Indus Valley Times

ରେଳଧାରଣାରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ଖଣ୍ଡ ବିଖଣ୍ଡିତ ଭାବେ ପଡିଛି ମରଶରୀର

 Breaking News

ରେଳଧାରଣାରୁ ମିଳିଲା ସ୍ୱାମୀ-ସ୍ତ୍ରୀଙ୍କ ମୃତଦେହ, ଖଣ୍ଡ ବିଖଣ୍ଡିତ ଭାବେ ପଡିଛି ମରଶରୀର

July 24
11:08 2023

ଭୁବନେଶ୍ୱର,୨୪/୭ : ପାରିବାରିକ କଳହର କରୁଣ ପରିଣତି। ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଦମ୍ପତି। ଆଜି ସକାଳେ ଭୁବନେଶ୍ୱର ସ୍ଥିତ ବମିଖାଲ ନିକଟ ରେଳ ଧାରଣାରୁ ୨ଟି ମୃତଦେହ ଉଦ୍ଧାର କରାଯାଇଛି। ହେଲେ ସେମାନଙ୍କ ପରିଚୟ ମିଳିନାହିଁ।
ଆଜି ସକାଳେ ଦମ୍ପତିଙ୍କ ମୃତଦେହ ରେଳଧାରଣା ନିକଟରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ଜିଆର୍ପିକୁ ଖବର ଦେଇଥିଲେ। ଜିଆର୍ପି ପହଞ୍ଚି ଘଟଣାର ତଦନ୍ତ କରୁଛି।
ପାରିବାରିକ କଳହରୁ ଉଭୟ ସ୍ୱାମୀସ୍ତ୍ରୀ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ହେଲେ ଘଟଣାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଉଭୟ ଦମ୍ପତି ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ମଧ୍ୟ ଜଣାପଡ଼ିନାହିଁ। ଶବ ବ୍ୟବଚ୍ଛେଦ ପରେ ଘଟଣାର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଜିଆର୍ପି ବୋଲି ସ୍ପଷ୍ଟ କରିଛି। ଏହି ଦମ୍ପତି ଘର କେଉଁଠି, ସେମାନେ କାହିଁକି ବମିଖାଲ ନିକଟ ରେଳ ଧାରଣା ଆସି ଆତ୍ମହତ୍ୟା କଲେ ଏପରି ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି ଜିଆର୍ପି।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930