Indus Valley Times

ସରିଲା ଛଠ୍ ପୂଜା, ନଦୀପଠାରେ ବଡି ଭୋରରୁ ଉଦିତ ସୂର୍ଯ୍ୟଙ୍କୁ ପୂଜାକଲେ ବ୍ରତଧାରୀ

 Breaking News

ସରିଲା ଛଠ୍ ପୂଜା, ନଦୀପଠାରେ ବଡି ଭୋରରୁ ଉଦିତ ସୂର୍ଯ୍ୟଙ୍କୁ ପୂଜାକଲେ ବ୍ରତଧାରୀ

November 08
10:34 2024

ଭୁବନେଶ୍ୱର, ୮/୧୧: ପରିବାର ସୁଖ ଏବଂ ସମୃଦ୍ଧି ପାଇଁ ମହିଳାମାନେ ଆରମ୍ଭ କରିଥିବା ‘ଛଟ୍‌’ ପୂଜାର ଆଜି ହେଉଛି ତୃତୀୟ ଦିନ । ଆଜି ବ୍ରତଧାରୀ ମହିଳାମାନେ ଅସ୍ତଗାମୀ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି । ଏଥିପାଇଁ ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି ।
ଓଡ଼ିଶାରେ ମଧ୍ୟ ବିଭିନ୍ନ ଜଳାଶୟ ଏହି ପ୍ରସିଦ୍ଧ ବ୍ରତ ବିଦ୍ଧି ଦେଖିବାକୁ ମିଳିଛି । ବିଶେଷ କରି ବିହାରର ମହିଳାମାନେ କୂଆଖାଇ ନଦୀପଠାରେ ଆୟୋଜିତ ପୂଜାରେ ଅସ୍ତଗାମୀ ସୂର‌୍ୟ୍ୟ ଦେବତାଙ୍କୁ ପୂଜା କରିଛନ୍ତି ।
ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ବସବାସ କରୁଥିବା ବିହାରୀ ସମ୍ପ୍ରଦାୟ ପ୍ରତିବର୍ଷ କୁଆଖାଇ ନଦୀକୂଳରେ ସୂର୍ଯ୍ୟ ଦେବତା ସମେତ ଜଳ ଏବଂ ବାୟୁମଣ୍ଡଳକୁ ପୂଜା କରିଥାନ୍ତି।
ତେଣୁ ବହୁ ସଂଖ୍ୟାରେ ମହିଳାମାନେ ଏକ ଶୋଭାଯାତ୍ରାରେ ଆସି ନଦୀକୂଳରେ ପୂଜାର୍ଚ୍ଚନା କରିଛନ୍ତି। ଆଖୁ, ଫଳମୂଳ ଏବଂ ଅର୍ଘ୍ୟ ଦେଇ ସୂର‌୍ୟ୍ୟ ଦେବତାଙ୍କୁ ପୂଜା କରିଛନ୍ତି। କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ପରିବାରର ସୁଖ ଶାନ୍ତି ସମୃଦ୍ଧି କାମନା କରି ଏହି ପୂଜା କରାଯାଏ ।
ସେହିପରି ଆସନ୍ତାକାଲି ବ୍ରତର ଚତୁର୍ଥ ତଥା ଶେଷ ଦିବସ । ଆସନ୍ତାକାଲି ବ୍ରତ କରୁଥିବା ମହିଳା ଉଦିତ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଇ ବ୍ରତ ସମାପନ କରିବେ ।
ଛଟ୍ ପୂଜା ବିହାରର ଏକ ପ୍ରସିଦ୍ଧ ବ୍ରତ । ବିଶେଷ କରି ବିହାର,ଝାଡ଼ଖଣ୍ଡର ମହିଳାମାନେ ଛଟି ମାଆଙ୍କୁ ପୂଜା କରିଥାନ୍ତି । ଛଟି ହେଉଛି ମାତା ପାର୍ବତୀଙ୍କର ରୂପ । ଏଥିରେ ସୂର୍ଯ୍ୟ, ପ୍ରକୃତି, ବାୟୁ, ଜଳ ଓ ଛଟି ମାତାଙ୍କୁ ପୂଜା କରାଯାଇଥାଏ । କାର୍ତ୍ତିକ ଅମାବାସ୍ୟ ଅର୍ଥାତ ଦୀପାବଳି ଅମାବାସ୍ୟାର ଚତୁର୍ଥୀରୁ ଏହି ପୂଜା ଆରମ୍ଭ ହୋଇ ଚାରିଦିନ ଧରି ଚାଲିଥାଏ ।

About Author

indadmin

indadmin

Related Articles

Archives

Calendar

June 2026
M T W T F S S
1234567
891011121314
15161718192021
22232425262728
2930