Indus Valley Times

ରାସନ କାର୍ଡ ଇ-କେୱାଇସି ପାଇଁ ଇଣ୍ଟରନେଟ୍ ସମସ୍ୟା : ୯ଟି ଖୁଚୁରା ବିକ୍ରୟ କେନ୍ଦ୍ରରେ ହୋଇପାରୁନି ପଞ୍ଜିକରଣ,୫ଟି‌ରେ ଆଣ୍ଟିନା ଲଗାଇ କାମ ଚଳାଇଛି ଯୋଗାଣ ବିଭାଗ

 Breaking News

ରାସନ କାର୍ଡ ଇ-କେୱାଇସି ପାଇଁ ଇଣ୍ଟରନେଟ୍ ସମସ୍ୟା : ୯ଟି ଖୁଚୁରା ବିକ୍ରୟ କେନ୍ଦ୍ରରେ ହୋଇପାରୁନି ପଞ୍ଜିକରଣ,୫ଟି‌ରେ ଆଣ୍ଟିନା ଲଗାଇ କାମ ଚଳାଇଛି ଯୋଗାଣ ବିଭାଗ

June 10
10:03 2025

ବିଶ୍ୱଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୧୦/୬ : ରାସନ କାର୍ଡରେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗକୁ ଉପଭୋଗ କରୁଥିବା ହିତାଧିକାରୀମାନଙ୍କର ସମସ୍ତ ତଥ୍ୟ ସଂଗୃହୀତ କରିବା ପାଇଁ ଇ-କେୱାଇସି ପଞ୍ଜିକରଣ ଚାଲୁ ରହିଛି। ନିର୍ଦ୍ଧାରିତ ତାରିଖ ମଧ୍ୟରେ ଏହି କାର‌୍ୟ୍ୟ ଶେଷ ନ ହେବାରୁ ଏହାର ଅବଧିକୁ ବାରମ୍ବାର ବଢ଼ାଇ ଦିଆଯାଉଛି।
ତଥାପି ଜିଲ୍ଲାରେ ସମସ୍ତ ହିତାଧିକାରୀଙ୍କ ପଞ୍ଜିକରଣ ଶେଷ ହେଉ ନାହିଁ। ବିଶେଷ କରି ଜିଲ୍ଲାର ବିଭିନ୍ନ ଗାଁରେ ଇଣ୍ଟରନେଟ୍ ସେବା ନଥିବାରୁ ସମସ୍ୟା ବଢ଼ି ଯାଇଛି।
ତଥାପି ବର୍ତ୍ତମାନ ସୁଦ୍ଧା ଜିଲ୍ଲା ଯୋଗାଣ ବିଭାଗ ୯୪% ହାରରେ ୬ ଲକ୍ଷ ୯୬ ହଜାର ୭୨୬ ଜଣ ହିତାଧିକାରୀଙ୍କ ପଞ୍ଜିକରଣ ଶେଷ କରିସାରିଛି। ବର୍ତ୍ତମାନ ସୁଦ୍ଧା ବାକି ଥିବା ଆହୁରି ୪୨ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କର ପଞ୍ଜିକରଣ ଖୁବଶୀଘ୍ର ଶେଷ କରାଯିବ ବୋଲି ଜିଲ୍ଲା ଯୋଗାଣ ଅଧିକାରୀ ବ୍ରଜେନ୍ଦ୍ର ମହାନ୍ତି ସୂଚନା ପ୍ରଦାନ କରିଛନ୍ତି।
ଯୋଗାଣ ଅଧିକାରୀ ଶ୍ରୀ ମହାନ୍ତିଙ୍କ ସୂଚନା ମୁତାବକ, ନୟାଗଡ଼ରେ ରାଜ୍ୟ ଓ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ୨୯୧ କେନ୍ଦ୍ରରେ ମୋଟ୍ ୭ ଲକ୍ଷ ୩୩ ହଜାର ୪୪ ଜଣ ରାସନ କାର୍ଡ ହିତାଧିକାରୀ ରହିଛନ୍ତି।
