Indus Valley Times

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ରଖିବେ ନଜର ବିଜେଡିର ୫୦ ବିଧାୟକ, ବିଧାନସଭାରେ ଶାଣିତ କରିବେ ସ୍ୱର

 Breaking News

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ରଖିବେ ନଜର ବିଜେଡିର ୫୦ ବିଧାୟକ, ବିଧାନସଭାରେ ଶାଣିତ କରିବେ ସ୍ୱର

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଉପରେ ରଖିବେ ନଜର ବିଜେଡିର ୫୦ ବିଧାୟକ, ବିଧାନସଭାରେ ଶାଣିତ କରିବେ ସ୍ୱର
July 17
16:58 2024

ଭୁବନେଶ୍ୱର,୧୭/୭: ଆଗାମୀ ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳର ଦଳର ବିଧାୟକମାନଙ୍କୁ ବଡ଼ ଦାୟିତ୍ୱ ଦେଇଛନ୍ତି। ଦଳର ସମସ୍ତ ବିଜୟୀ ବିଧାୟକଙ୍କୁ ବିଭିନ୍ନ ବିଭାଗ ଉପରେ ନଜର ରଖି ବିଧାନସଭାରେ ସରକାରଙ୍କୁ ପ୍ରଶ୍ନ କରିବାକୁ ଦାୟିତ୍ୱ ଦେଇଛନ୍ତି।
ବରିଷ୍ଠ ରାଜା ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ ଦିଆଯାଇଛି।
ସେହିପରି ସୁନ୍ଦରଗଡ଼ ବିଧାୟକ ଯୋଗେଶ କୁମାର ଏବଂ ମନୋହର ରନ୍ଧାରୀଙ୍କୁ ଏସସି ଏବଂ ଏସଟି ବିଭାଗ ଦାୟିତ୍ୱ ମିଳିଛି। ସନାତନ ମହାକୁଡ଼ଙ୍କୁ କୃଷି ଏବଂ ଚାଷୀ ସଶକ୍ତିକରଣ, ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ଧ୍ରୁବ ଚରଣ ସାହୁଙ୍କୁ ପର୍ଯ୍ୟଟନ ବର୍ଷା ସିଂହ ବରିହାଙ୍କୁ ମିଶନ ଶକ୍ତି, ସୁଶାନ୍ତ କୁମାର ରାଉତଙ୍କୁ ଖେଳ ଏବଂ ଯୁବ ବ୍ୟାପାର ଭଳି ଦାୟିତ୍ୱ ମିଳିଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31