Indus Valley Times

” ଲୋକକଳା ପାଇଁ ଦିନଟିଏ ” ବାଲିଗୁଡା ଅଞ୍ଚଳର ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧନା

 Breaking News

” ଲୋକକଳା ପାଇଁ ଦିନଟିଏ ” ବାଲିଗୁଡା ଅଞ୍ଚଳର ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧନା

” ଲୋକକଳା ପାଇଁ ଦିନଟିଏ ” ବାଲିଗୁଡା ଅଞ୍ଚଳର ଯୁବ ନାଟ୍ୟକାର ପ୍ରମୋଦ ଦଣ୍ଡସେନାଙ୍କୁ ସମ୍ବର୍ଦ୍ଧନା
April 10
20:53 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା , ୧୦/୪ : ଓଡ଼ିଆ ପକ୍ଷ ପାଳନ ଅବସରରେ ଗୁରୁବାର ଦିନ କନ୍ଧମାଳ ଜ଼ିଲ୍ଲା ଖଜୁରୀପଡା ରେ ଜ଼ିଲ୍ଲା ପ୍ରଶାସନ ର ସଂସ୍କୃତି ବିଭାଗ ପକ୍ଷରୁ ଲୋକକଳା ପାଇଁ ଦିନଟିଏ ଦିବସ ପାଳିତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏଥିରେ କନ୍ଧମାଳ ଜ଼ିଲ୍ଲାର ୧୨ ଗୋଟି ବ୍ଳକର କଳାକାର ମାନେ ଯୋଗଦେଇ ଦେଇଥିଲେ କ୍ଷ ଏଥିରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ପଦ୍ମଶ୍ରୀ ଶ୍ରୀମତୀ ପୂର୍ଣ୍ଣମାସି ଯାନୀ, ଖଜୁରୀପଡା ବ୍ଳକ ଅଧକ୍ଷା ଅନିମା କହଁର, ବିଡ଼ିଓ ଶୁଭ ଦତ୍ତାତ୍ରୟ ବାହିନୀପତି, ଜ଼ିଲ୍ଲାପରିଷଦ ସଭ୍ୟ ଶ୍ରୀମତୀ ଉର୍ବଶୀ ଡିଗାଲ ଙ୍କ ସମେତ ବ୍ଳକ ର ସମସ୍ତ ସରପଞ୍ଚ ସମିତି ସଭ୍ୟ ଯୋଗଦେଇ ଦେଇ ସରକାରଙ୍କ ଯୋଜନାକୁ ଉଚ୍ଚ ପ୍ରଶଂସା କରିଥିଲେ।
ସଭାକାର୍ଯ୍ୟ ପ୍ରାରମ୍ଭ ରେ ଆମନ୍ତ୍ରିତ ଅତିଥି ଗଣ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ।
ଏହି ଅବସରରେ ଜ଼ିଲ୍ଲାର ବହୁ ବିଶିଷ୍ଟ କଳାକାର ଙ୍କୁ ସମ୍ମାନିତ କରାଯାଇଥିଲା ।
ଏହି ସମ୍ମାନିତ ମଧ୍ୟରେ ବାଲିଗୁଡା ଅଞ୍ଚଳ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ର ର ସମ୍ପାଦକ, ନାଟ୍ୟକାର, ତଥା ଅଭିନେତା ପ୍ରମୋଦ କୁମାର ଦଣ୍ଡସେନାଙ୍କୁ ନିଜର କଳା ନୈପୁଣ ପାଇଁ ଅତିଥି ଗଣ ସମ୍ବର୍ଦ୍ଧନା ସହ ମାନପତ୍ର ପ୍ରଦାନ କରିଥିଲେ ।
ବେଆଇନ ମହୁଲ ଗୋଦାମରେ ଅବକାରୀ ଚଢ଼ାଉ : ଲକ୍ଷାଧିକ ଟଙ୍କାର ମହୁଲ ଜବତ
ବାଲିଗୁଡା, ୧୦/୪ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଏକ ବେଆଇନ ମହୁଲ ଗୋଦାମରେ ଚଢ଼ାଉ କରି ପ୍ରାୟ ୫୦ ଟି ଛୋଟ ବଡ଼ ବସ୍ତାରେ ଭର୍ତ୍ତି ମହୁଲ ଫୁଲକୁ ଜବତ କରିଛି।
ବିଭାଗ, ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ଅନୁମାନ କରିଛି। ପ୍ରକାଶ ଯେ, ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ତିଲୋରୀ ଗ୍ରାମର ଜୈନିକ ବ୍ୟବସାୟୀ ଦୀର୍ଘ ଦିନ ହେଲା ବେଆଇନ ଭାବେ କୌଣସି ପଞ୍ଜିକୃତ ନଥାଇ ମହୁଲ ଫୁଲ କିଣା ବିକା କରୁଥିଲେ। କୌଣସି ସୂତ୍ରରୁ ଦାରିଙ୍ଗବାଡି ଅବକାରୀ ବିଭାଗର ଇନଚାର୍ଜ ସାଗର ଭୋଇ ଖବର ପାଇ ବୁଧବାର ଅପରାହ୍ନରେ ଗୋଦାମ ଗୃହରେ ଚଢ଼ାଉ କରି ମହୁଲ ଫୁଲକୁ ଜବତ କରିଛନ୍ତି।
ଏହାର ଓଜନ କରିବା ପରେ ସଠିକ ସରକାରୀ ମୂଲ୍ୟ ନିର୍ଦ୍ଧାରଣ କରାଯିବା ସହ ଅଧିକ ତଦନ୍ତ ଅବ୍ୟାହତ ରଖିଥିବା ବିଷୟ ଅବକାରୀ ବିଭାଗର ଇନଚାର୍ଜ ସାଗର ଭୋଇ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031