Indus Valley Times

ସହକର୍ମୀଙ୍କୁ ଦାୟୀ କରି ଜୀବନ ହାରିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ

 Breaking News

ସହକର୍ମୀଙ୍କୁ ଦାୟୀ କରି ଜୀବନ ହାରିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ

ସହକର୍ମୀଙ୍କୁ ଦାୟୀ କରି ଜୀବନ ହାରିଲେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ
October 18
11:50 2022

ସମ୍ବଲପୁର,୧୮/୧୦ : ଟ୍ରେନ୍ ଲାଇନ୍କୁ ଡେଇଁ ଆତ୍ମହତ୍ୟା କରିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ । ସମ୍ବଲପୁର ଜିଲ୍ଲା ସିନ୍ଦୁରପଙ୍କ ନିକଟସ୍ଥ ଭାଲୁଡୁଙ୍ଗୁରୀ ରେଳ ଲାଇନ୍ ନିକଟରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତଦେହ ନିକଟରୁ ଏକ ସୁଇସାଇଡ଼୍ ନୋଟ୍ ମିଳିଥିବା ସୂଚନା ।
ସୂଚନା ଅନୂଯାୟୀ, ମୃତ ଅବସରପ୍ରାପ୍ତ ଶିକ୍ଷକଙ୍କ ନାମ କ୍ଷୀରୋଦ କୁମାର ନାଥ। ସେ ଟାମ୍ପରେକଲା ଗାଁର ବାସିନ୍ଦା। ଗତ ଜୁନ୍ ମାସରେ ସେ ଟାମ୍ପରକେଲା ହାଇସ୍କୁଲରୁ ଅବସର ନେଇଥିଲେ। ଆଉ ଏବେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଛି । ଜିଆରପି ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
ତେବେ ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ୍ ନୋଟ୍ରୁ କିଛି ରୋଚକ ତଥ୍ୟ ମିଳିଛି । ସେଥିରେ ଲେଖାଅଛି ଯେ, ଆତ୍ମହତ୍ୟା ପାଇଁ କିଛି ଲୋକଙ୍କୁ ଦାୟୀ କରିଛନ୍ତି। ଏପିରିକି କିଛି ଲୋକ ତାଙ୍କୁ ହଇରାଣ କରିବା ସହ ଫସାଉଥିବା ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ ରହିଛି ।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031