Indus Valley Times

ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ଭାରତୀୟ ମଜଦୂର ସଂଘର ଜିଲ୍ଲା ସମ୍ମିଳନୀ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 21
20:21 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨୧/୬ : ସ୍ଥାନୀୟ ଭାରତୀୟ ମଜଦୂର ସଂଘ କାର୍ଯ୍ୟାଳୟ ଠାରେ ଆଗାମୀ ଜିଲ୍ଲା ସମ୍ମିଳନୀ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ୨୯ ତାରିଖ ରେ ଏହି ସମ୍ମିଳନୀ ବଲାଙ୍ଗିର ଠାରେ ଅନୁଷ୍ଠିତ ହେବ।ପ୍ରାୟ ୫୦ରୁ ଉର୍ଦ୍ଧ୍ବ ସଭ୍ୟ ସଭ୍ୟା ଯୋଗଦାନ କରିବେ।
ଜିଲ୍ଲାରେ ଥିବା ଭାରତୀୟ ମଜଦୂର ସଂଘ ସହ ଅନୁବନ୍ଧିତ ବିଭିନ୍ନ ଶ୍ରମିକ ସଂଗଠନ ର ମୁଖ୍ୟ ମାନଙ୍କୁ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହେବ।ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେବ।ଶ୍ରମିକ ମାନଙ୍କ ସମସ୍ୟା ଉପରେ ଆଲୋଚନା ଏବଂ ତାର ସମାଧାନ ପାଇଁ ବିଭିନ୍ନ ପଦକ୍ଷେପ ନେବା ସହ ସରକାର ଙ୍କ ଦୃଷ୍ଟିଗୋଚର କରାଯିବ।ବଲାଙ୍ଗିର ଜିଲ୍ଲା ରେ ବସବାସ କରୁଥିବା ଶ୍ରମିକ ମାନେ ଦୀର୍ଘ ବର୍ଷ ହେବ ଅନେକ ସମସ୍ୟା ର ସମ୍ମୁଖୀନ ହେବା ସହ ଶୋଷଣ ର ଶିକାର ହେଉଥିବା ପରିଲକ୍ଷିତ ହେଉଛି।
ଏଣୁ ଭାରତୀୟ ମଜଦୂର ସଂଘ୍ ର ଏକ ଲିଗାଲ ସେଲ୍ ବର୍ତ୍ତମାନ ସକ୍ରିୟ ରହି ଶ୍ରମିକ ମାନଙ୍କ ସମସ୍ୟା ର ଶୀଘ୍ର ସମାଧାନ ଦିଗରେ କାର୍ଯ୍ୟ କରିବ।ଭାରତୀୟ ମଜଦୂର ସଂଘ ର ଜିଲ୍ଲା ସମ୍ପାଦକ ଫିରୋଜ କୁମାର ସାହୁ ଙ୍କ ଆବାହକତ୍ୱରେ ହୋଇଥିବା ପ୍ରସ୍ତୁତି ବୈଠକରେ ଜିଲ୍ଲା ଭାରତୀୟ ମଜଦୂର ସଂଘ ଲିଗାଲ ସେଲ୍ ର ଅଧ୍ୟକ୍ଷ ତଥା ବି ଏମ ଏସ ଲିଗାଲ ସେଲ୍ ର ରାଜ୍ୟ ସମ୍ପାଦକ ବାଳକୃଷ୍ଣ ଷଡ଼ଙ୍ଗୀ,ବରିଷ୍ଠ ସାମ୍ବାଦିକ ତଥା ଲିଗାଲ ସେଲ୍ ର ସକ୍ରିୟ ସଦସ୍ୟ ମହେନ୍ଦ୍ର କୁମାର ଦର୍ଜୀ ବିଭିନ୍ନ ତଥ୍ୟ ଉପରେ ମାର୍ଗଦର୍ଶନ କରିଥିବା ବେଳେ ବି ଏମ ଏସ ଲିଗାଲ ସେଲ୍ ର କୋଷାଧ୍ୟକ୍ଷ ନରେନ୍ଦ୍ର କୁମାର ବେହେରା ସୁଚିନ୍ତିତ ମତାମତ ଦେଇଥିଲେ। ଏହି ବୈଠକ ର ଆଲୋଚନା ରେ ଅନେକ ସଦସ୍ୟ ଯୋଗଦାନ କରି ତାଙ୍କର ମତ ଉପସ୍ଥାପନ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031