Indus Valley Times

ମାଙ୍କଡ଼ା ବୋଝେଇ ଟ୍ରକ ଜବତ, ଚାଳକ ଫେରାର, ଖଣିଜ ଲୁଟକୁ ବରଦାସ୍ତ କରାଯିବ ନାହିଁ-ଅତିରିକ୍ତ ତହସିଲଦାର

 Breaking News

ମାଙ୍କଡ଼ା ବୋଝେଇ ଟ୍ରକ ଜବତ, ଚାଳକ ଫେରାର, ଖଣିଜ ଲୁଟକୁ ବରଦାସ୍ତ କରାଯିବ ନାହିଁ-ଅତିରିକ୍ତ ତହସିଲଦାର

February 18
22:14 2026

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋରଧା,୧୮/୨: ଆଜି ଦିନ ୨ ଟା ବେଳେ ୧୬ ନମ୍ବର ଜାତୀୟ ରାଜପଥ ତୋଟାପଡା ଛକଠାରେ ମାଙ୍କଡ଼ା ପଥର ବୋଝେଇ ଏକ ଟ୍ରକ (ଓଆର -୧୬ ଡ଼ି ୨୯୬୧) କୁ ଖୋରଧା ଅତିରିକ୍ତ ତହସିଲଦାର ଡ଼ି ଗୋପାଳ ରେଡ଼ି ଅଟକାଇ ଯାଞ୍ଚ ବେଳେ ଗାଡ଼ି ଡ୍ରାଇଭର ଗାଡ଼ିରୁ ଡେଇଁ ଗାଡ଼ି ଛାଡି ଦୌଡ଼ି ପଳେଇଗଲା।
ଗାଡ଼ିରେ ମାଙ୍କଡ଼ା ପଥର ଲଦା ଯାଇଥିବା ଦେଖିବାକୁ ମିଳିଥିଲା। ଶ୍ରୀଯୁକ୍ତ ରେଡ଼ି ଗାଡ଼ି ଟିକୁ ଜବତ କରି ଖୋରଧା ତହସିଲ କାର୍ଯ୍ୟାଳୟକୁ ଆଣିଥିଲେ। ସୂଚନା ମୁତାବକ ପ୍ରତିଦିନ ବେଆଇନ ଚୋରା ମାଙ୍କଡ଼ା, ମୋରାମ, କଳା ମୁଗୁନି ପଥର ବୋଝେଇ ଶହଶହ ଟ୍ରକ, ଟ୍ରାକ୍ଟର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା ବେଳେ ଖଣି ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ବେଳେ ବେଳେ ଚଢ଼ାଉ କରି ଗୋଟେ ଦୁଇଟା ଗାଡ଼ି ଧରି ବାହାବା ନେଇ କାମ ସାରିଦେଉଛନ୍ତି।
ଲୁଟ ଲଘୁ ଖଣିଜ ସମ୍ପଦ ସମ୍ପର୍କରେ ପଚାରିବାରୁ , ଲୁଟ କୁ ବରଦାସ୍ତ କରାଯିବ ନାହିଁ ଚୋରକୁ ରୋକିବା ଲାଗି ସବୁବେଳେ ଚଢ଼ାଉ କରାଯିବ ବୋଲି ଅତିରିକ୍ତ ତହସିଲଦାର କହିଛନ୍ତି।
ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଯିବା ନିଷ୍ପତ୍ତି ଅନୁସାରେ ରାଜସ୍ବ ବିଭାଗ ଅଧିକାରୀ ଅତିରିକ୍ତ ତହସିଲଦାର ଦୁଇଦିନ ତଳେ ମଳିପଡ଼ା ମାଙ୍କଡ଼ା ଖଣି ଉପରେ ଚଢ଼ାଉ କରି ଗୋଟିଏ ଟ୍ରକ, ଚାରୋଟି ମଟର ସାଇକେଲ, ଗୋଟିଏ ସାଇକେଲ ଖଣିରୁ ଜବତ କରି ତହସିଲ କାର୍ଯ୍ୟାଳୟ କୁ ଆଣିଥିଲେ।
ଏପରିକି ଏହି ଚୋରା ଖଣିଜ ସମ୍ପଦ ବୋଝେଇ ଗାଡି ଗୁଡ଼ିକ ରାସ୍ତାରେ ଦ୍ରୁତ ଗତିରେ ଯାତାୟାତ କରୁଥିବ ବେଳେ ବିଭିନ୍ନ ସମୟରେ ଅଘଟଣ ଘଟାଉଛନ୍ତି । ଖୋରଧା ରେ ଚୋରା ମାଙ୍କଡ଼ା ,ମୋରମ ଗାଡ଼ି ଜବତକୁ ନେଇ ଚୋରା ଖଣି ମାଫିଆଙ୍କ ଉପରେ ଜୋରଦାର ପ୍ରଭାବ ପଡିଛି ବୋଲି ସାଧାରଣରେ ଖୋଲା ଖୋଲି ଆଲୋଚନା ହେଉଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031