Indus Valley Times

ଭଉଣୀ ଗୀତାଙ୍କ ଶେଷଦର୍ଶନ କଲେ ନବୀନ

 Breaking News

ଭଉଣୀ ଗୀତାଙ୍କ ଶେଷଦର୍ଶନ କଲେ ନବୀନ

September 17
17:41 2023

ଭୁବନେଶ୍ୱର,୧୭/୯: ନୂଆଦିଲ୍ଲୀରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଣମାଧ୍ୟମକୁ ଭଉଣୀ ଗୀତା ମେହେଟାଙ୍କ ପରଲୋକରେ ଗଭୀର ମର୍ମାହତ ଥିବା ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଆଜି ସକାଳୁ ଗୀତାଙ୍କ ଶେଷ ଦର୍ଶନ କରିବାକୁ ଦିଲ୍ଲୀ ଅଭିମୁଖେ ବାହାରିଥିଲେ। ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ, ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଯାଇଥିଲେ।
ସେଠାରୁ ଗୀତାଙ୍କ ବାସଭବନରେ ପହଞ୍ଚି ଭଉଣୀଙ୍କ ଶେଷ ଦର୍ଶନ କରିଛନ୍ତି। ଆସନ୍ତାକାଲି ଗୀତାଙ୍କ ଅନ୍ତିମ ସଂସ୍କାର କରାଯିବାର ସୂଚନା ରହିଛି।
ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ତଥା ପ୍ରସିଦ୍ଧ ଲେଖିକା, ବୃତ୍ତଚିତ୍ର ନିର୍ମାତା, ସାମ୍ବାଦିକା ଗୀତା ମେହେଟାଙ୍କର ଶନିବାର ରାତିରେ ଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ହୋଇଥିଲା। ଗୀତାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଯିବେ ବୋଲି ଜଣାପଡ଼ିଛି। ୧୯୪୩ ମସିହାରେ ନୂଆଦିଲ୍ଲୀରେ ଜନ୍ମିତ ଗୀତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ଜ୍ଞାନ ପଟ୍ଟନାୟକଙ୍କର ଏକମାତ୍ର କନ୍ୟା।
ସେ ଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପାଠ ପଢ଼ିବା ପରେ ବ୍ରିଟେନର କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ଉଚ୍ଚଶିକ୍ଷା ହାସଲ କରିଥିଲେ। ୧୯୬୫ରେ ସେ ଆମେରିକାସ୍ଥିତ ଆଲଫ୍ରେଡ୍ ଏ େନାଫ୍ ପ୍ରକାଶନୀ ସଂସ୍ଥାର ମୁଖ୍ୟ ସନି ମେହେଟାଙ୍କୁ ବିବାହ କରିଥିଲେ। ତାଙ୍କର ୨୦୧୯ ମସିହାରେ ପରଲୋକ ହୋଇଯାଇଛି। ତାଙ୍କର ଏକମାତ୍ର ପୁତ୍ରଙ୍କ ନାମ ଆଦିତ୍ୟ ସିଂହ ମେହେଟା।
ଅନ୍ତର୍ଜାତୀୟ ସ୍ତରରେ ଜଣେ ପରିଚିତ ଲେଖିକା ଭାବେ ଖ୍ୟାତି ଅର୍ଜନ କରିଥିବା ଗୀତା ମେହେଟା ଇଂଲଣ୍ଡ, ୟୁରୋପ ଏବଂ ଆମେରିକାର ବିଭିନ୍ନ ଟିଭି ଚାନେଲ ପାଇଁ ୧୪ଟି ବୃତ୍ତଚିତ୍ର ନିର୍ମାଣ କରିଥିଲେ।
୧୯୭୦-୧୯୭୧ ମସିହା ମଧ୍ୟରେ ସେ ଆମେରିକାର ଟିଭି ଚ୍ୟାନେଲ୍ ଏନ୍ବିସି ପାଇଁ ଯୁଦ୍ଧ ସମ୍ବାଦଦାତା ଭାବେ ମଧ୍ୟ କାର‌୍ୟ୍ୟ କରିଥିଲେ। ତାଙ୍କର ବୃତ୍ତଚିତ୍ର ‘କମ୍ପାଇଲେସନ୍ ଅଫ୍ ଦି ବାଂଲାଦେଶ ରିଭୋଲୁସନ, ଡେଟଲାଇନ ବାଂଲାଦେଶ, ଉଭୟ ଭାରତ ଏବଂ ବିଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହୋଇଥିଲା।
୨୦୧୯ରେ ପଦ୍ମଶ୍ରୀ ସମ୍ମାନ ପାଇଁ ସେ ମନୋନୀତ ହୋଇଥିଲେ। ରାଜନୈତିକ କାରଣରୁ ତାହାକୁ ପ୍ରତ୍ୟାଖ୍ୟାନ କରି ସେ ଚର୍ଚ୍ଚାକୁ ଆସିଥିଲେ। ସ୍ବର୍ଗତ ମେହେଟା କର୍ମ କୋଲା, ସ୍ନେକ୍ ଆଣ୍ଡ ଲ୍ୟାଡର୍ସ, ଏ ରିଭର୍ ସୂତ୍ର, ରାଜ୍, ଏଟରନାଲ ଗଣେଶ ଆଦି ପୁସ୍ତକ ରଚନା କରିଛନ୍ତି। ତାଙ୍କ ପୁସ୍ତକକୁ ୨୧ଟି ଭାଷାେର ଅନୁବାଦିତ କରାଯାଇଛି। ଏହା ଭାରତ ସମେତ ଆମେରିକା ଓ ୟୁରୋପରେ ସର୍ବାଧିକ ବିକ୍ରି ହୋଇଥିବା ପୁସ୍ତକ।
ତାଙ୍କ ମୃତ୍ୟୁରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ଗୀତା ମେହେଟାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ ଜଣାଶୁଣା ଲେଖିକା ଗୀତା ମେହେଟାଙ୍କ ପରଲୋକରେ ମୁଁ ଦୁଃଖିତ।
ସେ ଏକ ବହୁମୁଖୀ ବ୍ୟକ୍ତିତ୍ବ ଥିଲେ। ତାଙ୍କର ବୁଦ୍ଧି, ଲେଖା ପ୍ରତି ଆଗ୍ରହ ଓ ଚଳଚ୍ଚିତ୍ର ନିର୍ମାଣ ପାଇଁ ମଧ୍ୟ ବେଶ୍ ପରିଚିତ ଥିଲେ। ସେ ମଧ୍ୟ ପ୍ରକୃତି ଓ ଜଳ ସଂରକ୍ଷଣ ପ୍ରତି ଆଗ୍ରହୀ ଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରିବାରକୁ ସମବେଦନା।
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଶୋକ ପ୍ରକାଶ କରି କହିଛନ୍ତି ଯେ ଗୀତା ମେହେଟାଙ୍କ ଦେହାନ୍ତ ଖବର ଶୁଣି ମୁଁ ମର୍ମାହତ। ପାରିବାରିକ ବନ୍ଧୁ ହୋଇଥିବାରୁ ତାଙ୍କ ସହ ବିତାଇଥିବା ସମୟ, ତାଙ୍କର ସ୍ନେହ, ଆତିଥ୍ୟତାକୁ ମନେପକାଇଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031