଆଯାଇଥିଲା । ଯାହା ଫଳରେ ଶିକ୍ଷକଙ୍କ ଅଭାବ ପଡିଲା ।
ଛତ୍ରଙ୍ଗ ପଞ୍ଚାୟତର ଏହି ବିଦ୍ୟାଳୟରୁ ପ୍ରତି ବର୍ଷ ମେଧାବୀ ଛାତ୍ର ବାହାରିବା ସହ ବିଗତ ଦିନରେ ଅନେକ ଛାତ୍ରଛାତ୍ରୀ କେନ୍ଦ୍ର ସରକାରଙ୍କ ଜବାହାର ନବୋଦୟ ବିଦ୍ୟାଳୟ ପରୀକ୍ଷା ଓ ବିଭିନ୍ନ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହେଇଛନ୍ତି ।
ଏସବୁ ସମସ୍ୟା ନେଇ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ରଞ୍ଜନ ବେହେରା, ଅଭିଭାବକ ସାରସ୍ୱତ ଜଗଦଳା ଏବଂ ଅନ୍ୟାନ୍ୟ ଗ୍ରାମବାସୀ ମିଶି ବୌଦ୍ଧ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଦାବିପତ୍ର ଦେଇଛନ୍ତି ।
ବିଦ୍ୟାଳୟରେ ତୁରନ୍ତ ଶିକ୍ଷକ ନିଯୁକ୍ତି ନହେଲେ ବିଦ୍ୟାଳୟରେ ତାଲା ପକାଇବା ସହ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ କରିବୁ ବୋଲି ଗ୍ରାମବାସୀ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031