Indus Valley Times

ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଲା କାର୍

 Breaking News

ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଲା କାର୍

September 24
11:50 2024

ଫୁଲନଖରା,୨୪/୯ : କଟକ ସଦର ଥାନା ଅଧୀନ ନୁଆକାଚରାମାଳ ସ୍ଥିତ କେନାଲରୁ ମଙ୍ଗଳବାର କାର୍ ସହ ଜଣେ ଯୁବକଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମୃତକ ବମ୍ପକୁଦ ଗାଁର ଅନିମେଶ ଜେନା ଓରଫ କାହ୍ନା ବୋଲି ଜଣାପଡିଛି।
ଖବର ପାଇ କଟକ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ସହୟତାରେ ମୃତଦେହ ଉଦ୍ଧାର କରିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କଟକ ଏସିବି ମେଡିକାଲକୁ ପଠାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ ଅନିମେଶ ସୋମବାର ରାତିରେ କାର ଧରି ଘରୁ କୌଣସି ଏକ କାମରେ ବାହାରକୁ ଯାଇଥିଲେ। ହେଲେ ସେ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଘରକୁ ଫେରି ନ ଥିଲେ। ଏପରିକି ତାଙ୍କ ମୋବାଇଲ ବନ୍ଦ ଥିବାରୁ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ।
ମଙ୍ଗଳବାର ସକାଳୁ ସ୍ଥାନୀୟ ଲୋକେ ମର୍ଣ୍ଣିଂ ଓ୍ବାକ୍‌ରେ ଯାଉଥିବା ବେଳେ କେନାଲରେ ଏକ କାର ଭାସୁଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଗ୍ନିଶମ ବାହିନୀ ସହଯୋଗରେ କେନାରୁ ଅନିମେଶଙ୍କ ମୃତଦେହ ଉଦ୍ଧାର କରିଥିଲା।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930