Indus Valley Times

ଭିଜିଲାନ୍ସ ଜାଲରେ ତହସିଲଦାର, ଚେକ୍ ଜରିଆରେ ୧୨ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ

 Breaking News

ଭିଜିଲାନ୍ସ ଜାଲରେ ତହସିଲଦାର, ଚେକ୍ ଜରିଆରେ ୧୨ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ

ଭିଜିଲାନ୍ସ ଜାଲରେ ତହସିଲଦାର, ଚେକ୍ ଜରିଆରେ ୧୨ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଗିରଫ
May 30
11:20 2023

ବାରିପଦା,୩୦/୪: ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କରଞ୍ଜିଆ ତହସିଲ ଅଧୀନ ଚଢ଼େଇଭୋଳ ନିକଟ ୪୯ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ବେଳେ ଜମି ହରାଇଥିବା ପ୍ରକାଶ ଚନ୍ଦ୍ର ପଟ୍ଟୱାରୀ ନାମକ ବ୍ୟକ୍ତି କ୍ଷତିପୂରଣ ବାବଦରେ ୫୧ ଲକ୍ଷ ୭୫ ହଜାର ଟଙ୍କା ପାଇବାକୁ ହକ୍ଦାର ଥିଲେ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍ଏଚ୍ଏଆଇ) ଏହି କ୍ଷତିପୂରଣ ରାଶି ମଞ୍ଜୁର କରିଥିବା ବେଳେ କରଞ୍ଜିଆ ତହସିଲ ମାଧ୍ୟମରେ ଏହି ଅର୍ଥରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଥିଲା। ତେବେ, କ୍ଷତିପୂରଣ ରାଶିରୁ ତହସିଲଦାର ଶ୍ରୀ ନାୟକ କୁଆଡ଼େ ୧୨ ଲକ୍ଷ ଟଙ୍କା ଭାଗ ମାଗିଥିଲେ। ଧରପଗଡ଼ରୁ ବର୍ତ୍ତିବା ପାଇଁ ବ୍ଲାଙ୍କ୍ ଚେକ୍ ମାଧ୍ୟମରେ ସେ ଏହି ଲାଞ୍ଚ ଦାବି କରିଥିଲେ। ଅନ୍ୟ ଉପାୟ ନପାଇ ଜମି ହରାଇଥିବା ବ୍ୟକ୍ତି ପ୍ରଥମେ ୨ ଲକ୍ଷ ଓ ପରେ ୧୦ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଦେଇଥିଲେ। ତେବେ ଏ ସଂକ୍ରାନ୍ତରେ ସେ ପରବର୍ତ୍ତୀ ସମୟରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
ଏ ନେଇ ଭିଜିଲାନ୍ସ କେସ୍ ନଂ ୫/୨୩ରେ ମାମଲା ରୁଜୁ କରିବା ସହ ବାରିପଦା ଭିଜିଲାନ୍ସ ସ୍ବତନ୍ତ୍ର ଅଦାଲତରେ ସର୍ଚ୍ଚ ୱାରେଣ୍ଟ ପାଇଁ ଆବେଦନ କରିଥିଲା। କୋର୍ଟଙ୍କଠାରୁ ଅନୁମତି ମିଳିବାପରେ ଆଜି ମୟୂରଭଞ୍ଜ, କଟକ ଓ ଭୁବନେଶ୍ୱର ଭିଜିଲାନ୍ସର ୪ଟି ଟିମ୍ କରଞ୍ଜିଆ ତହସିଲ କାର‌୍ୟ୍ୟାଳୟ, ତହସିଲଦାରଙ୍କ ସରକାରୀ ବାସଭବନ, ଭଦ୍ରକ ଜିଲ୍ଲା ହସ୍ପିଟାଲ ନିକଟସ୍ଥ ପୈତୃକ ଘର ଓ କରଞ୍ଜିଆ ଚଢ଼େଇଭୋଳଠାରେ ଥିବା ଏକ ଘରେ ଚଢ଼ଉ କରିଥିଲେ। ଜଣେ ଅତିରିକ୍ତ ଏସ୍ପି, ୭ ଜଣ ଡିଏସ୍ପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସର ଏକାଧିକ ଅଧିକାରୀ ଓ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ। ସୋମବାର ସକାଳ ସାଢ଼େ ୭ଟାରୁ ରାତି ଯାଏ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି।
ଭିଜିଲାନ୍ସର ସୂଚନା ମୁତାବକ, ଉକ୍ତ ଚେକ୍ ଦୁଇଟିକୁ ବ୍ୟାଙ୍କରେ ଜମା କରିବା ପାଇଁ ତହସିଲଦାର ଶ୍ରୀ ନାୟକ ନିଜ ସହଯୋଗୀ ତଥା ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାର ଅଥର୍ ଅଲ୍ଲୀଙ୍କୁ ଦେଇଥିଲେ। ଅଥର୍ ମଧ୍ୟ ଚେକ୍କୁ ବ୍ୟାଙ୍କରେ ଜମା କରିଥିଲେ। ଏବେ ଅଥର୍ ଫେରାର୍ ଥିବାବେଳେ ଭିଜିଲାନ୍ସ ପକ୍ଷରୁ ତହସିଲଦାର ଶ୍ରୀ ନାୟକଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ଖାତା ଯାଞ୍ଚ କରିଛି। ପ୍ରକାଶଥାଉକି, ଚାଲର୍ସ ନାୟକଙ୍କ ନିଜ ଘର ଭଦ୍ରକ ଜିଲ୍ଲାରେ। ପୂର୍ବରୁ ସେ ଭଦ୍ରକ ଜିଲ୍ଲାର ଧାମନଗର ତହସିଲଦାର ଓ ବାଲେଶ୍ବର ଜିଲ୍ଲାର ରେମୁଣା ତହସିଲଦାର ଭାବେ କାର‌୍ୟ୍ୟ କରିଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031