Indus Valley Times

ଭିଜିଲାନ୍ସ ଜାଲରେ ସାଉଥକୋ ଜେନେରାଲ ମ୍ୟାନେଜର, ଏକକାଳୀନ ୧୦ଟି ସ୍ଥାନରେ ରେଡ୍

 Breaking News

ଭିଜିଲାନ୍ସ ଜାଲରେ ସାଉଥକୋ ଜେନେରାଲ ମ୍ୟାନେଜର, ଏକକାଳୀନ ୧୦ଟି ସ୍ଥାନରେ ରେଡ୍

ଭିଜିଲାନ୍ସ ଜାଲରେ ସାଉଥକୋ ଜେନେରାଲ ମ୍ୟାନେଜର, ଏକକାଳୀନ ୧୦ଟି ସ୍ଥାନରେ ରେଡ୍
January 31
11:31 2023

ବ୍ରହ୍ମପୁର, ୩୧/୧: ଭିଜିଲାନ୍ସ ଜାଲରେ ଟିପିଏସଓଡିଏଲ୍ ସିନିୟର୍ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଟିପିଏସଓଡିଏଲର ସିନିୟର୍ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀଙ୍କ ଵାସଭବନ ସମେତ ୧୦ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ଚାଲିଛି।
ସୂଚନା ଅନୁଯାୟୀ, ବ୍ରହ୍ମପୁରର ସିଦ୍ଧାର୍ଥ ନଗରରେ ଥିବା ତାଙ୍କର ତିନି ମହଲା କୋଠା, ଶଶୀଭୂଷଣ ନଗରରେ ଥିବା ଦୁଇ ମହଲା କୋଠା, ଶିବ ମନ୍ଦିର ପଛରେ ଥିବା ଫାର୍ମ ହାଉସ୍, ଏସବିଆଇ ନିକଟ ଲୋଚାପଡା ମୁଖ୍ୟ ରାସ୍ତାରେ ଥିବା ଘର ଓ ମା ଭୈରବୀ ଟ୍ରେଡର୍ସର ଅଫିସ୍, ଅମ୍ବାପୁଆ ଠାରେ ଥିବା ୨ ବିଏଚକେ ଫ୍ଲାଟ, ନିଜ ଗାଁ ବାଳକୃଷ୍ଣପୁରର ଘର, ଟିପିଏସଓଡିଏଲ୍ କର୍ପୋରେଟ୍ ଅଫିସରେ ଥିବା ଚାମ୍ବର, ଗୋପାଳପୁର ଥାନା ହରିପୁରରେ ଥିବା ଦୁଇ ମହଲା କୋଠା ଓ ପୁରୀ ଜିଲ୍ଲା ପିପିଲିରେ ଥିବା ଗୋଟିଏ ଫ୍ଲାଟରେ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ଚଢ଼ଉ ଚାଲିଛି।
ବ୍ରହ୍ମପୁରର ସ୍ୱତନ୍ତ୍ର ଭିଜିଲାନ୍ସ ଜଜଙ୍କ ନିର୍ଦେଶକ୍ରମେ ଜଣେ ଅତିରିକ୍ତ ଏସପି, ୩ ଡିଏସପି, ୧୨ ଇନ୍ସପେକ୍ଟର ଓ ୧୨ ଜଣ ଏସ ଆଇ/ ଏଏସ ଆଇ ଏବଂ ଅନ୍ୟାନ୍ୟ କର୍ମଚାରୀ ଓ ଜିଏସଟି ଅଧିକାରୀମାନେ ଏହି ଚଢ଼ଉରେ ନିୟୋଜିତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031