Indus Valley Times

ମାତ୍ର ୧୫ଶହ ଟଙ୍କା ପାଇଁ ତାଲିବାନୀ ନିର୍ଯାତନା, ଟ୍ରାଫିକ୍ ହାବିଲଦାରଙ୍କୁ ନୋଟିସ୍

 Breaking News

ମାତ୍ର ୧୫ଶହ ଟଙ୍କା ପାଇଁ ତାଲିବାନୀ ନିର୍ଯାତନା, ଟ୍ରାଫିକ୍ ହାବିଲଦାରଙ୍କୁ ନୋଟିସ୍

ମାତ୍ର ୧୫ଶହ ଟଙ୍କା ପାଇଁ ତାଲିବାନୀ ନିର୍ଯାତନା, ଟ୍ରାଫିକ୍ ହାବିଲଦାରଙ୍କୁ ନୋଟିସ୍
October 18
11:26 2022

କଟକ,୧୮/୧୦: ମାତ୍ର ୧୫ ଶହ ଟଙ୍କା କରଜ ନସୁଝିବାରୁ ଜଣେ ଯୁବକଙ୍କୁ କଟକ ମିସନ୍ ରୋଡ ରାସ୍ତାରେ ହାତ ବାନ୍ଧି ଦୌଡ଼ାଇବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏଭଳି ଅମାନବୀୟ କାଣ୍ଡରେ କଟକ କମିସନରେଟ୍ ପୁଲିସ ମୁଖ୍ୟ ଅଭିଯୁକ୍ତ କ୍ୟାଣ୍ଟନମେଣ୍ଟ ଥାନା ସୂତାହାଟ ଅଞ୍ଚଳର ସେକ୍ ହୁସେନ୍(୨୪) ଓ ସହଯୋଗୀ ସେକ୍ ଛୋଟୁ(୧୮)ଙ୍କୁ ଗିରଫ କରିଛି। ପୀଡ଼ିତ ଯୁବକ ବାବୁ ଓରଫ ଜଗନ୍ନାଥ ବେହେରାଙ୍କ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଥିବା ସୂଚନା ମିଳିଛି।
ସୂତାହାଟ ଅଞ୍ଚଳରେ ସେକ୍ ହୁସେନ୍ ଇଲେକ୍ଟ୍ରିକ୍ କାମ କରେ। ଗଲା ଏକମାସ ପୂର୍ବରୁ ବିଡ଼ାନାସୀ ଶ୍ରୀବିହାର କଲୋନିରେ ରହୁଥିବା ମଙ୍ଗଳାବାଗ ରାଣୀହାଟ ଶିକାରୀ ସାହିର ବାବୁ ଇଲେକ୍ଟ୍ରି କାମ ଆଶାରେ ଯୋଗାଯୋଗ କରିଥିଲେ। ହଠାତ୍ ବାବୁଙ୍କ ଅଜାଙ୍କ ମୃତ୍ୟୁ ହୋଇଯିବାରୁ ଶୁଦ୍ଧି କାମ ପାଇଁ ୧୫ ଶହ ଟଙ୍କା ଧାରସୂତ୍ରରେ ହୁସେନ୍ ନିକଟରୁ ନେଇଥିଲେ।
କାମ କରି କରଜ ଟଙ୍କା ସୁଝିଦେବାକୁ ବାବୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ, ପରେ ଟଙ୍କା ଫେରସ୍ତ କରି ନଥିଲେ। ବାରମ୍ବାର ଟଙ୍କା ମାଗିଥିଲେ ସୁଦ୍ଧା ଟଙ୍କା ନଦେବାରୁ ହୁସେନ୍ ଅତିଷ୍ଠ ହୋଇପଡ଼ିଥିଲା। ଗଲା ୧୬ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୩୦ ବେଳେ ଷ୍ଟିଵାର୍ଟ ପାଟଣା ଛକ ନିକଟରୁ ହୁସେନ୍ ଓ ସୂତାହାଟର ଜଣେ ବନ୍ଧୁ ଛୋଟୁ ଉଭୟ ଏକ ହୋଣ୍ଡା ଆକ୍ଟିଭା(ଓଆର୍- ୦୨ଭି-୮୮୪୧) ସ୍କୁଟିରେ ବାବୁଙ୍କୁ ଟେକି ଆଣିଥିଲେ। କନିକା ଛକସ୍ଥିତ ହିରୋ ସୋରୁମ୍ ଯାଏ ଗାଡ଼ିରେ ବସାଇ ଆଣିବା ପରେ ସେଠାରେ ଓହ୍ଲାଇ ଦେଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031