Indus Valley Times

ଭୀଷଣ ବାତ୍ୟା ରୂପ ନେବ ରେମାଲ, ମଝି ରାତିରେ ଲ୍ୟାଣ୍ଡଫଲ

 Breaking News

ଭୀଷଣ ବାତ୍ୟା ରୂପ ନେବ ରେମାଲ, ମଝି ରାତିରେ ଲ୍ୟାଣ୍ଡଫଲ

ଭୀଷଣ ବାତ୍ୟା ରୂପ ନେବ ରେମାଲ, ମଝି ରାତିରେ ଲ୍ୟାଣ୍ଡଫଲ
May 26
09:56 2024

ଓଡ଼ିଶା,୨୬/୫:ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ରେମାଲ’ ଅଧିକ ଘନୀଭୂତ ଓ ଶକ୍ତିଶାଳୀ ହୋଇ କୂଳ ଆଡକୁ ଘଣ୍ଟାକୁ ୧୭କି.ମି. ବେଗରେ ଉତ୍ତର ପୂର୍ବ ଅଗ୍ରସର ହେଉଥିବା ଓଡିଶା ଏବଂ ପଶ୍ଚିମବଙ୍ଗ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଏଭଳି ସ୍ଥିତିରେ ୨ ରାଜ୍ୟ ପ୍ରଶାସନ ବାତ୍ୟା ମୁକାବିଲା ନିମନ୍ତେ ଜରୁରୀକାଳୀନ ଭିତ୍ତିରେ ବ୍ୟାପକ ପ୍ରସ୍ତୁତି କରିଛି।
ଏହି ବାତ୍ୟା ଓଡିଶାକୁ ବିଶେଷ ପ୍ରଭାବିତ କରି ନ ପାରେ ବୋଲି ଜଳବାୟୁ ବୈଜ୍ଞାନିକମାନେ ଆକଳନ କରି କହୁଥିବା ବେଳେ ଓଡିଶାର ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଜିଲାରେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ସହିତ ଝଟ୍କା ପବନ ବହିବ ବୋଲି ସୂଚନା ମିଳିଛି।
ବୈଜ୍ଞାନିକ ସୂଚନା ଆଧାରରେ ସ୍ବତନ୍ତ୍ର ରିଲିଫ କମିଶନର ଜିଲା ପ୍ରଶାସନକୁ କଡା ସତର୍କତା ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାତ୍ୟା ରବିବାର ମଧ୍ୟରାତ୍ରିରେ ପଶ୍ଚିମବଙ୍ଗ ସାଗରଦୀପ ଅତିକ୍ରମ କରି ବାଂଲାଦେଶ ଖେପୁପଡାରେ କଚାଡି ହୋଇପଡିବା ସହିତ ଉତ୍ତର ପଶ୍ଚିମବଙ୍ଗକୁ ମୁହାଁଇବ ବୋଲି ଗଣମାଧ୍ୟମ ସୂଚନା ଦେଉଥିବା ବେଳେ ଓଡିଶା ଓ ପଶ୍ଚିମବଙ୍ଗ ଜିଲା ପ୍ରଶାସନ ପକ୍ଷରୁ ବାଲେଶ୍ୱର ଉପକୂଳ ଉଦୟପୁର, ତାଳସାରୀ, ବିଚିତ୍ରପୁର, ଚୌମୁଖ, ଡଗରା, ବାହାବଳପୁର, କଷାଫଳ, ଚାନ୍ଦିପୁର ଓ ଗୋପାଳପୁର ସହିତ ପଶ୍ଚିମବଙ୍ଗ ଦୀଘା, ଶଙ୍କରପୁର, ତାଜପୁର, ମନ୍ଦାରମଣୀ, ପେଟୁଆ, ସାଗରଦୀପ ଆଦି ମତ୍ସ୍ୟ ଅବତରଣ କେନ୍ଦ୍ରରେ ଡାକବାଜି ଯନ୍ତ୍ର ଦ୍ୱାରା ମତ୍ସଜୀବୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି।
ବାଲେଶ୍ୱର ଏବଂ ପଶ୍ଚିମବଙ୍ଗ ଉପକୂଳ ଶନିବାର ମଧ୍ୟାହ୍ନରୁ ଆକାଶ ମେଘାଛନ୍ନ ଓ ବର୍ଷା ଆରମ୍ଭ ହୋଇଛି। ଦୀଘାରେ ଏନ୍ଡିଆରଏଫ୍ ପକ୍ଷରୁ ସମୁଦ୍ର ତଟରେ ରଶି ବାନ୍ଧି ପର‌୍ୟ୍ୟଟକଙ୍କୁ ଡାକବାଜି ଯନ୍ତ୍ର ଦ୍ୱାରା ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଉଛି। ଦୀଘା ଉପକୂଳରେ ପ୍ରଶାସନ ହାଇଆଲର୍ଟ ଜାରି କରିଥିବା ବେଳେ ପାରାଦ୍ୱୀପ-ହଳଦିଆ ବନ୍ଦରରୁ ତଟରକ୍ଷୀ ବାହିନୀକୁ ସମୁଦ୍ରରେ ସତର୍କ ରହିବାକୁ କୁହାଯାଇଛି। ସମୁଦ୍ରର ଉତ୍ତାଳ ଢେଉ କୂଳଆଡକୁ ମାଡିଆସି ତଟ ସୁରକ୍ଷା ପଥର ବନ୍ଧରେ ମାଡ କରୁଛି କ୍ଷ ଗଭୀର ସମୁଦ୍ରରେ ମାଛମାରିବାକୁ ଯାଇଥିବା ବଡ ଟ୍ରଲର ଓ ଛୋଟ ଡ଼ଙ୍ଗା କୂଳକୁ ଫେରି ସୁରକ୍ଷା ସ୍ଥାନରେ ମତ୍ସଜୀବୀମାନେ ରଖିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031