Indus Valley Times

ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ : ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ, ଏହା ନୂଆ ନୁହେଁ

 Breaking News

ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ : ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ, ଏହା ନୂଆ ନୁହେଁ

ସତର୍କ କରାଇଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ : ଅଯଥାରେ ଭୟଭୀତ ହୁଅନ୍ତୁ ନାହିଁ, ଏହା ନୂଆ ନୁହେଁ
January 07
13:32 2025

ଭୁବନେଶ୍ୱର,୭/୧: ଲୋକସେବା ଭବନରେ ମଙ୍ଗଳବାର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଚାଲିଛ । ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ସାମିଲ ହୋଇଛନ୍ତି।
HMPV  କୁ ନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଭୟଭୀତ ନ ହେବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି। ତେବେ ବର୍ତ୍ତମାନ HMPV   ଓ ପ୍ରବାସୀ ଭାରତୀୟ ସମ୍ମିଳନୀକୁ ନେଇ ଚିନ୍ତା ବଢ଼ିଛି। ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ତେବେ ଏହି ବୈଠକରେ କଣ ନିଷ୍ପତ୍ତି ନିଆଯିବ ତାହାକୁ ନେଇ ଅପେକ୍ଷା।
ଭାରତରେ HMPV    ଭାଇରସ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ମହାରାଷ୍ଟ୍ର ନାଗପୁରରୁ ଆଉ ୨ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି।
ଚିହ୍ନଟ ୨ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ ଓ ୧୩ ବର୍ଷ। ପ୍ରଥମେ ଜ୍ବର, ଥଣ୍ଡାରେ ଆକ୍ରାନ୍ତ ହେବା ପରେ ପଜିଟିଭ ଆସିଛି। କାଲି ଗୋଟିଏ ଦିନରେ ୫ ଶିଶୁ ପଜିଟିଭ ଚିହ୍ନଟ ହୋଇଥିଲେ ।
ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୭ ଜଣ ଏହି ଭୂତାଣୁର ଶିକାର ହୋଇଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର କହିଛନ୍ତି ଯେ ମାମଲା ବୃଦ୍ଧି କୋଭିଡ ପରି ପରିସ୍ଥିତି ସୃଷ୍ଟି କରିବ ନାହିଁ।ବେଙ୍ଗାଲୁରୁ, ନାଗପୁର ଏବଂ ତାମିଲନାଡୁରେ ଦୁଇଟି ଲେଖାଏଁ ଏବଂ ଅହମ୍ମଦାବାଦରେ ଏକ ମାମଲା ସାମ୍ନାକୁ ଆସିଛି।
କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ସୋମବାର ଏକ ଭିଡିଓ ଜାରି କରି କହିଛନ୍ତି ଯେ, HMPV   ଜୀବାଣୁ ନୂଆ ନୁହେଁ ଏବଂ ଅନେକ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି ଯେ ଏହି ଜୀବାଣୁ ପ୍ରଥମେ ୨୦୦୧ରେ ଚିହ୍ନଟ ହୋଇଥିଲା
ଏବଂ ଏହା ପରଠାରୁ ଏହା ସମଗ୍ର ବିଶ୍ୱରେ ବ୍ୟାପିଛି। ସେ କହିଛନ୍ତି ଯେ HMPV   ଜୀବାଣୁ ଶ୍ୱାସକ୍ରିୟା ମାଧ୍ୟମରେ ବ୍ୟାପିଥାଏ ଏବଂ ଏହା ସମସ୍ତ ବୟସ ବର୍ଗର ଲୋକଙ୍କୁ ପ୍ରଭାବିତ କରିଥାଏ। ଏହାର ପ୍ରାଦୁର୍ଭାବ ବିଶେଷତଃ ଶୀତ ଏବଂ ବସନ୍ତରେ ଦେଖାଯାଏ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930