Indus Valley Times

ବୌଦ୍ଧ : ତିଳେଶ୍ୱର ବିଜେଡିର କର୍ମସମ୍ମିଳନୀ

 Breaking News

ବୌଦ୍ଧ : ତିଳେଶ୍ୱର ବିଜେଡିର କର୍ମସମ୍ମିଳନୀ

ବୌଦ୍ଧ : ତିଳେଶ୍ୱର ବିଜେଡିର କର୍ମସମ୍ମିଳନୀ
January 22
18:59 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୧ : ଆଜି ତିଳେଶ୍ୱର ପଞ୍ଚାୟତ ବିଜୁ ଜନତାଦଳର କର୍ମୀସମ୍ମିଳନୀ ସ୍ଥାନୀୟ ରାମଗଡ଼ ଜଗନ୍ନାଥ ବନ ପ୍ରକଳ୍ପ ଠାରେ ଜ୍ଞାନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ଏହି କର୍ମୀସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରି ନବୀନ ବାବୁଙ୍କ ସରକାର କ୍ଷମତାକୁ ଆସିବା ପୂର୍ବରୁ ସତୁରୀ ପ୍ରତିଶତ ଗରିବ ସୀମାରେଖା ତଳେ ଥିବା ଓଡ଼ିଆଙ୍କୁ ଆଣି କିଭଳି ଦଶ ପ୍ରତିଶତରେ ସୀମିତ ରଖିଥିଲେ କହିବା ସହ ଡବଲ ଇଞ୍ଜିନ ଆଜି ଡବଲ ଧୋକ୍କାରେ ପରିଣିତ ହୋଇଛି ।
ଦରଦାମର ବୃଦ୍ଧି ଆଜି ସାଧାରଣ ଜନତାଙ୍କ ପାଇଁ ଅସହ୍ୟ ପରିସ୍ଥିତି ସୃଷ୍ଟି କରିଛି । ଦେଇଥିବା ପ୍ରତିଶୃତି ରକ୍ଷା କରିବାରେ ବିଫଳ ହୋଇ ମୋହନ ମାଝୀ ସରକାର ଆଜି ମହଙ୍ଗା ମାଝୀ ସରକାରରେ ପରିଣତ ହୋଇଛି ।
ପ୍ରକୃତିର ମହାନ ଦାନ ଥିବା ବୌଦ୍ଧ ଜିଲ୍ଲାରୁ ଆଜି ବ୍ୟାପକ ଲଘୁଖଣିଜ ଦ୍ରବ୍ୟ ବାହାରକୁ ଚାଲାଣ କରି ଏ ଜିଲ୍ଲାକୁ ଶ୍ରୀହୀନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ବୋଲି ପ୍ରକାଶ କରିବା ସହ ଏଥିରୁ ତ୍ରାହି ତ୍ରାହି ଡାକୁଥିବା ଜନସାଧାରଣଙ୍କ ପାଇଁ ଲଢେଇର ମୈଦାନରେ ଛିଡା ହେବାପାଇଁ ଆହ୍ୱାନ ଜଣାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଯୁବ ବିଜେଡି ନେତା ଅବକାଶ ସାହୁ ସୁଜ୍ଞାନ କର୍ଣ୍ଣ ସୁଶୀଲ ଦେହୁରୀ ସୀତାଂଶୁ ମାହାଙ୍କୁଡ ଧରଣୀ ପ୍ରଧାନ ପ୍ରମୁଖ ଉଦବୋଧନ ଦେଈ ଦଳୀୟ ସଂଗଠନକୁ ମଝଭୂତକରିବା ପାଇଁ ଉପସ୍ଥିତ କର୍ମୀଙ୍କୁ ଶପଥ କରାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ବାସୁଦେବ ଦେହୁରୀ କୃଷ୍ଣ ଚନ୍ଦ୍ର ସେଠି ବିଜ୍ଞାନ ବିଶି ବାଲ୍ୟକୃଷ୍ଣ ପାତ୍ର ଜ୍ୟୋତିରଞ୍ଜନ ଦାସ ପ୍ରମୁଖଙ୍କ ନେତୃତ୍ୱରେ ତିନି ଶହରୁ ଉର୍ଦ୍ଧ ବିଜୁ ଜନତାଦଳ କର୍ମୀ ଆଜିର ବୈଠକରେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31