Legatus

ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା ନାଗ, ଜେଲରୁ ବାହାରିବା ପରେ ଗଲେ କ୍ୟାପିଟାଲ ଲ’ କଲେଜ

 Breaking News

ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା ନାଗ, ଜେଲରୁ ବାହାରିବା ପରେ ଗଲେ କ୍ୟାପିଟାଲ ଲ’ କଲେଜ

December 12
11:16 2023

ଭୁବନେଶ୍ବର,୧୨/୧୨: ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ। ଆଜି ସକାଳେ ସେ ଝାରପଡ଼ା ଜେଲରୁ ବାହାରିଛନ୍ତି। ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଆସିଥିଲେ। ଜାମିନ ମଞ୍ଜୁର ପରେ ଜେଲରୁ ବାହାରିବା ପାଇଁ ତାଙ୍କ ପଥ ପରିଷ୍କାର ହୋଇଥିଲା।
ମାମଲାର ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି ଆକ୍ଟରେ ପୁଲିସ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।
ଏଥି ସହିତ ଖଣ୍ଡଗିରି ଥାନାରେ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ୨୦୨୨, ଅକ୍ଟୋବର ୬ରେ ଅର୍ଚ୍ଚନା ଗିରଫ ହୋଇ ଜେଲ ଯାଇଥିଲେ। ଅର୍ଚ୍ଚନାଙ୍କ ବେଆଇନ କାର‌୍ୟ୍ୟକଳାପ ଓ କଳାଟଙ୍କା ପ୍ରସଂଗ ସମ୍ମୁଖକୁ ଆସିବା ପରେ ଇଡି ଘଟଣାର ତଦନ୍ତ କରିଥିଲା। ୨୦୨୨, ଡିସେମ୍ବର ୧୩ରେ ଇଡି ଅର୍ଚ୍ଚନାଙ୍କୁ ଗିରଫ କରିଥିଲା। ଅର୍ଚ୍ଚନାଙ୍କ ତରଫରୁ ଆଇନଜୀବ ଜୟଦୀପ ପାଲ ମାମଲା ପରିଚାଳନା କରୁଥିଲେ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31