Indus Valley Times

ରେଳ ପ୍ରକଳ୍ପରେ କ୍ଷତିଗ୍ରସ୍ତ ପୁରୁଣାପାଣି ଖଇରମାଳ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

 Breaking News

ରେଳ ପ୍ରକଳ୍ପରେ କ୍ଷତିଗ୍ରସ୍ତ ପୁରୁଣାପାଣି ଖଇରମାଳ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

ରେଳ ପ୍ରକଳ୍ପରେ କ୍ଷତିଗ୍ରସ୍ତ ପୁରୁଣାପାଣି ଖଇରମାଳ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି
June 04
09:45 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୪/୬ : ବୌଦ୍ଧଜିଲ୍ଲରେ ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ସାଧାରଣଲୋକ ଏହାକୁ ସ୍ୱାଗତ କରିଛନ୍ତି । ଗ୍ରାମାଞ୍ଚଳରେ ଲୋକମାନେ ରେଳ ପ୍ରକଳ୍ପ ନିର୍ମାଣ କରୁଥିବା ସଂସ୍ଥାଗୁଡିକୁ ସହଯୋଗ କରୁଥିବା ମଧ୍ୟ ଦେଖାଯାଇଛି । କିନ୍ତୁ ଜିଲ୍ଲାର ପୁରୁଣାପାଣି ଗ୍ରାମବାସୀମାନେ ରେଳପ୍ରକଳ୍ପ ନିର୍ମାଣକୁ ସ୍ୱାଗତ କରୁଥିଲେ ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ରାସ୍ତା ତୁରନ୍ତ ନିର୍ମାଣ ପାଇଁ ଦାବି କରିଛନ୍ତି ।
ସୂଚନା ମୁତାବକ ପୁରୁଣାପାଣି ଓ ଖଇରମାଳା ରାସ୍ତା ଉପରେ ରେଳଲାଇନ ନିର୍ମାଣ କରାଯାଉଥିବାବେଳେ ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟତ କରୁଥିବା ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ପ୍ରକାଶଥାଉକି ପୁରୁଣାପାଣି ଗ୍ରାମ ନିକଟଦେଇ ରେଳଲାଇନ ନିର୍ମାଣ କରାଯାଉଥିବାବେଳେ ଗ୍ରାମବାସୀଙ୍କ ଜମିବାଡି ମଧ୍ୟ ଏହି ପ୍ରକଳ୍ପ ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି ।
ତେବେ ଅନେକ ଗ୍ରାମବାସୀଙ୍କ ଜମିବାଡି ଗ୍ରାମଠାରୁ କିଛି ଦୂରରେ ରହିଥିବାବେଳେ ଜମି ଓ ଗ୍ରାମ ମଧ୍ୟରେ ରେଳ ଲାଇନ ନିର୍ମାଣ ଯୋଗୁଁ ଜମିକୁ ଯିବାକୁ ଆଉ ଅନ୍ୟ କୌଣସି ରାସ୍ତା ନାହିଁ । ତେଣୁ ଗ୍ରାମବାସୀମାନେ ରେଳ ଲାଇନ ନିର୍ମାଣ କରୁଥିବା ଠିକା ସଂସ୍ଥାକୁ ଜମିକୁ ଯିବା ପାଇଁ ରାସ୍ତା ପ୍ରଦାନ କରିବାକୁ ନିବେଦନ କରିଥିଲେ ।
ଏନେଇ ଠିକା ସଂସ୍ଥା ଓ ଗ୍ରାମବାସୀଙ୍କ ମଧ୍ୟରେ ସହମତି ହେବା ସହିତ ଏକ ଚୁକ୍ତି ମଧ୍ୟ ହୋଇଥିଲା । କିନ୍ତୁ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ଗ୍ରାମବାସୀମାନେ ଏନେଇ ଜିଲ୍ଲାପାଳଙ୍କ ପାଖରେ ପୁର୍ବରୁ ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ଜିଲ୍ଲାପାଳ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହୋଇପାରିନାହିଁ ।
ରାସ୍ତା ନିର୍ମାଣ ନକରିବା ପୂର୍ବରୁ ରେଳଲାଇନ ନିର୍ମାଣକୁ ବିରୋଧ କରିବାରୁ ପୁଲିସ ସହାୟତାରେ ଠିକାସଂସ୍ଥା ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ଅଭିଯୋଗ କରିଛନ୍ତି । ତେଣୁ ଆସନ୍ତା ୧୦ ଦିନ ମଧ୍ୟରେ ଏହାର ସ୍ଥାୟି ସମାଧାନ କରାନଗଲେ ଗ୍ରାମବାସୀମାନେ ଅନଶନରେ ବସିବା ସହିତ ଆଇନ ହାତକୁ ନେବାକୁ ବାଧ୍ୟ ହେବେ ବୋଲି ଗୁରୁବାର ଦିନ ଜିଲ୍ଲାପାଳଙ୍କୁ ଏକ ଦାବୀ ଦେବା ସହ ଚେତାବନୀ ଦେଇଛନ୍ତି ।
ମେଟ୍ରନ ଚୟନରେ ଅନିୟମିତତା ଅଭିଯୋଗ
ବୌଦ୍ଧ,୪/୬: ବୌଦ୍ଧଜିଲ୍ଲାରେ ମେଟ୍ରନ ଚୟନରେ ଅନିୟମିତତା ହୋଇଥିବା ନେଇ ଶୁକ୍ରବାର ଦିନ ଅତିରିକ୍ତ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାଇ, କଣ୍ଟାମାଳ ବ୍ଲକର ନାରାୟଣ ପ୍ରସାଦ ପଂଚାୟତର ସିଲେଇମାଳ ଗ୍ରାମର ଶାନ୍ତିଲତା ତୁମୁନିଆ ମେଟ୍ରୋନ ପଦବି ପାଇଁ ଆବେଦନ କରିଥିଲେ ।
ଏହି ପଦବି ପାଇଁ ଏସସି,ଏସଟି, ଓ ପଛୁଆବର୍ଗଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏହି ପଦବି ପାଇଁ ଶାନ୍ତଲତା ଆବେଦନ କରିଥିଲେ । ହେଲେ ଏହି ପଦବି ପାଇଁ ଅନ୍ୟ ଜଣକୁ ଚୟନ କରାଯାଇଛି । ମେଟ୍ରନ ଚୟନକୁ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଆରଟିଆଇ ମାଗିଲେ ତଥ୍ୟ ଦେଉନଥିବା ନେଇ ସେ ଅଭିଯୋଗ କରିଛଁନ୍ତି । ତେଣୁ ମତେ ଚୟନ କରାଯିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031