Indus Valley Times

ମାଲକାନଗିରିରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା, ସେପଟେ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ

 Breaking News

ମାଲକାନଗିରିରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା, ସେପଟେ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ

ମାଲକାନଗିରିରେ ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା, ସେପଟେ ସମୀକ୍ଷା କଲେ ଉପ ମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ
December 11
11:58 2025

ମାଲକାନଗିରି, ୧୧/୧୨ : ମହିଳାଙ୍କ ହତ୍ୟାକୁ ନେଇ ମାଲକାନଗିରି ଜିଲ୍ଲା ଏମଭି-୨୬ ଏବଂ ରାଖେଲଗୁଡ଼ା ଗ୍ରାମ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ପରିସ୍ଥିତିରେ ସାମାନ୍ୟ ସୁଧାର ଆସିଛି ।
ତଥାପି ପ୍ରଶାସନ ପକ୍ଷରୁ ଇଣ୍ଟରନେଟ୍ ସେବା କଟକଣା ଅବଧିକୁ ଆଉ ୧୨ ଘଣ୍ଟା ବୃଦ୍ଧି କରାଯାଇଛି । ଆଜି ମଧ୍ୟରାତ୍ର ପର୍ଯ୍ୟନ୍ତ ଇଣ୍ଟରନେଟ ସେବା କଟକଣା ବଳବତ୍ତର ରହିବ ।
ସେପଟେ ସ୍ଥିତି ଅନୁଧ୍ୟାନ ପାଇଁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମାଲକାନଗିରିରେ ପହଁଚଛନ୍ତି । ଉପମୁଖ୍ୟମନ୍ତ୍ରୀଙ୍କ ସହିତ ଅଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଏଡିଜି ସଞ୍ଜିବ ପଣ୍ଡା, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କେଭି ସିଂ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏବଂ ଏସପି ବିନୋଦ ପାଟିଲ୍ ଏଚ୍. ।
ଦୁଇ ଗ୍ରାମ ମଧ୍ୟରେ ଶାନ୍ତି କିପରି ଫେରାଇ ଅଣାଯିବ ସେ ନେଇ ପ୍ରଶାସନିକ ସ୍ତରରେ ଉଦ୍ୟମ ଜାରି ରହିଛି । ଉଭୟ ଗ୍ରାମରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାବେଳେ ୧୫ ପ୍ଲାଟୁନ୍ କେନ୍ଦ୍ରୀୟ ଫୋର୍ସ ଏବଂ ୨୦ ରାଜ୍ୟ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଶାନ୍ତି କମିଟି ବୈଠକ ପରେ ଦୁଇ ଗ୍ରାମରେ ଶାନ୍ତି ଫେରୁଛି । ଦୁଇ ଗ୍ରାମବାସିନ୍ଦା ଗାଁକୁ ଫେରୁଛନ୍ତି । ସେପଟେ ପ୍ରଶାସନ ପକ୍ଷରୁ କମ୍ବଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି ।
ସରକାରୀ ଦଳ ପହଁଚି କ୍ଷୟକ୍ଷତିର ମଧ୍ୟ ଆକଳନ କରାଯାଉଛି । ଭାଗ ଚାଷ ଏବଂ ଜମି ବିବାଦକୁ ନେଇ ଏଭଳି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।
ଉଲ୍ଲେଖ ଥାଉକି, ଗତ ୪ ତାରିଖରେ ରାଖେଲଗୁଡ଼ା ଗ୍ରାମର ଲାକେ ପଡ଼ିଆମି ନିଖୋଜ ଥିଲେ । ଏ ନେଇ ପରିବାର ପକ୍ଷରୁ କୋରୁକୋଣ୍ଡା ଥାନାରେ ଅଭିଯୋଗ କରିଥିଲେ । ଲାକେଙ୍କ ମୁଣ୍ଡ ବିହୀନ ମୃତ ଦେହ ଡୁଡାମେଟା ନଦୀ କୂଳରୁ ମିଳିଥିଲା ।
ଏମଭି-୨୬ରେ ଗ୍ରାମର ବ୍ୟକ୍ତି ଏଥିରେ ସମ୍ପୃକ୍ତ ଥିବା ରାଖେଲଗୁଡ଼ା ଗ୍ରାମବାସୀ ସନ୍ଦେହ କରି ଏମଭି-୨୬ ଗ୍ରାମର ୧୬୩ ଘରେ ଜାଳି ଦେଇଥିଲେ ।
ଏହାକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ଅଧିକ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ଗତକାଲି ଲାକେ ପଡ଼ିଆମୀଙ୍କ କଟାମୁଣ୍ଡ ନାମକୋଣ୍ଡା ପୋଟେରୁ ନଦୀକୂଳରେ ଭାସୁଥିବାବେଳେ ଉଦ୍ଧାର କରାଯାଇଛି ।
ପୋଲିସ ଉକ୍ତ ମୃତ ଦେହକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଦେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଡିଏନଏ ପରୀକ୍ଷା ପାଇଁ ମଧ୍ୟ ନମୂନା ସଂଗ୍ରହ କରାଯାଇଛି । ଡିଏନଏ ପରୀକ୍ଷା ପରେ ଚିତ୍ର ସ୍ପଷ୍ଟ ହୋଇଯିବ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930