Indus Valley Times

ଲାଗୁନି ରୋକ, ବିଦ୍ୟୁତ ଆଘାତରେ ଚାଲିଗଲା ୪ ହାତୀଙ୍କ ଜୀବନ

 Breaking News

ଲାଗୁନି ରୋକ, ବିଦ୍ୟୁତ ଆଘାତରେ ଚାଲିଗଲା ୪ ହାତୀଙ୍କ ଜୀବନ

ଲାଗୁନି ରୋକ, ବିଦ୍ୟୁତ ଆଘାତରେ ଚାଲିଗଲା ୪ ହାତୀଙ୍କ ଜୀବନ
May 12
10:52 2023

ଗୁଣପୁର,୧୨/୫: ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାଟ୍ରାଗଡା ନିକଟରେ ୪ଟି ହାତୀଙ୍କ ମୃତଦେହ ଠାବ ହୋଇଛି। ପ୍ରକୃତରେ ହାତୀଙ୍କ ମୃତ୍ୟୁ କେମିତି ଘଟିଛି, ତାହା ସ୍ପଷ୍ଟ ହୋଇନଥିବା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। କାରଣ ବିଦ୍ୟତ୍ ଟ୍ରାନ୍ସଫର୍ମର ନିକଟରେ ହାତୀଙ୍କ ମୃତଦେହ ପଡ଼ିରହିଛି।
ଅପରପକ୍ଷରେ ଏହି ମୃତ ହାତୀଗୁଡ଼ିକ ଓଡ଼ିଶାର ହାତୀ ନା ଆନ୍ଧ୍ରର, ତାହା ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରେ ଆନ୍ଧ୍ର ପୁଲିସ ଓ ବନ ବିଭାଗ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛି। ମୃତ ହାତୀଙ୍କ ମଧ୍ୟରେ ୨ଟି ମାଈ ହାତୀ, ୨ ଅଣ୍ଡିରା ହାତୀ ରହିଥିବାର ଜଣାପଡ଼ିଛି। ପ୍ରକୃତ ତଦନ୍ତ ପରେ ତମାମ ଘଟଣା ଉପରୁ ପରଦା ହଟିପାରିବ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଏକ ୬ ଟିକିଆ ହାତୀପଲ ଆନ୍ଧ୍ର ମୁହାଁ ହୋଇ ଯାଉଥିଲେ। ତେବେ ଆନ୍ଧ୍ରର କାଟ୍ରାଗଡା ଠାରେ ୪ଟି ହାତୀ ଚାଷ ଜମିର ହୁଡା ଚଢୁଥିବା ବେଳେ ନିକଟରେ ଥିବା ଟ୍ରାସନ୍ସଫରମ ବିଦ୍ୟୁତ ତାର ଲାଗିଯିବା ଫଳରେ ଘଟଣାସ୍ଥଳରେ ୪ ଟି ହାତୀର ମୃତ୍ୟୁ ଘଟିଛି। ଆଉ ଦୁଇଟି ହାତୀ ପ୍ରାଣ ବିକଳରେ ନିକଟ ପାହାଡ଼ ଚଢି ଯାଇଥିବା ଜଣାପଡ଼ିଛି। ଆଜି ଭୋର ସକାଳେ ସେହି ଅଞ୍ଚଳରେ ୬ ଟିକିଆ ହାତୀପଲ ବୁଲୁଥିବା ସ୍ଥାନୀୟ ଲୋକ ଦେଖିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ଶ୍ରୀକାକଲମ ଜିଲ୍ଲା ଡିଏଫଓ ସମେତ ଉଚ୍ଚସ୍ତରୀୟ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛନ୍ତି। ସୂଚନାଯୋଗ୍ୟ ଏହି ହାତୀପଲ ରାୟଗଡ଼ା ଜିଲ୍ଲାର ଗୁଣପୁର, ପଦୁପୁର ଓ ନୁଆଗଡ଼ ଅଞ୍ଚଳରେ ଅନେକ ଦିନ ଧରି ରହିବା ପରେ କିଛି ମାସ ତଳେ ଆନ୍ଧ୍ରମୁହାଁ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031