Indus Valley Times

ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତର ଲୁମୁରଜେନା ଗ୍ରାମରେ କୃଷି ଉଦ୍ୟମି ତାଲିମ ଉଦଯାପିତ

 Breaking News

ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତର ଲୁମୁରଜେନା ଗ୍ରାମରେ କୃଷି ଉଦ୍ୟମି ତାଲିମ ଉଦଯାପିତ

December 22
11:25 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୧୨ : ବୌଦ୍ଧସ୍ଥିତ ଲକ୍ଷଣ୍ଡିବନ୍ଧ ଠାରେ ଅବସ୍ଥାପିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ତରଫରୁ ବୌଦ୍ଧ ବ୍ଲକ ଗୋଛାପଡା ପଞ୍ଚାୟତ ର ଲୁମୁରଜେନା ଗ୍ରାମରେ ୧୩ ଦିନ ବ୍ୟାପି ଚାଲିଥିବା କୃଷି ଉଦ୍ୟମି ତାଲିମ ଉଦଯାପିତ ହୋଇଯାଇଅଛି କ୍ଷ ଲୁମୁରଜେନା ଗ୍ରାମ ର ୩୫ ଜଣ ପ୍ରଶିକ୍ଷାର୍ଥୀ ମାନେ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଆରସେଟି ନିର୍ଦେଶକ ଶ୍ରୀ ବିଚିତ୍ର ମହାପାତ୍ର ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଟିକୁ ଶୁଭ ଆରମ୍ଭ କରିଥିଲେ ৷
ଏହି ତାଲିମ କାର୍ଯ୍ୟକ୍ରମ ରେ ଜିଲ୍ଲା ଉଦ୍ୟାନ ବିଭାଗ ରୁ ଆସିଥିବା ଉଦ୍ୟାନ ଅଧିକାରୀ ପୂଜା ବାରିକ କୃଷି ର ସମସ୍ତ ଦିଗ ଉପରେ ଆଲୋକପାତ କରିବା ସହିତ ଏହାର କୌଶଳ ବିଷୟରେ ଶିକ୍ଷା ଦେଇଥିଲେ ।
ସମସ୍ତ ପ୍ରଶିକ୍ଷାର୍ଥୀ ମାନେ ବୈଷୟିକ ଜ୍ଞାନ ସହିତ କେମିତି ସଫଳ ଉଦ୍ୟଗୀ ହୋଇପାରିବେ ସେ ବିଷୟରେ ମଧ୍ୟ ଶିକ୍ଷା ଲାଭ କଲେ ।ପରିଷେଶରେ ଓଡ଼ିଶା ବନାଞ୍ଚଳ ଉନ୍ନୟନପ୍ରକଳ୍ପ, କ୍ଷେତ୍ରୀୟ ପରିଚାଳନା ସଂସ୍ଥା ମନମୁଣ୍ଡା ତରଫରୁ ଶ୍ରୀ ମଳୟ କାନ୍ତ ନାୟକ ଏବଂ କାଜଲ ପଟ୍ଟନାୟକ ଉଦଯାପନୀ ଦିବସରେ ଯୋଗ ଦେବା ସହିତ ସମସ୍ତ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ଦେଇ ଉତ୍ସାହିତ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମର ସଂଯୋଜକ କାନନ ଖମାରୀ ତାଲିମ କାର୍ଯ୍ୟକ୍ରମର ସଫଳ ପରିଚାଳନା କରିବା ସହିତ ଅନୁଷ୍ଠାନର ସମସ୍ତ କର୍ମଚାରୀ ମାନେ ତାଙ୍କୁ ସହଯୋଗ କରିଥିଲେ ৷

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930