Indus Valley Times

ରଥଯାତ୍ରା ପାଇଁ ୧୦ ଲକ୍ଷ ଲୋକଙ୍କୁ ଯୋଗାଇ ଦିଆଯିବ ମାସ୍କ,ବଢିବ ଆଣ୍ଟିଜେନ୍ ଟେଷ୍ଟ

 Breaking News

ରଥଯାତ୍ରା ପାଇଁ ୧୦ ଲକ୍ଷ ଲୋକଙ୍କୁ ଯୋଗାଇ ଦିଆଯିବ ମାସ୍କ,ବଢିବ ଆଣ୍ଟିଜେନ୍ ଟେଷ୍ଟ

ରଥଯାତ୍ରା ପାଇଁ ୧୦ ଲକ୍ଷ ଲୋକଙ୍କୁ ଯୋଗାଇ ଦିଆଯିବ ମାସ୍କ,ବଢିବ ଆଣ୍ଟିଜେନ୍ ଟେଷ୍ଟ
June 28
12:43 2022

ପୁରୀ,୨୮/୬: ରଥଯାତ୍ରାରେ ବଣ୍ଟାଯିବ ୧୦ ଲକ୍ଷ ମାସ୍କ। କରୋନା ସଂକ୍ରମଣ ପୁଣି ଥରେ ମୁଣ୍ଡ ଟେକୁଥିବା ବେଳେ ତଥା ପଜେଟିଭ ହାର ବଢ଼ିବାକୁ ଲକ୍ଷ୍ୟରେ ରଖି ସ୍ୱାସ୍ଥ୍ୟ ବିଭାଗ ଏହି ନିଷ୍ପତ୍ତି ନେଇଛି। ପୁରୀ ରଥଯାତ୍ରା ପାଇଁ ମଙ୍ଗଳବାର ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ବସିଥିଲା।
ବୈଠକ ପରେ ସେ ଏହି ସୂଚନା ଦେଇଛନ୍ତି। ଯେଉଁ ମାନଙ୍କୁ ଥଣ୍ଡା କାସ ଅଛି ସେମାନେ ଘରେ ବସି ଟିଭିରେ ମହାପ୍ରଭୁଙ୍କ ରଥଯାତ୍ରା ଦେଖନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନିବେଦନ କରିଛନ୍ତି।
ସେହିପରି ରଥଯାତ୍ରାକୁ ଲକ୍ଷ୍ୟ ରଖି ପୁରୀ ମେଡ଼ିକାଲରେ ୫୦ଟି ଅତିରିକ୍ତ ବେଡ଼ ସମେତ ସ୍ୱତନ୍ତ୍ର ଓଟି, ମେଡ଼ିସିନ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରହିବ। ଆମ୍ବୁଲାନ୍ସ ସମେତ ସ୍ୱେଚ୍ଛାସେବୀ ଓ ମେଡିକାଲ ଅଧିକାରୀ ୨୪ଘଣ୍ଟା କାମ ନିୟୋଜିତ ହେବେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031