Indus Valley Times

ଭୁବନେଶ୍ୱର ଷ୍ଟେସନରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ

 Breaking News

ଭୁବନେଶ୍ୱର ଷ୍ଟେସନରୁ ଟ୍ରେନ୍ ଚଳାଚଳ ସ୍ୱାଭାବିକ

August 23
10:19 2022

ଭୁବନେଶ୍ବର,୨୩/୮: ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନ୍ ରାତିରେ ଲାଇନଚ୍ୟୁତ ହେବା ପରେ ମରାମତି କାମ ଶେଷ ହୋଇଛି। ମଙ୍ଗଳବାର ସକାଳ ୭ଟା ୧୫ ମିନିଟ୍ ସମୟରେ ରେଳ ଲାଇନ୍ ମରାମତି କାମ ସରିଥିବା ନେଇ ସୂଚନା ଦେଇଛି ପୂର୍ବତଟ ରେଳବାଇ।
ଦୁର୍ଘଟଣା ଘଟିଥିବା ସ୍ଥଳରେ ଟ୍ରେନ୍ ୧୫ କିମି ବେଗରେ ଚାଲିବ ବୋଲି କୁହାଯାଇଛି। ଏଣେ କେତେକ ଟ୍ରେନର ପୁନଃ ସମୟସାରିଣୀ ନିର୍ଦ୍ଧାରିତ କରାଯାଇଥିବା ଜଣାଯାଇଛି।
ସୂଚନାଯୋଗ୍ୟ, ଚକ୍ରଧରପୁର ଡିଭିଜନରୁ ବିଜୟନଗରମ୍ ଯାଉଥିବା(ଭୟା ଭୁବନେଶ୍ବର ଓ କଟକ) ସିମେଣ୍ଟ ବୋଝେଇ ଟ୍ରେନ୍ର ୫ଟି ୱାଗନ୍ ଲାଇନଚ୍ୟୁତ ହେବା ଯୋଗୁଁ ଦୁଇଟି ଲାଇନ୍ ବ୍ଲକ ହୋଇଥିଲା। ଯେଉଁଥିପାଇଁ ଏହି ଲାଇନ୍ରେ ବହୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି।
ଭୁବନେଶ୍ବର ଷ୍ଟେସନ ଓ ଏହାର ଆଖପାଖ ରେଳ ଟ୍ରାକ୍ରେ ଏକାଧିକ ଯାତ୍ରୀବାହୀ ଟ୍ରେନ୍ ଅଟକି ରହିଛି। କିଛି ଟ୍ରେନ୍ ରାଜ୍ୟର ବିଭିନ୍ନ ଷ୍ଟେସନରେ ଅଟକି ରହିଥିବା ମଧ୍ୟ ଜଣାପଡ଼ିଥିଲା। ରାତି ୧୨ଟା ସୁଦ୍ଧା ଲାଇନ୍ଚ୍ୟୁତ ହୋଇଥିବା ୫ଟି ବଗିରୁ ଟ୍ରେନ୍କୁ ସମ୍ପୂର୍ଣ୍ଣ ଅଲଗା କରାଯାଇ ମରାମତି କାର୍ଯ୍ୟ ଚାଲିଥିଲା।
ସିମେଣ୍ଟ ବୋଝେଇ ଏହି ଟ୍ରେନ୍ ରାତି ପ୍ରାୟ ୮ଟା ୩୫ ସମୟରେ ଭୁବନେଶ୍ବର ରେଳ ଷ୍ଟେସନର ଠିକ୍ ପୂର୍ବରୁ ଲାଇନ୍ଚ୍ୟୁତ୍ ହୋଇଥିଲା। ଟ୍ରେନ୍ର ପଛ ପାର୍ଶ୍ବର ୫ଟି ୱାଗନ ଟ୍ରାକ୍ ବାହାରକୁ ଚାଲିଯାଇଥିଲା। ଏହା ଜଣାପଡ଼ିବା ପରେ ଟ୍ରେନକୁ ସେଠାରେ ଅଟକା ଯାଇଥିଲା।
ବ୍ୟସ୍ତବହୁଳ ଏହି ରୁଟ୍ରେ ଯିବା ଆସିବା କରିବାକୁ ଥିବା ଯାତ୍ରୀବାହୀ ଟ୍ରେନ୍ ଗୁଡ଼ିକୁ ବିଭିନ୍ନ ସ୍ଥାନରେ ଅଟକାଇ ରଖାଯାଇଥିଲା। ଖବର ପାଇ ଡିଆରଏମ୍, ଆରପିଏଫ୍, ଜିଆରଏମ୍, ଷ୍ଟେସନ୍ ନିର୍ଦେଶକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ରେଳ କର୍ମଚାରୀମାନେ ଯୁଦ୍ଧକାଳୀନ ଭିତ୍ତିରେ ଲାଇନ୍ କ୍ଲିୟର କରିବାକୁ ଚେଷ୍ଟା ଚଳାଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031