Indus Valley Times

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ପାକ୍ କନେକଶନ ଆଶଙ୍କା

 Breaking News

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ପାକ୍ କନେକଶନ ଆଶଙ୍କା

ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ଗିରଫ, ପାକ୍ କନେକଶନ ଆଶଙ୍କା
May 22
09:42 2022

ଚଣ୍ଡୀଗଡ଼, ୨୨/୫: ପଞ୍ଜାବ ପୁଲିସର ‘ସ୍ପେସାଲ୍ ଟାସ୍କ୍ ଫୋର୍ସ’ ଏବଂ ‘ଏନ୍ଆଇଏ’ ଲୁଧିଆନା ଅଦାଲତ ବୋମା ବିସ୍ଫୋରଣ ମାମଲାର ରହସ୍ୟ ଭେଦ କରିବା ସହିତ ଶନିବାର ଦିନ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। କିନ୍ତୁ, ସେ ମୁଖ୍ୟ ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଛି।
ପଞ୍ଜାବ ପୁଲିସର ମହାନିର୍ଦେଶକ ଭି. କେ. ଭୱରା କହିଛନ୍ତି, ପଞ୍ଜାବ ପୁଲିସ ଲୁଧିଆନା ଅଦାଲତ ବିସ୍ଫୋରଣ ମାମଲାର ରହସ୍ୟ ଉନ୍ମୋଚନ କରିଛି। ମୁଖ୍ୟ ଅଭିଯୁକ୍ତଙ୍କୁ ‘ବର୍ଡର୍ ରେଞ୍ଜ୍’ର ‘ଏସ୍ଟିଏଫ୍’ ଟିମ୍ ଗିରଫ କରିଛି। ଉକ୍ତ ବିସ୍ଫୋରଣରେ ବ୍ୟବହୃତ ‘ଆଇଇଡି’ ‘ଆଇଏସ୍ଆଇ’ ସହାୟତାରେ ଡ୍ରୋନ୍ ଯୋଗେ ଅଣାଯାଇଥିଲା।
ସେ ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରୀୟ ଏଜେନ୍ସି ‘ନ୍ୟାସ୍ନାଲ୍ ଇନ୍ଭେଷ୍ଟିଗେସନ୍ ଏଜେନ୍ସି’ (ଏନ୍ଆଇଏ) ସହାୟତାରେ ଉକ୍ତ ଅଭିଯାନ ଚାଲିଥିଲା।
ଉଲ୍ଲେଖଯୋଗ୍ୟ, ଲୁଧିଆନା ଅଦାଲତ ବିସ୍ଫୋରଣ ମାମଲାରେ ମେ ୨୦ ତାରିଖରେ ଜଣେ କିଶୋରଙ୍କ ସମେତ ‘ଏସ୍ଟିଏଫ୍’ ୫ଜଣଙ୍କୁ ଗିରଫ କରିଥିଲା। ଗତବର୍ଷ ଡିସେମ୍ବର ୨୩ରେ ଲୁଧିଆନା ଅଦାଲତ ପରିସରରେ ସଙ୍ଗଠିତ ଉକ୍ତ ବିସ୍ଫୋରଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହିତ ୬ଜଣ ଆହତ ହୋଇଥିଲେ।
ଏଥିପାଇଁ ‘ଏନ୍ଆଇଏ’ ଜର୍ମାନିରେ ରହୁଥିବା ଖଲିସ୍ତାନୀ ଆତଙ୍କବାଦୀ ତଥା ନିଷିଦ୍ଧ ଖଲିସ୍ତାନୀ ସଙ୍ଗଠନ ‘ଶିଖ୍ସ୍ ଫର୍ ଜଷ୍ଟିସ୍’ର ସଦସ୍ୟ ଜସ୍ୱିନ୍ଦର୍ ସିଂହ ମୁଲତାନୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031