Indus Valley Times

ସାନ ଭାଇକୁ ହାଣିଦେଲା ବଡ଼ ଭାଇ

 Breaking News

ସାନ ଭାଇକୁ ହାଣିଦେଲା ବଡ଼ ଭାଇ

ସାନ ଭାଇକୁ ହାଣିଦେଲା ବଡ଼ ଭାଇ
June 22
11:07 2022

ରାଉରକେଲା, ୨୨/ ୬: ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଥାନାର ଖୁଟୁଗାଁ ଗ୍ରାମରେ ଘରୋଇ କଳିକୁ ନେଇ ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଛି।
ଖୁଟୁଗାଁ ଗ୍ରାମର ବିଶୁ କୁମୁରା ଏବଂ ବାଡ଼ି କୁମୁରା ଦୁଇ ଭାଇ ଏକାଠି ରହୁଥିବାବେଳେ ବିଳମ୍ବିତ ରାତିର ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା।
ଏଥିରେ ବଡ଼ ଭାଇ ରାଗି ଯାଇ ଟାଙ୍ଗିଆରେ ସାନ ଭାଇକୁ ହତ୍ୟା କରିଥିଲା। ପରେ ସେଠାରୁ ଫେରାର ହେଉଥିବା ବେଳେ ଗ୍ରାମବାସୀ ତାକୁ ସେଠାରେ ଅଟକ ରଖିଥିଲେ।
ବୁଧବାର ସକାଳେ ପୁଲିସ ପହଞ୍ଚି ତାକୁ ଗିରଫ କରିଛି। ସ୍ଥାନୀୟ ଲୋକ ଓ ପରିବାର ଲୋକଙ୍କ କହିବାନୁଯାୟୀ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031