ପୂର୍ବରୁ ୯ଟି ଖୁଚୁରା ବିକ୍ରୟ କେନ୍ଦ୍ରରେ ପ୍ରାୟ ୨୦,୯୩୨ ଜଣ ହିତାଧିକାରୀଙ୍କର ଅଫଲାଇନରେ ପଞ୍ଜିକରଣ କରାଯାଉଥିଲା। ସେଥିମଧ୍ୟରୁ ଦଶପଲ୍ଲାର ସର୍ବାଧିକ ୫ଟି‌ କେନ୍ଦ୍ର ଥିବା ବେଳେ ନୂଆଗାଁରେ ୨ଟି ଗଣିଆରେ ଓ ରଣପୁରରେ ଗୋଟିଏ ଲେଖାଏ କେନ୍ଦ୍ରରେ ଏହି ସମସ୍ୟା ରହିଛି। ବର୍ତ୍ତମାନ ୫ଟି କେନ୍ଦ୍ରରେ ବିକଳ୍ପ ବ୍ୟବସ୍ଥା ଅର୍ଥାତ ଆଣ୍ଟିନା ଲଗାଯାଇ ଏବେ ହିତାଧିକାରୀଙ୍କର ପଞ୍ଜିକରଣ ଚାଲିଛି। ଫଳରେ ଆଉ ୪ଟି ‌କେନ୍ଦ୍ରରେ ଅଫଲାଇନରେ ୬,୬୧୬ ଜଣଙ୍କର ହିତାଧିକାରୀଙ୍କର ପଞ୍ଜିକରଣ କରାଯିବ। ଏହାସହ ଅଧିକାଂଶ ଛୋଟ ପିଲାଙ୍କର ପଞ୍ଜିକରଣରେ ସମସ୍ୟା ହେଉଛି। ଯେହେତୁ ସେମାନେ ନୂତନ ଭାବେ ଆଧାର କାର୍ଡ ଗ୍ରହଣ କରି ନାହାନ୍ତି। ସେଥିପାଇଁ ପଞ୍ଜିକରଣରେ ସମସ୍ୟା ହେଉଛି। ଭାପୁର ବ୍ଲକରେ ୫,୧୧୯ ଜଣ ବର୍ତ୍ତମାନ ସୁଦ୍ଧା ପଞ୍ଜିକରଣ କରିନଥିବା ବେଳେ ଦଶପଲ୍ଲାରେ ୫,୪୦୯ ଜଣ, ଗଣିଆରେ ୭୭୯ଜଣ, ଖଣ୍ଡପଡ଼ା ବ୍ଲକରେ ୪,୩୦୨ ଜଣ, ଖଣ୍ଡପଡ଼ା ଏନଏସିରେ ୨୭୬ ଜଣ, ନୟାଗଡ଼ ବ୍ଲକରେ ୭,୪୯୩ ଜଣ, ନୟାଗଡ଼ ଏନଏସିରେ ୪୪୦ ଜଣ, ନୂଆଗାଁରେ ୩,୬୫୯ ଜଣ, ଓଡ଼ଗାଁରେ ୭,୩୨୮ ଜଣ ଓ ରଣପୁରରେ ସର୍ବାଧିକ ୮,୧୨୬ ଜଣ ରାସନକାର୍ଡ ହିତାଧିକାରୀ ପଞ୍ଜିକରଣ କରି ନାହାନ୍ତି।
ଏହି ପଞ୍ଜିକରଣ ଶେଷ ହେବା ପରେ ଜିଲ୍ଲାରେ ବାସ୍ତବରେ କେତେ ରାସନ କାର୍ଡ ଉପଭୋକ୍ତା ରହିଛନ୍ତି, ଏହା ସ୍ପଷ୍ଟ ହୋଇଯିବ। ପୂର୍ବ ସରକାରଙ୍କ ସମୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ରାସନ କାର୍ଡ ହିତାଧିକାରୀଙ୍କୁ ବ୍ୟାଗ୍ ଓ ଟଙ୍କା ପ୍ରଦାନ କରାଯାଇଥିଲା। ଏହି ସମୟରେ ପ୍ରାୟ ୮ ହଜାରରୁ ଉର୍ଦ୍ଧ୍ବ ହିତାଧିକାରୀ ବ୍ୟାଗ୍ ଓ ଟଙ୍କା ନେବାକୁ ଆସିଲେ ନାହିଁ। ଫଳରେ ଏମାନେ ଭୂତ ରାସନ କାର୍ଡ ହିତାଧିକାରୀ ବୋଲି ଚର୍ଚ୍ଚା ହୋଇଥିଲା। ବହୁ ଥିଲାବାଲା ଘରର ଲୋକମାନେ ସମସ୍ତଙ୍କ ସାମ୍ନାରେ ଏହି ସହାୟତା ରାଶି ନେବାକୁ କୁଣ୍ଠା ବୋଧ କରିଥିଲେ। ବର୍ତ୍ତମାନ ଏହିପରି ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ଇ-କେୱାସି ପଞ୍ଜିକରଣ ଯୋଜନା କରାଯାଇଛି। ଏଣୁ ଏହାକୁ ସଫଳତାର ସହ ଶେଷ କରିବା ପାଇଁ ଯୋଗାଣ ବିଭାଗ ଜୋରଦାର କସରତ ଚଳାଇଛି।

