Indus Valley Times

ବ୍ୟସ୍ତବହୁଳ କଲ୍ୟାଣ ମଣ୍ଡପ ଛକ ଠାରୁ ସିନ୍ଦ୍ରିଗାଁ ପଞ୍ଚାୟତ ସଂଯୋଗ କରୁଥିବା ରାସ୍ତା ମରାମତି କେବେ ?

 Breaking News

ବ୍ୟସ୍ତବହୁଳ କଲ୍ୟାଣ ମଣ୍ଡପ ଛକ ଠାରୁ ସିନ୍ଦ୍ରିଗାଁ ପଞ୍ଚାୟତ ସଂଯୋଗ କରୁଥିବା ରାସ୍ତା ମରାମତି କେବେ ?

ବ୍ୟସ୍ତବହୁଳ କଲ୍ୟାଣ ମଣ୍ଡପ ଛକ ଠାରୁ ସିନ୍ଦ୍ରିଗାଁ ପଞ୍ଚାୟତ ସଂଯୋଗ କରୁଥିବା ରାସ୍ତା ମରାମତି କେବେ ?
May 26
21:03 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୬/୫ : ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ପରିଗଣତି ହେଉଥିବା ବେଳେ ଏହି ଉପଖଣ୍ଡରେ ବହୁବିଧି ସମସ୍ୟା ଲାଗି ରହିଛି । ସେଥି ମଧ୍ୟରେ ରାସ୍ତା ଘାଟ ସମସ୍ୟା ନ କହିବା ଭଲ ।
ବାଲିଗୁଡ଼ା ସହରରେ ଥିବା ୧୩ ଟି ଯାକ ୱାର୍ଡ଼ର ରାସ୍ତା ଗୁଡିକ ଯାତାୟାତ ପାଇଁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ରହିଛି, ଏ ସମ୍ପର୍କରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ୱାର୍ଡ଼ ବାସୀଙ୍କ ତରଫରୁ ମୌଖିକ ଓ ଲିଖିତ ଭାବେ ଜଣା ଯାଇଥିଲେ ହେଁ ଅଦ୍ୟାବଧି କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଉନାହିଁ ।
ଯେତେବେଳେ ମଧ୍ୟ ବିଭାଗୀୟ ଅଧିକାରୀଙ୍କୁ ପଚାରିଲେ ସେହି ଗୋଟିଏ ଉତ୍ତର ମିଳେ ଯେ, ରାସ୍ତା ମରାମତି ପାଇଁ ଅର୍ଥ ଓ ଅନୁମତି ମଗାଯାଇଛି, ଆସିଲେ ମରାମତି କରାଯିବ । ଏହି ବିଷୟ ଶୁଣି ଶୁଣି ଅଞ୍ଚଳବାସୀଙ୍କ କାନ ବଧିର ହୋଇଗଲାଣି,ହେଲେ ମରାମତି ର ନା’ ଗନ୍ଧ ନାହିଁ ।
ଏହିଭଳି ଏକ ଗୁରୁତର ରାସ୍ତା ମରାମତି ପାଇଁ ଦୀର୍ଘ ଦିନ ହେଲା ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବାଲିଗୁଡ଼ା ସହରର ଏନଏସି ୯ ନମ୍ବର ୱାର୍ଡ କଲ୍ୟାଣ ମଣ୍ଡପ ଛକ ଠାରୁ ସିନ୍ଦ୍ରିଗାଁ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଲାଣି ।
ଯାହାକି, ରାସ୍ତା ତମାମ ଖାଲ ଖମା ସହ ମେଟାଲ ବାହାରି ରହିଥିବା ବେଳେ ଇଲେକ୍ଟ୍ରି ସାହି ସହ ଖଜୁରୀନାଳସାହିକୁ ସଂଯୋଗ କରୁଥିବା କଲଭର୍ଟ ପୋଲରେ ଏକ ଗର୍ତ୍ତ ସୃଷ୍ଟି ହୋଇଛି।
ଯାହାଫଳରେ, ଯାନବାହାନ ଯାତାୟାତ ସମୟରେ ସାମାନ୍ୟ ଏପଟ ସେପଟ ହେଲେ ସିଧା ଖାଲରେ ପଡ଼ିବା ସହ ଏକ ବଡ଼ ଦୁର୍ଘଟଣା ଘଟିବାର ବହୁ ସମ୍ଭାବନା ରହିଛି ।
ଏହି ରାସ୍ତା ଦେଇ ବାଲିଗୁଡ଼ା ବ୍ଲକର ୪ଟି ପଞ୍ଚାୟତର ଶତାଧିକ ଗ୍ରାମବାସୀ ଦୈନିକ ଯାତାୟାତ କରୁଥିବା ବେଳେ ଦୁଇଟି ସରକାରୀ ବିଦେଶୀ ମଦ ଦୋକାନ ସହ ଖଡ଼ଗ ନଦୀ ଠାରେ ଟେଣ୍ଡର ନଦୀ ବାଲି ଡିପୋ ରହିଛି । ଏହି ନଦୀ ବାଲି ଡିପୋ ଥିବା ଯୋଗୁଁ ଅନବରତ ବାଲି ବୋଝେଇ ହାଇଓ୍ବା ଯାଉଛି ।
ଏଥିସହିତ ଏହି ରାସ୍ତାରେ ସରକାରୀ ଯାତ୍ରୀବାହୀ ବସ୍, ସ୍କୁଲ୍ ବସ୍ ସମେତ ଦୈନନ୍ଦିନ ଶତାଧିକ ଅଟୋ, ମୋଟରସାଇକେଲ ଯାତାୟତ କରୁଛି ।ଏଥିରୁ ଅଧୂକ ରାଜସ୍ବ ଆଦାୟ କରୁଛନ୍ତି ସରକାର । ରାତି ଅନ୍ଧାରରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି ।
ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ୟାମ ସୁନ୍ଦର ସିଂଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରାସ୍ତା କାମ ପାଇଁ ସରକାରଙ୍କ ତରଫରୁ ଅର୍ଥ ଆସିଲେ କାମ ହେବ । ହେଲେ କେବେ ଅର୍ଥ ମଞ୍ଜୁର ହେବ ଓ କାମ କେବେ ହେବ ଏବଂ ଅଞ୍ଚଳର ସମସ୍ୟା କେବେ ଦୂର ହେବ ତାହା ସମସ୍ତଙ୍କ ପାଇଁ ପ୍ରଶ୍ନବାଚୀ ସୃଷ୍ଛି କରିଛି।
ଏଣୁ ଏ ସମସ୍ତ ବିଷୟ ପ୍ରତି ଶୁଭ ଦୃଷ୍ଟି ଦେଇ କିପରି ଯଥାଶୀଘ୍ର ଉକ୍ତ ରାସ୍ତା ସହ ବାଲିଗୁଡ଼ା ଏନଏସି ଅଞ୍ଚଳର ସବୁ ୱାର୍ଡ଼ର ରାସ୍ତା ଗୁଡ଼ିକ ତୁରନ୍ତ ମରାମତି ହେବ ସେ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ଦାବୀ ହେଉଛି ।
ମହୁମାଛି ଆକ୍ରମଣରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ

