Indus Valley Times

ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ

 Breaking News

ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ

ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ
August 06
10:57 2022

ଭୁବନେଶ୍ବର, ୬/୮ : ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର ଗିରଫ ହୋଇଥିବାର ଖବର ମିଳିଛି। ଆଜି ଚର୍ଚ୍ଚିତଙ୍କୁ ସିବିଆଇ ଗିରଫ କରିଛି। ଭୋର ୪ଟା ସମୟରେ ମହିମା ମିଶ୍ରଙ୍କ ସାନ ପୁଅ ଚର୍ଚ୍ଚିତ ମିଶ୍ର ସିବିଆଇରେ ହାଜର ହୋଇଥିଲେ। ଚର୍ଚ୍ଚିତ ସିବିଆଇର ହାଜର ହେବା ପରେ ତାଙ୍କର ମେଡ଼ିକାଲ ଟେଷ୍ଟ କରିବା ସହ ତଦନ୍ତ ଆରମ୍ଭ କରିଥିଲା।
ମେଡିକାଲ ଟେଷ୍ଟ ପରେ ସିବିଆଇ ଅଫିସକୁ ଫେରିବା ପରେ ଚର୍ଚ୍ଚିତଙ୍କୁ ଗିରଫ କରିଛି ସିବିଆଇ। ପାରାଦୀପ ପୋର୍ଟର କନଭେୟର ବେଲ୍ଟ ମରାମତି ନାଁ ରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାରକୁ ନେଇ ଏଯାବତ୍ ମୋଟ ୫ ଜଣଙ୍କୁ ଗିରଫ କରିସାରିଲାଣି ସିବିଆଇ।
ସୂଚନାଯୋଗ୍ୟ ପୂର୍ବରୁ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଏହି ମାମଲାରେ ଜଣେ ବରିଷ୍ଠ ଅଧିକାରୀଙ୍କ ସହ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବା ଜଣାଯାଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ ଓ କେସିଟି ଗ୍ରୁପର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର୍ଯ୍ୟ ନାରାୟଣ ସାହୁ ଥିବା ଜଣାଯାଇଛି।
ଏହାଛଡ଼ା କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି, ଓଏସଏଲର ଚର୍ଚ୍ଚିତ ମିଶ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା। ଏଯାବତ୍ ସେମାନଙ୍କଠାରୁ ୮୪.୫ ଲକ୍ଷ ଟଙ୍କା ଜବତ କରାଯାଇଛି।
୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢ଼ାଉ ପରେ ସିବିଆଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏବେ ବି ମହିମା ମିଶ୍ରଙ୍କୁ ପଚରାଉଚରା ଜାରି ରହିଛି। ଏନେଇ ସିବିଆଇ ନୂଆଦିଲ୍ଲୀ ଅଫିସରେ ୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା।
ଚଢ଼ାଉ ବେଳେ ସିବିଆଇ ହାତରେ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଓ ମହିମା ମିଶ୍ରଙ୍କ ବଡ଼ ପୁଅକୁ ମଧ୍ୟ ଟିମ ସାଥୀରେ ପଚରାଉଚରା ପାଇଁ ନେଇଥିଲେ।
ଦୀର୍ଘ ୨୦ ଘଣ୍ଟା ଜେରା ପରେ ସିବିଆଇ ଅଫିସରୁ ଶିଳ୍ପପତି ମହିମା ମିଶ୍ର ଏବଂ ତାଙ୍କ ପୁଅ ଚନ୍ଦନ ମିଶ୍ର ବାହାରିଛନ୍ତି। ଏଣେ ମହିମା ମିଶ୍ରଙ୍କୁ ପୁଣି ସିବିଆଇ ଜେରା କରିବାକୁ ଡାକିଥିବାର ସୂଚନା ମିଳିଛି। ଗତକାଲି ପୂର୍ବାହ୍ନ ୧୧ଟାରୁ ଉଭୟଙ୍କୁ ମାରାଥନ ଜେରା କରିଥିଲା ସିବିଆଇ ଟିମ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031