ଆଜି ନୟାଗଡ଼ ଜିଲ୍ଲାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ
ନୟାଗଡ଼, ୧୦/୬ : ଅପରାହ୍ନ ୩.୦୦ ଘଣ୍ଟା ସମୟରେ ଜିଲ୍ଲା ପରିଷଦ ର ସୃଜନ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ନୟାଗଡ଼ ଜିଲ୍ଲା ର ମାନ୍ୟବର ପ୍ରଭାରୀ ମନ୍ତ୍ରୀ ତଥା ସମବାୟ, ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ, ଶ୍ରୀଯୁକ୍ତ ପ୍ରଦୀପ ବଳ ସାମନ୍ତ, ମାନ୍ୟବର ବାଚସ୍ପତି, ବିଧାନ ସଭା, ଓଡ଼ିଶା, ଶ୍ରୀମତୀ ସୁରମା ପାଢୀ, ମାନ୍ୟବର ବିଧାୟକ, ଖଣ୍ଡପଡ଼ା ଦୁଷ୍ମନ୍ତ କୁମାର ସ୍ବାଇଁ,
ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଇଂ ଦେବାଶିଷ ପଟ୍ଟନାୟକ, ଆରକ୍ଷୀ ଅଧିକ୍ଷକ,
ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ, ଲଗ୍ନଜିତ ରାଉତ, ଉପ-ଜିଲ୍ଲାପାଳ କର୍ଣ୍ଣଦେଵ ସମାଦାର ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ ।
ବୈଠକ ର ପ୍ରାରମ୍ଭରେ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ସ୍ୱ।ଗତ ଭାଷଣ ରଖିଥିଲେ । ମାନ୍ୟବର ବିଧାୟକ, ଖଣ୍ଡପଡ଼ା ୨,୯୦,୦୦୦ କୋଟି ଟଙ୍କା ର ବଜେଟ ନୟାଗଡ଼ ଜିଲ୍ଲା ରେ ଠିକଠାକ କରିବା ପାଇଁ ପରାମର୍ଶ ଦେଇଥିଲେ।
ସେହିପରି ମାନ୍ୟବର ମନ୍ତ୍ରୀ ବକ୍ତବ୍ୟ ରେ କହିଲେ ଯେ ଗଣତାନ୍ତ୍ରିକ ପ୍ରକ୍ରିୟା ରେ ସମାଜ ର ଶେଷ ଧାଡ଼ି ରେ ବସିଥିବା ଲୋକଙ୍କୁ ସହଯୋଗ ମିଳିଲେ ୨୦୨୭ ସୁଦ୍ଧା ଲୋକ
ବହୁତ ଉନ୍ନତ ହୋଇପାରିବ।
ମାନ୍ୟବର ବାଚସ୍ପତି କହିଲେ ଲ୍ଲାର ବିକାଶ ର‌ ମାପକାଠି ଆଜି ପ୍ରଭାରୀ ମନ୍ତ୍ରୀ ମାଧ୍ୟମରେ ସମୀକ୍ଷା କରାଯିବ । ଜିଲ୍ଲାର ସଦ୍ଭୟଙ୍କଗ୍ଦଗ୍ଧକ୍ସଚ୍ଚ ନାହିଁ,ଜଳ ସମ୍ପଦ ର ପୁନରୁଦ୍ଧାର, ଶିକ୍ଷା ଭିତ୍ତିଭୂମି ନିର୍ମାଣ କରିବାରେ ଆମେ କ\’ଣ ହୋଇପାରିନାହିଁ କଣ ସ୍ୱପ୍ନ ଦେଖିବାକୁ ହେବ ସବୁର ସମୀକ୍ଷା କରାଯିବ
