Indus Valley Times

ମୃତଦେହ ରଖିବା ପାଇଁ ଏମ୍ସରେ ସ୍ଥାନ ଅଭାବ, ପାରାଦୀପରୁ ପହଞ୍ଚିଲା ୫ କଣ୍ଟେନର

 Breaking News

ମୃତଦେହ ରଖିବା ପାଇଁ ଏମ୍ସରେ ସ୍ଥାନ ଅଭାବ, ପାରାଦୀପରୁ ପହଞ୍ଚିଲା ୫ କଣ୍ଟେନର

ମୃତଦେହ ରଖିବା ପାଇଁ ଏମ୍ସରେ ସ୍ଥାନ ଅଭାବ, ପାରାଦୀପରୁ ପହଞ୍ଚିଲା ୫ କଣ୍ଟେନର
June 05
19:59 2023

ଭୁବନେଶ୍ୱର,୫/୬: ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୧୨୩ ଜଣଙ୍କ ଶବ ଏମ୍ସ ଭୁବନେଶ୍ବରରେ ସଂରକ୍ଷିତ ରଖାଯାଇଛି। ୧୨୩ ରୁ ୪୩ ଟି ଶବ ହସ୍ତାନ୍ତର ହୋଇଥିବାବେଳେ ବର୍ତ୍ତମାନ ୮୦ ଟି ଶବ ରୁ ୧୫ ଜଣଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି। ବିଶେଷ କରି ମରଶରୀର କ୍ଷତବିକ୍ଷତ ଓ ଅତି ବୀଭତ୍ସ ସ୍ଥିତିରେ ପହଞ୍ଚିଛି। ଯାହାକୁ ଶବ ସଂରକ୍ଷଣ ଗୃହ ଏବଂ ଆନାଟୋମି ବିଭାଗରେ ରଖାଯାଇଛି। ଏହାକୁ ସଂରକ୍ଷିତ କରି ରଖିବା ଏମ୍ସ ପାଇଁ ଚ୍ୟାଲେଞ୍ଜିଂ ହୋଇଛି। ତେବେ ଏହି ସବୁ ମୃତଦେହ ରଖିବା ପାଇଁ ଏବେ ଏମ୍ସ ଭୁବନେଶ୍ୱର ପକ୍ଷରୁ କଣ୍ଟେନରରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।
ଏମ୍ସ ଭୁବନେଶ୍ୱର ପକ୍ଷରୁ ମିଳିଥିବା ସୂଚନା ମୁତାବକ ପାରାଦ୍ୱୀପରୁ ଆସୁଥିବା କଣ୍ଟେନରରେ ମୃତଦେହ ରହିବ । ମୃତଦେହ ରଖିବା ପାଇଁ ୫ଟି କଣ୍ଟେନର ପାରାଦ୍ବୀପରୁ ଆସୁଛି । ଏମ୍ସ ଭୁବନେଶ୍ୱରର ଅତିରିକ୍ତ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ସୂଚନା ଦେଇ କହିଛନ୍ତି ଯେ ଗୋଟେ କଣ୍ଟେନରରେ ୩୦ରୁ ୪୦ଟି ମୃତଦେହ ରହିପାରିବ । ୧୨୩ ରୁ ୪୩ ଟି ଶବ ହସ୍ତାନ୍ତର ହୋଇଛି । ବର୍ତ୍ତମାନ ୮୦ଟି ମୃତଦେହରୁ ୧୫ ଜଣଙ୍କ ଚିହ୍ନଟ ପ୍ରକ୍ରିୟା ଚାଲିଛି । ମୃତଦେହ ଚିହ୍ନଟ ପ୍ରକ୍ରିୟା ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା । ମୃତଦେହ ଚିହ୍ନଟରେ ଦ୍ଵନ୍ଦ ହେଲେ ଡିଏନଏ ପରୀକ୍ଷା ହେବ ।
ସେହିପରି ଆଜି ଏମ୍ସ ଭୁବନେଶ୍ୱରରେ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ମୃତଦେହ ନେବାକୁ ଆସୁଥିବା ପରିବାରର ଲୋକେ ଯେମିତି କୌଣସି ସମସ୍ୟାରେ ସମ୍ମୁଖୀନ ନ ହେବେ ସେ ବିଷୟରେ ଆଲୋଚନା କରାଯାଇଛି । ଯେପର୍ଯ୍ୟନ୍ତ ମୃତକଙ୍କ ପରିବାର ସଦସ୍ୟଙ୍କୁ ଶବ ହସ୍ତାନ୍ତର କରାନଯାଇଛି ସେ ପର‌୍ୟ୍ୟନ୍ତ ଏ କାମ ଚାଲିବ ବୋଲି ସେ କହିଛନ୍ତି । ଯେଉଁ ମାମଲାରେ ମୃତଦେହ ଦାବିଦାର ଅଧିକ ଦେଖା ଯାଉଛନ୍ତି ସେଠାରେ ଡିଏନଏ ଟେଷ୍ଟ କରି ଶବ ହସ୍ତାନ୍ତର କରାଯାଇଛି ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30