Indus Valley Times

ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଏଆଇସିସିର ଦିଲ୍ଲୀ ଡାକରା, ସୂଚନା ଦେଲେ ବିଧାୟକ ତାରା ବାହିନୀପତି

 Breaking News

ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ ଏଆଇସିସିର ଦିଲ୍ଲୀ ଡାକରା, ସୂଚନା ଦେଲେ ବିଧାୟକ ତାରା ବାହିନୀପତି

June 21
12:09 2022

ଭୁବନେଶ୍ୱର ୨୧/୬: ଡାକରା ଆସିଛି । ଦିଲ୍ଲୀ ଯିବେ ରାଜ୍ୟ କଂଗ୍ରେସର ବିଧାୟକ । ରାଜ୍ୟର ୯ କଂଗ୍ରେସ ବିଧାୟକଙ୍କୁ AICC ପକ୍ଷରୁ ଦିଲ୍ଲୀ ଡାକରା ଆସିଛି ।
ସମସ୍ତେ ଆଜି ସନ୍ଧ୍ୟାରେ ଦିଲ୍ଲୀ ଅଭିମୁଖେ ବାହାରିବେ । ଏନେଇ ବିଧାୟକ ତାରାପ୍ରସାଦ ବାହିନୀପତି ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ନାସନାଲ ହେରାଲ୍ଡ ଅର୍ଥ ହେରଫେର୍ ମାମଲାରେ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ କରିଛି ।
ଇତିମଧ୍ୟରେ ରାହୁଲଙ୍କୁ ୪ ଥର ଜେରା କରିସାରିଲାଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ମଙ୍ଗଳବାର ମଧ୍ୟ ରାହୁଲଙ୍କୁ ଜେରା ପାଇଁ ଡାକିଛି ଇଡି ।
ତେବେ ଇଡିର ଏହି ନୋଟିସ୍କୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ବିଧାୟକଙ୍କୁ ଦିଲ୍ଲୀ ଡାକରା ହୋଇଥିବା ସୂଚନା ରହିଛି । ଏହାସହିତ ଏହାସହ ଦଳୀୟ ସଙ୍ଗଠନ ନେଇ ମଧ୍ୟ କରିବେ ଆଲୋଚନା ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031