ସେହିପରି ଅନ୍ୟମାନେ ଅନୁରୂପ ଭାଷଣ ରଖିଥିଲେ ।
ସମୀକ୍ଷା ସମୟରେ ପ୍ରଥମେ ଡିଏଫ୍ଓ କହିଲେ ଯେ ପ୍ଲାଣ୍ଟେସନ କରାଯିବା ,୫ କି.ମି ବ୍ୟାପି ଓଡ଼ଗାଁ ରେ ଫେନସିଙ୍ଗ କରାଯାଇଛି ଏବଂ ଲୋକମାନେ ବନ୍ୟପ୍ରାଣୀ ସୁରକ୍ଷା ରେ ନିଯୁକ୍ତି ପାଇଛନ୍ତି ।
ସ୍ବାସ୍ଥ୍ୟ ବିଭାଗର କାୟା କଳ୍ପ ପୁରସ୍କାର, ପ୍ରଧାନ ମନ୍ତ୍ରୀ ଜନ ଆରୋଗ୍ୟ କେନ୍ଦ୍ର ,ଵୟୋ ବନ୍ଦନା ଯୋଜନା ମାଧ୍ୟମରେ ଶତ ପ୍ରତିଶତ କାର୍ଡ ବାଣ୍ଟିବା ପାଇଁ ଆଲୋଚନା କରାଯାଇଥିଲା।
ରେଭିନ୍ୟୁ ବିଭାଗ ର ବସୁନ୍ଧରା ଯୋଜନା ରେ ୨୨୧ ଜଣଙ୍କୁ ପଟ୍ଟା ବଣ୍ଟନ କରାଯାଇଛି ।
ତହସିଲଦାରମାନଙ୍କୁ କାର‌୍ୟ୍ୟକ୍ରମ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରାଯାଇଛି।
ସେହିପରି କୃଷି, ଶିକ୍ଷା, ଯୋଗାଣ,ଆର୍.ଡି, ଟିପିସିଓଡିଏଲ,ସମାଜ କଲ୍ୟାଣ ବିଭାଗ ମାନଙ୍କ ର ସମୀକ୍ଷା କରାଯାଇ ପରାମର୍ଶ ଦିଆଯାଇଥିଲା।
ଅବକାରୀ ଅଧିକ୍ଷକ, ଜିଲ୍ଲା ମଙ୍ଗଳ ଅଧିକାରୀ, ହସ୍ତତନ୍ତ ବୟନ ଶିଳ୍ପ ବିଭାଗ ମାନଙ୍କ ର ସମୀକ୍ଷା କରାଯାଇଥିଲା।
ଏହି ବୈଠକରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ, ସମସ୍ତ ଯନ୍ତ୍ରୀ ପ୍ରମୁଖ ଯୋଗଦେଇଥିଲେ।ଶେଷରେ ଉପଜିଲ୍ଲାପାଳ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ କରାଯାଇଥିଲା ।
ନୟାଗଡ଼ ବାସୀଙ୍କୁ ଚିନିକଳ ପ୍ରତିଶ୍ରୁତି ଧକ୍କା ଓ ମାଙ୍କଡ଼ା ଖଣି ରେ ସାମିଲ ପ୍ରସଙ୍ଗ ରେ ସମ୍ବିତ ପାତ୍ରଙ୍କ କୁଶ ପତ୍ତଳିକା ଦାହ
ନୟାଗଡ଼, ୧୦/୬ : ସୋମବାର ଉଭୟ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ନୟାଗଡ଼ ରେ ପୁରୀ ସାଂସଦ ସମ୍ବିତ୍ ପାତ୍ର ଙ୍କୁ ବିରୋଧ କରାଯାଇଛି। ସାଂସଦଙ୍କ ଗତକାଲିର ଗସ୍ତ ରେ ନୟାଗଡ଼ ର ପବିତ୍ର ମାଟି ଅପବିତ୍ର ହୋଇଥିବା