Indus Valley Times

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଡାକ୍ତର, ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ନେଉଥିଲେ ଲାଞ୍ଚ

 Breaking News

ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଡାକ୍ତର, ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ନେଉଥିଲେ ଲାଞ୍ଚ

July 19
18:33 2022

ଢେଙ୍କାନାଳ,୧୯/୭: ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କୁ ମୋଟା ଦରମା ମିଳୁଥିଳେ ବି ଆହୁରି ଲୋଭ କରୁଛନ୍ତି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ହେଉଛି ଏହାର ଜ୍ବଳନ୍ତ ଉଦାହରଣ।
ଏଠାରେ ଆଜି ଅପରାହ୍ଣ ପ୍ରାୟ ୨ଟା ୩୦ରେ ମେଡିସିନ ବିଭାଗର ମୁଖ୍ୟ ଡାକ୍ତର ଉମାକାନ୍ତ ଖେଜୁରିଆ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ପାଇଁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।
ସେ ଡାକ୍ତରଖାନା ସମ୍ମୁଖରେ ଏକ କ୍ଲିନିକରେ ଲାଞ୍ଚ ନେବାବେଳେ ତାଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଧରିଥିଲେ।
ସୂଚନା ଅନୁସାରେ ଢ଼େଙ୍କାନାଳର ବରିଷ୍ଠ ଡାକ୍ତର ଉମାକାନ୍ତ ଖେଜୁରିଆ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ମେଡିସିନ ବିଭାଗର ମୁଖ୍ୟ ଭାବେ କାମ କରନ୍ତି।
ଜଣେ ଏଲାଇସି ଏଜେଣ୍ଟ ବୈକୁଣ୍ଠ ଚରଣ ସାହୁଙ୍କ ଠାରୁ ଆଜି ୧୧ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ବିଭାଗର କର୍ମଚାରୀମାନେ ଧରିଥିଲେ। ଜଣେ ପଲିସଧାରୀଙ୍କ ନିକଟରେ ମୃତ୍ୟୁ ହୋଇଥିଲା। ସଂପୃକ୍ତ ପଲିସିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ଇସ୍ୟୁ କରିବା ପାଇଁ ଡାକ୍ତର ପୂର୍ବରୁ ୧୧ ହଜାର ଟଙ୍କା ଦାବି କରିଥିଲେ।
ଏନେଇ ବୈକୁଣ୍ଠ ଚରଣ ସାହୁ ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିଲେ। ଆଜି ଶ୍ରୀ ସାହୁଙ୍କ ଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଡାକ୍ତର ଶ୍ରୀ ଖେଜୁରିଆ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ।
ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ନନ୍ଦିନୀ ନାୟକ ନାମକ ଜଣେ ଏଲ୍ଆଇସି ପଲିସିଧାରୀଙ୍କ ମୃତ୍ୟୁ ହୋଇଥିଲା।
ଏଲଆଇସି ଏଜେଣ୍ଟ ବୈକୁଣ୍ଠ ସାହୁଙ୍କୁ ପଲିସିଧାରୀ ନନ୍ଦିନୀ ନାୟକଙ୍କ ୮ ବର୍ଷୀୟ ଝିଅ ନମିତା ନାୟକଙ୍କୁ ନୋମିନି ଭାବେ ଉପସ୍ଥାପିତ କରିବାର ଥିଲା। ଡାକ୍ତର ଖେଜୁରିଆ ଡେଥକ୍ଲେମ ବାବଦକୁ ବୈକୁଣ୍ଠଙ୍କ ଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031