Indus Valley Times

ବ୍ରିଟେନର ମହାରାଣୀ ଏଲିଜାବେଥ-୨ଙ୍କ ବିୟୋଗରେ ଦିନିକିଆ ଶୋକ ଦିବସ ପାଳନ କରିବ ଭାରତ

 Breaking News

ବ୍ରିଟେନର ମହାରାଣୀ ଏଲିଜାବେଥ-୨ଙ୍କ ବିୟୋଗରେ ଦିନିକିଆ ଶୋକ ଦିବସ ପାଳନ କରିବ ଭାରତ

ବ୍ରିଟେନର ମହାରାଣୀ ଏଲିଜାବେଥ-୨ଙ୍କ ବିୟୋଗରେ ଦିନିକିଆ ଶୋକ ଦିବସ ପାଳନ କରିବ ଭାରତ
September 09
16:16 2022

ନୂଆଦିଲ୍ଲୀ୯/୯: ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ନିଧନରେ ଭାରତରେ ଗୋଟିଏ ଦିନର ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ମନ୍ତ୍ରଣାଳୟ ଅନୁସାରେ, ସେପ୍ଟେମ୍ୱର ୧୧ରେ ଭାରତରେ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ଏହି ଦିନ ମହାରାଣୀ ଏଲିଜାବେଥଙ୍କ ସମ୍ମାନରେ ଭାରତରେ ଜାତୀୟ ପତାକା ଅର୍ଦ୍ଧନମିତ କରାଯିବ।
ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକରେ ଶୋକ ବ୍ୟକ୍ତ କରିଥିଲେ। ପିଏମ ମୋଦୀ କହିଥିଲେ, ତାଙ୍କୁ ଆମ ସମୟର ଜଣେ ଠାଣୁଆ ନେତ୍ରୀ ରୂପେ ମନେ ରିଖାଯିବ। ସେ ନିଜ ଦେଶ ଏବଂ ଲୋକଙ୍କ ପାଇଁ ପ୍ରେରଣାଦାୟୀ ନେତୃତ୍ୱ ପ୍ରଦାନ କରିଥିଲେ । ସେ ସାର୍ବଜନୀନ ଜୀବନରେ ମର‌୍ୟ୍ୟଦା ଏବଂ ଶାଳିନତାର ପରିଚୟ ଦେଇଥିଲେ ।
ଉଲ୍ଲେଖଯୋଗ୍ୟ, ବ୍ରିଟେନର ମହାରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ସେପ୍ଟେମ୍ୱର ୮ରେ ପରଲୋକ ହୋଇଥିଲା । ଏଲିଜାବେଥ ଦ୍ୱିତୀୟ ବ୍ରିନେଟରେ ସବୁଠୁ ଅଧିକ ଦିନ ଯାଏଁ ଶାସନ କରିଛନ୍ତି। ସେ ୭୦ ବର୍ଷ ଧରି ବ୍ରିଟେନର ରାଜଗାଦି ବସି ଶାସନ କରିଥିଲେ । ମତ୍ୟୁ ବେଳଙ୍କୁ ତାଙ୍କୁ ୯୬ବର୍ଷ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031