ବାଲିଗୁଡ଼ା, ୨୬/୫: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନରେ ଘଟିଛି ଏକ ଅଭାବନୀୟ ଘଟଣା । ବ୍ୟାଡମିଣ୍ଟନ ଖେଳି ଘରକୁ ଯିବାବେଳେ ଘର ଦୁଆରେ ଜଗି ବସିଥିଲା ଯମ । ଘରେ ପଶିବା ପୂର୍ବରୁ ଘର ସାମ୍ନାରେ ମହୁମାଛି ଆକ୍ରମଣରେ ଚାଲିଗଲା ଯୁବ ବ୍ୟବସାୟୀଙ୍କ ଜୀବନ । ମୃତକ ଜଣକ ହେଲେ ବାଲିଗୁଡ଼ା ସହର ମା\’ପାଟଖଣ୍ଡା ମାର୍କେଟ ରେ ମା \’ପାଟଖଣ୍ଡା ଲେଡିସ କର୍ଣ୍ଣର ର ମାଲିକ ତଥା ଅଞ୍ଚଳ ର ଯୁବ ବ୍ୟବସାୟୀ ଖଜୁରୀନାଳ ସାହି ବାସିନ୍ଦା ବି.ମହେଶ୍ବର ଦୋରା (ପିଣ୍ଟୁ) ଙ୍କ ମୃତ୍ୟୁ ଖବର ଶୁଣି ସମଗ୍ର ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିଲା । ସୂଚନା ଅନୁଯାୟୀ ପ୍ରତିଦିନ ଭଳି ଆଜି ମଙ୍ଗଳବାର ଦିନ ମଧ୍ୟ ପିଣ୍ଟୁ ବ୍ୟାଡମିଣ୍ଟନ ଖେଳିବାକୁ ସକାଳୁ ଯାଇଥିଲେ । ଖେଳି ସାରି ଘରକୁ ଫେରିଥିଲେ ପିଣ୍ଟୁ । କିନ୍ତୁ ନିଜ ଘର ଆଗରେ ମହୁମାଛି ଆକ୍ରମଣର ଶିକାର ହୋଇ ତଳେ ପଡ଼ି ଚେତାଶୂନ୍ୟ ହୋଇଯାଇଥିଲେ । ପରିବାର ଲୋକେ ତାଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତ୍ତି କରାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ବଣିକ ସଂଘ, ବିପଦର ବନ୍ଧୁ ସଂଗଠନ, ଓ ମା\’ ପାଟଖଣ୍ଡା ମାର୍କେଟ ର ଜଣେ ସକ୍ରିୟ ସଦସ୍ୟ ସହ ଉତ୍ତମ ସ୍ୱଭାବ, ମେଳାପୀ ତଥା ପରୋପକାରୀ ଯୁବକ ଭାବେ ସେ ବେଶ ପରିଚିତ ଥିଲେ କ୍ଷ ତାଙ୍କର ଅମର ଆତ୍ମା ର ସଦଗତି କାମନା କରି ସ୍ଥାନୀୟ ବଣିକ ସଂଘ ଓ ମା \’ପାଟଖଣ୍ଡା ମାର୍କେଟ ସଂଘ ତରଫରୁ ସମସ୍ତ ଦୋକାନ ବଜାର ବନ୍ଦ କରି ସମ୍ମାନ ଜଣାଇଥିଲେ କ୍ଷ

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031