Indus Valley Times

ନିୟମିତ ତାଲିମ ନେବେ ଆମ-ବସ୍ ଚାଳକ; ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ କଡ଼ା ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

 Breaking News

ନିୟମିତ ତାଲିମ ନେବେ ଆମ-ବସ୍ ଚାଳକ; ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ କଡ଼ା ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

January 04
14:46 2026

ଭୁବନେଶ୍ୱର,୪/୧: ରାଜ୍ୟ ସରକାରଙ୍କ ‘ଆମ ବସ୍‌’ ବାରମ୍ବାର ଦୁର୍ଘଟଣା ଘଟାଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି, ଡ୍ରାଇଭରଙ୍କୁ ନିୟମିତ ଟ୍ରେନିଂ ଦିଆଯିବ। ବିଶେଷକରି ଆମ ବସ୍ ଡ୍ରାଇଭରମାନଙ୍କ ଦକ୍ଷତା ବୃଦ୍ଧିକୁ ଗୁରୁତ୍ୱ ଦିଆଯିବ।
ଡ୍ରାଇଭରମାନଙ୍କ ମଧ୍ୟରେ ସମ୍ବେଦନଶୀଳ ମନୋଭାବ ସୃଷ୍ଟି ପାଇଁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏମ୍‌ଭିଆଇମାନଙ୍କ ଦ୍ୱାରା ଆମ ବସ୍‌ଗୁଡ଼ିକର ଫିଟନେସ୍ ଯାଞ୍ଚ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହିତ ବାଣିଜ୍ୟ ଓ ପରିବହନ ବିଭାଗକୁ ଏକ ସ୍ବତନ୍ତ୍ର ସ୍କ୍ବାଡ୍ ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930