ଏବଂ ନୟାଗଡ଼ ମାଟିକୁ ପୁଣି ପବିତ୍ର କରିବା ଉଦ୍ଦେଶ୍ୟରେ କଂଗ୍ରେସ ପକ୍ଷରୁ ଗୋବର ଓ ଗଙ୍ଗାଜଳ ସିଞ୍ଚନ କରାଯାଇ, ଶତାଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ ନୟାଗଡ଼ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ଏକ ବିଶାଳ ରାଲି ରେ ବାହାରି ଗୋବର ପାଣି ସିଞ୍ଚିସିଞ୍ଚି, ଚିନିକଳ ପ୍ରତିଶ୍ରୁତି କୁଆଡେ ଗଲା, ଆଦି ବିଭିନ୍ନ ସ୍ଳୋଗାନ , ନାରାବାଜି, ବିରୋଧ କରି ନୟାଗଡ଼ ଗୋଲେଇ ଛକରେ ପହଞ୍ଚି ସେଠାରେ ସାଂସଦଙ୍କ କୁଶ ପତ୍ତଳିକା କୁ ତଳେ ପକାଇ ଦାହ କରଯାଇଥିଲା।ଏବଂ ନାରାବାଜି କରିଥିଲେ। ସାଂସଦ ସମ୍ବିତ୍ ପାତ୍ର ଜିତିବା ପୂର୍ବରୁ ୧୦୦ ଦିନରେ ଚିନିକଳ ପ୍ରତିଶ୍ରୁତି ଦେଇ ଭୁଲିଯିବା, ପାର୍ଲାମେଂଟ ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କୁ ଅପମାନ ସହ, ଓଡ଼ଗାଁ ମାଙ୍କଡ଼ ଖଣିରେ ମଧ୍ୟ ସାଂସଦଙ୍କ ସାମିଲ ଅଛି ବୋଲି ଦଳ ଅଭିଯୋଗ କରିଥିଲା।
ଆଗାମୀ ଦିନରେ ସାଂସଦ ଚିନିକଳ ପାଇଁ ନୟାଗଡ଼ ବାସୀଙ୍କୁ ଏବଂ ରାହୁଲ ଗାନ୍ଧୀଙ୍କୁ ଅପମାନ ପାଇଁ ରାହୁଲ ଗାନ୍ଧୀଙ୍କୁ କ୍ଷମା ନ ମାଗିବା ଯାଏ ଆଗାମୀ ଦିନରେ ସାଂସଦ ସମ୍ବିତ୍ ପାତ୍ର ଙ୍କୁ ନୟାଗଡ଼ ରେ ଆଗାମୀ ଦିନରେ ଜୋରଦାର ବିରୋଧ କରାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଆଜିର ଏ ବିକ୍ଷୋଭ ରେ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ୍ ଦାଶ, ଜିଲ୍ଲା ସଂଯୋଜକ ସତ୍ୟବ୍ରତ ନାୟକ, କଂଗ୍ରେସ ନେତା ବିଭୂ ପ୍ରସାଦ ମିଶ୍ର, କମଳ ସାହୁ, ଛାତ୍ର କଂଗ୍ରେସ ସଭାପତି ଶିବ୍ ରଞ୍ଜନ ସାହୁ, ଯୁବ କଂଗ୍ରେସ ନେତା ଦିଲ୍ଲୀପ୍ କୁମାର ବିଶୋଇ, ଲିଙ୍କନ ମହାପାତ୍ର, ଅମ୍ଳାନ ଅଂଶୁମାନ ସାହୁ, ଶାଶ୍ୱତ ପ୍ରଧାନ, ଜୀବନ ଜ୍ୟୋତି ରାଉତ, ଅରବିନ୍ଦ ପାଢ଼ୀ, ଓମପ୍ରକାଶ ପ୍ରଧାନ ପ୍ରମୁଖ ଛାତ୍ରନେତା ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031